ଚାଲିଗଲେ ‘ମିଛମାୟା ଭରା ଏ ସାରା ଦୁନିଆ’ ଗୀତର ଲୋକପ୍ରିୟ ଗାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ଚାଲିଗଲେ ‘ମିଛମାୟା ଭରା ଏ ସାରା ଦୁନିଆ’ ଗୀତର ଲୋକପ୍ରିୟ ଗାୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରସିଦ୍ଧ ଗାୟକ ଗୁରୁ ଅର୍ଜୁନ ଚରଣ ସାମଲ ଆଉ ଏ ଦୁନିଆରେ ନାହାନ୍ତି। ଆଜି ରାତି ସାଢ଼େ ୮ଟା ବେଳେ ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଓ ଗାୟକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ଗୁରୁ ଶ୍ରୀ ସାମଲ ଓଡ଼ିଆ ସିନେମାରେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ତାଙ୍କର ସବୁଠାରୁ ଲୋକପ୍ରିୟ ଗୀତଟି ହେଲା ‘ସୁନା ସଂସାର’ ଚଳଚ୍ଚିତ୍ରର ‘ମିଛମାୟା ଭରା ଏ ସାରା ଦୁନିଆ, କେହି ନୁହେଁ ଆପଣାର’ ଶୁଣିଲେ ଆଖି ଛଳଛଳ ହୋଇଯାଏ। ସେହିପରି ‘କଲିକତି ଖେଳନା…’, କିସ ମୁଁ ଲେଖିବି ଗୋଲାପ କଢ଼ି…, ମୁଁ ଯେ କଳିଙ୍ଗର ସେଇ ଶିଳ୍ପୀ…, ନିଦର ଦୋଳିରେ ଝୁଲୁଛି ସହର…, କାଳିଆ ଧନ ତୋ ଲାଗି ଯାଉ ଏ ଜୀବନ… ଏବଂ ଆହୁରି ଶହ ଶହ ଗୀତ ଗାଇ ଶ୍ରୀ ସାମଲ ଓଡ଼ିଆ ଶ୍ରୋତାଙ୍କ ପାଖରେ ଲୋକପ୍ରିୟ ହୋଇପାରିଥିଲେ।

କିଛିଦିନ ଧରେ ଶ୍ରୀ ସାମଲ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁ ଅସୁସ୍ଥ ରହିବା ପରେ ଆଜି ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।



from Odisha Reporter http://bit.ly/2TifhwK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages