ବଞ୍ଚି ଥାଉଥାଉ ସଂଗ୍ରାମୀଙ୍କୁ ମାରିଦେଲେ ମନ୍ତ୍ରୀ, ଭାଷଣରେ ଦେଲେ ଶ୍ରଦ୍ଧାଞ୍ଜଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ବଞ୍ଚି ଥାଉଥାଉ ସଂଗ୍ରାମୀଙ୍କୁ ମାରିଦେଲେ ମନ୍ତ୍ରୀ, ଭାଷଣରେ ଦେଲେ ଶ୍ରଦ୍ଧାଞ୍ଜଳି

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ପରାଧୀନ ଭାରତକୁ ସ୍ୱାଧୀନ କରିବାକୁ ଦିନେ ସେ ନିଜକୁ ଉତ୍ସର୍ଗ କରି ଦେଇଥିଲେ। ଦେଶ ସ୍ୱାଧୀନ ହେଲା। କିନ୍ତୁ ଏବେବି ସେ ସଂଗ୍ରାମୀ ପରି ଜୀବନ କାଟୁଛନ୍ତି। ଆଧୁନିକ ଓଡ଼ିଶାର ଲୋକଙ୍କ ପାଇଁ ପ୍ରେରଣା ଯୋଗାଉଛନ୍ତି। କିନ୍ତୁ ବଞ୍ଚିଥିବା ଏହି ସଂଗ୍ରାମୀଙ୍କୁ ଆଜି ସହିଦ କରିଦେଇଛନ୍ତି ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ।

ଆଜି ସାଧାରଣତନ୍ତ୍ର ଦିବସରେ ନବରଙ୍ଗପୁରର ଏକମାତ୍ର ଜୀବିତ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କୁ ଏମିତି ସମ୍ମାନ ଦେଇଛନ୍ତି ରାଜ୍ୟ ସରକାର। ବଞ୍ଚି ଥାଉଁଥାଉଁ ତାଙ୍କୁ ମାରି ଦେଇଛନ୍ତି ସରକାରଙ୍କ ବରିଷ୍ଠ ମନ୍ତ୍ରୀ ନୃସିଂହ ଚରଣ ସାହୁ। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ନବରଙ୍ଗପୁରରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଆଜି ଅଭିବାଦନ ଗ୍ରହଣ କରିଥିଲେ ରାଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ। ଅଭିବାଦନ ଗ୍ରହଣ କରିବା ପରେ ସେ ରଖିଥିଲେ ନିଜ ଅଭିଭାଷଣ। ନିଜ ବକ୍ତବ୍ୟରେ ସେ ଦେଶ ପାଇଁ ନିଜକୁ ଉତ୍ସର୍ଗ କରିଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କହିଥିଲେ- “ନବରଙ୍ଗପୁର ହେଉଛି ସ୍ୱାଧୀନତା ସଂଗ୍ରାମୀଙ୍କ ମାଟି। ଏହି ମାଟିରେ ବରପୁତ୍ର ସଦାଶିବ ତ୍ରିପାଠୀ, ଲକ୍ଷ୍ମୀଚନ୍ଦ୍ର ଦାସ, ବଗା ପୂଜାରି, ମାଧବ ସେଠିଆ, ରବିସିଂହ ମାଝି, ଜଗନ୍ନାଥ ତ୍ରିପାଠୀ, ମହମ୍ମଦ ବାଜି ପ୍ରମୁଖ ସ୍ମରଣୀୟ। ସେମାନଙ୍କ ପ୍ରତି ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।”

କିନ୍ତୁ ମନ୍ତ୍ରୀ ଯେଉଁ ସଂଗ୍ରାମୀମାନଙ୍କ ନାଁ ନେଇଥିଲେ ସେମାନଙ୍କ ଭିତରେ ଜଣେ ଜୀବିତ ସଂଗ୍ରାମୀ ମଧ୍ୟ ଥିଲେ। ସେ ହେଲେ ମହମ୍ମଦ ବାଜି। ମନ୍ତ୍ରୀଙ୍କ ଏପରି ବକ୍ତବ୍ୟ ପରେ ଖୋଦ୍ ମହମ୍ମଦ ବାଜିଙ୍କ ପରିବାର ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିପାଇଁ ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ହେଲେ ଏ ସଂପର୍କରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିନାହିଁ।



from Odisha Reporter http://bit.ly/2CQukXw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages