
ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଖୁବ୍ଶୀଘ୍ର ଏକ ବଲିଉଡ୍ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମର ପ୍ରଥମ ପୋଷ୍ଟର ଆଜି ରିଲିଜ୍ ହୋଇଛି। ପୂର୍ବରୁ ମୋଦିଙ୍କ ଭୂମିକାରେ ବିବେକ ଓବେରୟ ଅଭିନୟ କରିବେ ବୋଲି ଜଣାପଡ଼ିଥିଲା। ଆଜି ରିଲିଜ୍ ପ୍ରଥମ ପୋଷ୍ଟରରେ ବିବେକ ଓବେରୟଙ୍କୁ ମୋଦିଙ୍କ ଚରିତ୍ରରେ ଦେଖିବାକୁ ମିଳିଛି। ହେଲେ ସେ ଆଦୌ ମୋଦିଙ୍କ ଭଳି ଦେଖାଯାଉ ନଥିବା ଅନେକ ଲୋକ ସୋଶାଲ୍ ମିଡିଆରେ ମତ ଦେଇଛନ୍ତି।

ଏହି ଫିଲ୍ମର ନାଁ ‘ ପିଏମ ନରେନ୍ଦ୍ର ମୋଦି’ ରହିଛି। ଆଜିର ପୋଷ୍ଟରରେ ବିବେକ ଗୋଲଡେନ୍ କୁର୍ତ୍ତା ପିନ୍ଧିଥିବା ବେଳା ଧଳା ଚୁଟି ଏବଂ ଧଳା ଧାଡ଼ି ରଖିଛନ୍ତି। ଏହି ପୋଷ୍ଟରର ବ୍ୟାକ୍ଗ୍ରାଉଣ୍ଡରେ ଭାରତର ଜାତୀୟ ପତାକା ରହିଛି। ପୋଷ୍ଟରର ଉପରେ ଓ ତଳେ ଫିଲ୍ମର ନାଁ ଲେଖାଯାଇଛି। ଆଜି ଏହାକୁ ମୁମ୍ବାଇ ଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିସ୍ ଉନ୍ମୋଚିତ କରିଛନ୍ତି।
ଫିଲ୍ମଟି ୨୩ଟି ଭାଷାରେ ମୁକ୍ତିଲାଭ କରିବାକୁ ଥିବାରୁ ବିବେକ ଓବେରୟ ବିଭିନ୍ନ ଭାଷାରେ ଟ୍ୱିଟ୍ କରି ପୋଷ୍ଟରଟିକୁ ସାର୍ବଜନୀନ କରିଛନ୍ତି।
ଫିଲ୍ମଟିର ନିର୍ଦ୍ଦେଶନା ଦାୟିତ୍ୱ ବକ୍ସର ମ୍ୟାରିକମ୍ଙ୍କ ଉପରେ ନିର୍ମାଣ ହୋଇଥିବା ଫିଲ୍ମର ନିର୍ଦ୍ଦେଶକ ଓମୁଙ୍ଗ କୁମାରଙ୍କୁ ଦିଆଯାଇଛି।
Launched the official poster of film #PMNarendraModi in 23 languages with @sureshoberoi ji, @vivekoberoi , @OmungKumar , Sandeep Singh in Mumbai.
This film is based on Hon @narendramodi ji’s life as the Prime Minister of India. pic.twitter.com/1A2YS5Ze68— Devendra Fadnavis (@Dev_Fadnavis) 7 January 2019
from Odisha Reporter http://bit.ly/2AxGQLc
No comments:
Post a Comment