ସାଧାରଣତନ୍ତ୍ର ଦିବସରେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ସାଧାରଣତନ୍ତ୍ର ଦିବସରେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ସାମ୍ବଦିକଙ୍କୁ ଆକ୍ରମଣ। ଆଉ ଏଭଳି ସଙ୍ଗିନ ଘଟଣା ଘଟିଛି ସାଧାରଣତନ୍ତ୍ର ଦିବସ ଭଳି ପବିତ୍ର ଦିବସରେ। ଗଣମାଧ୍ୟମକୁ ବ୍ୟବସ୍ଥାର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ବେଳେ ଗଣମାଧ୍ୟମରେ କାର୍ଯ୍ୟରତ ଜଣେ ଖବରଦାତାଙ୍କୁ ଆକ୍ରମଣ ହୋଇଛି ସେହିଦିନ ଯେଉଁଦିନ ସମ୍ବିଧାନ ଲାଗୁ ହୋଇଥିଲା।

ଘଟଣା ଘଟିଛି ଭୁବନେଶ୍ୱର ସହିଦ ନଗର ଥାନା ଅଧୀନରେ ଥିବା ମହାରାଜା ସିନେମା ହଲ୍‌ରେ। ଦୈନିକ ଖବର କାଗଜ ‘ପ୍ରମେୟ’ର ଖବରଦାତା କପିଳେନ୍ଦ୍ର ପ୍ରଧାନଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରିଥିବା ଛାତ୍ରମାନେ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ଛାତ୍ର ସଂଗଠନ ସହିତ ଜଡ଼ିତ ଥିବା ମଧ୍ୟ ଅଭିଯୋଗ ହେଉଛି।

ଘଟଣା କିଛି ଏହିଭଳି। କପିଳେନ୍ଦ୍ର ଆଜି ହଲ୍‌କୁ ଫିଲ୍ମ ଦେଖିବାକୁ ଯାଇଥିଲେ। ହଠାତ୍‌ କିଛି ଯୁବକ ଅଶ୍ଲୀଳ ତଥା ଅଣସାମ୍ବିଧାନିକ ଭାଷାରେ ହୋହଲ୍ଲା ଆରମ୍ଭ କରିଥିଲେ। ଏପରିକି ହଲ୍‌ରେ ଯୁବତୀ ଓ ମହିଳାମାନେ ଉପସ୍ଥିତ ଥିଲେ ମଧ୍ୟ, ସେମାନଙ୍କର ଖାତିର ନଥିଲା। ଏପରି ଘଟଣା ଦେଖି କପିଳେନ୍ଦ୍ର ସେମାନଙ୍କ ପାଖକୁ ଯାଇ ଏପରି ନକରିବାକୁ କହିଥିଲେ ଏବଂ ସମସ୍ତଙ୍କୁ ଶାନ୍ତିରେ ଫିଲ୍ମ ଦେଖିବାକୁ ଦିଅନ୍ତୁ ବୋଲି କହିଥିଲେ।

ଏକଥା ଶୁଣି ରାଗି ଯାଇଥିଲେ ସେହି ଛାତ୍ରମାନେ। କିଛି ନବୁଝି କପିଳେନ୍ଦ୍ରଙ୍କୁ ମୁଥ ଏବଂ ଗୋଇଠା ମାରିବା ଆରମ୍ଭ କରିଥିଲେ। ସେପର୍ଯ୍ୟନ୍ତ ମାଡ଼ ମାରିବା ବନ୍ଦ କରିନଥିଲେ ଯେପର୍ଯ୍ୟନ୍ତ କପିଳେନ୍ଦ୍ର ଆହତ ହୋଇନାହାନ୍ତି। ଏପରିକି ଆକ୍ରମଣକାରୀମାନେ ତାଙ୍କ ଚେନ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କ ପଛରେ ଲାଗିଲେ ଜୀବନରେ ମାରିଦେବାକୁ ମଧ୍ୟ ଧମକାଇଥିବା କପିଳେନ୍ଦ୍ର ଅଭିଯୋଗ କରିଛନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ହଲ୍‌ଠାରୁ ଏବଂ ବାଣୀବିହାର କ୍ୟାମ୍ପସ୍‌ଠାରୁ ମାତ୍ର କେଇ ମିଟର ଦୂରରେ ଥିବା ସହିଦନଗର ଥାନାରେ କପିଳେନ୍ଦ୍ର ଅଭିଯୋଗ କରିଥିଲେ ମଧ୍ୟ ଏଯାଏ ଏହି ଅଭିଯୁକ୍ତଙ୍କୁ ଧରାଯାଇ ପାରିନି। ଆକ୍ରମଣକାରୀମାନଙ୍କର ଉପର ମହଲରେ ହାତ ଥିବାରୁ ପୁଲିସ୍‌ ଏ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଉନି ବୋଲି କପିଳେନ୍ଦ୍ର ଅଭିଯୋଗ କରିଛନ୍ତି।

ସାମ୍ବାଦିକଙ୍କ ଉପରେ ଏଭଳି ବାରମ୍ବାର ଆକ୍ରମଣ ହେଉଥିବାବେଳେ ସରକାର ନିଦାବିଷ୍ଣୁ ହୋଇ ବସିରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାମ୍ବାଦିକମାନେ ଡିସିପି ଅନୁପ ସାହୁଙ୍କୁ ଏବାବଦରେ ଜଣାଇଛନ୍ତି ଏବଂ ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା ବନ୍ଦ କରି ତୁରନ୍ତ ଗିରଫ ନକରାଗଲେ ସାମ୍ବାଦିକମାନେ ରାସ୍ତାକୁ ଓହ୍ଲାଇବାକୁ ଧମକାଇଛନ୍ତି।



from Odisha Reporter http://bit.ly/2sMbsEf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages