ରିଲିଜ୍‌ ହେଲା ‘ଚାଲ୍‌ ଟିକେ ଦୁଷ୍ଟ ହେବା’ର ମ୍ୟୁଜିକାଲ୍ ଡ୍ୟାନ୍‌ସ୍‌ ଟ୍ରାକ୍‌ ‘ଡିଅର୍‌ ଡାର୍ଲୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ରିଲିଜ୍‌ ହେଲା ‘ଚାଲ୍‌ ଟିକେ ଦୁଷ୍ଟ ହେବା’ର ମ୍ୟୁଜିକାଲ୍ ଡ୍ୟାନ୍‌ସ୍‌ ଟ୍ରାକ୍‌ ‘ଡିଅର୍‌ ଡାର୍ଲୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ‘ତରଙ୍ଗ ସିନେ ପ୍ରଡକ୍ସନ୍ସ’ର ନୂଆ ଓଡ଼ିଆ ଫିଲ୍ମ ‘ଚାଲ୍ ଟିକେ ଦୁଷ୍ଟ ହେବା’। ଏବେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଫିଲ୍ମଟିର ଗୋଟିଏ ପରେ ଅନ୍ୟ ଏକ ଆଇଟମ୍ ବଜାରକୁ ଛଡ଼ାଯାଉଛି। ପ୍ରଥମେ ପୋଷ୍ଟର୍‌, ପରେ ମୋସନ୍ ପୋଷ୍ଟର୍‌, ଟାଇଟଲ୍‌ ଗୀତର ଅଫିସିଆଲ୍ ଷ୍ଟୁଡିଓ ଭର୍ସନ୍ ଓ ମ୍ୟୁଜିକାଲ୍‌ ଟ୍ରାକ୍‌ ଆସିଛି। ଏବେ ରିଲିଜ୍‌ ହୋଇଛି ଫିଲ୍ମର ଏକ ମ୍ୟୁଜିକାଲ୍ ଡ୍ୟାନ୍‌ସ୍‌ ଟ୍ରାକ୍‌ ‘ଡିଅର୍‌ ଡାର୍ଲୁ’। ଏହି ଗୀତର ବିଶେଷତ୍ୱ ହେଉଛି, ଏଥିରେ ଜବରଦସ୍ତ ରାପ୍ ରହିଛି। ଗୀତଟିକୁ ଗାଇଛନ୍ତି ନଭ୍ୟା ଜାଇତି ଏବଂ RGK। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ।

ଗୀତଟି ରିଲିଜ୍‌ ହେବାର ଦୁଇ ଦିନ ମଧ୍ୟରେ ୟୁଟ୍ୟୁବ୍‌ରେ ଏହାକୁ ପାଖାପାଖି ୧ଲକ୍ଷ ଦର୍ଶକ ଦେଖିସାରିଲେଣି।

ସୂଚନା ଅନୁଯାୟୀ, ‘ଚାଲ୍‌ ଟିକେ ଦୁଷ୍ଟ ହେବା’ ଫିଲ୍ମ ଚଳିତ ମାସରେ ରିଲିଜ୍‌ ହେବ। ଫିଲ୍ମର ମୁଖ୍ୟ ଭୂମିକାରେ ୩ଜଣ ନବାଗତ ଅଛନ୍ତି। ଅଭିନେତା ଇଶାନ୍‌ଙ୍କ ସହ ଦୁଇ ନାୟିକା ଶାୟଲ୍‌ ଏବଂ ମହିମା ଏହି ଫିଲ୍ମ ଜରିଆରେ ଓଲିଉଡ୍‌ରେ ଡେବ୍ୟୁ କରିବେ।

‘ଚାଲ୍‌ ଟିକେ ଦୁଷ୍ଟ ହେବା’ ‘ତରଙ୍ଗ ସିନେ ପ୍ରଡକ୍ସନ୍‌ସ’ର ଅଷ୍ଟାଦଶ ଚଳଚ୍ଚିତ୍ର। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।



from Odisha Reporter http://bit.ly/2C8d4fK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages