ବୈଜ୍ଞାନିକଙ୍କ ଦାବି, ଡାଇନୋସର୍‌ ଆବିଷ୍କାର ପ୍ରଥମେ ଭଗବାନ ବ୍ରହ୍ମା କରିଥିଲେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ବୈଜ୍ଞାନିକଙ୍କ ଦାବି, ଡାଇନୋସର୍‌ ଆବିଷ୍କାର ପ୍ରଥମେ ଭଗବାନ ବ୍ରହ୍ମା କରିଥିଲେ !

ଚଣ୍ଡିଗଡ: ଡାଇନୋସର୍‌ ନାମ ଶୁଣିଲେ ଆମେ ଭୟ କରିଥାଉ। ପିଲାବେଳେ ଆପଣ ବି ଏହି ବିରାଟ ଜନ୍ତୁ ସମ୍ପର୍କରେ ଅନେକ କାହାଣୀ ଶୁଣିଥିବେ। କିନ୍ତୁ ଏହାକୁ କେହି ଦେଖିନାହାନ୍ତି। ଟିଭିରେ ଯେଉଁ ଡାଇନୋସରଙ୍କୁ ଆମେ ଦେଖୁ, ସେମାନଙ୍କ ପାଟିରୁ ନିଆଁ ବାହାରିଥାଏ। କିନ୍ତୁ ତାହା ସତ କି ମିଛ, ତାହା ଆଜି ଯାଏଁ ଜାଣିନାହୁଁ।

ଆହୁରି ମଧ୍ୟ ଆମେ ଶୁଣିଛେ, ଯେ ଯଦି ପୃଥିବୀରେ ଡାଇନୋସର୍‌ ଆଜି ଥାଆନ୍ତେ,ତେବେ ମଣିଷର ବଞ୍ଚିବା କଷ୍ଟକର ହୋଇ ପଡ଼ିଥାନ୍ତା। ଏହା ଏପରି ଏକ ଜୀବ, ଯିଏ ସମ୍ପୂର୍ଣ୍ଣ ପୃଥିବୀକୁ ଧ୍ୱଂସ କରିବାର ଶକ୍ତି ରଖିଛି।

ଏହି ପ୍ରାଣୀଟି ପୃଥିବୀରୁ ଲୋପ ପାଇଛି କି ଅନ୍ୟ କେଉଁଠି ଅଛି ତାହା ଉପରେ ଅନେକ ବୈଜ୍ଞାନିକ ଗବେଷଣା ମଧ୍ୟ କରୁଛନ୍ତି।

ସେହିପରି ଡାଇନୋସର୍‌ଙ୍କ ଉପରେ ଗବେଷଣା କରି ଭାରତର ଜଣେ ଭୂ-ବୈଜ୍ଞାନିକ ଦେଇଥିବା ତଥ୍ୟ ବର୍ତ୍ତମାନ ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି।
ବୈଜ୍ଞାନିକ ଜଣକ ହେଉଛନ୍ତି ଅଂଶୁ ଖୋସଲା। ସେ ଚଣ୍ଡିଗଡ଼ର ପଞ୍ଜାବ ୟୁନିଭରସିଟିରେ ଜିୟୋଲଜି ବିଭାଗରେ ଆସୋସିଏଟ୍‌ ପ୍ରୋଫେସର୍‌ ଅଛନ୍ତି।
ତାଙ୍କର କହିବା ଅନୁସାରେ, ପୃଥିବୀରେ ଡାଇନୋସର୍‌ର ଆବିଷ୍କାର ପ୍ରଥମେ ଭଗବାନ ବ୍ରହ୍ମାଙ୍କ ଦ୍ୱାରା ହୋଇଥିଲା।

ବ୍ରହ୍ମା ବେଦରେ ଏହି କଥାର ଉଲ୍ଲେଖ କରିଛନ୍ତି। ଭାରତରେ ଡାଇନୋସର୍‌ର ଉତ୍ପତ୍ତି ଓ ଅସ୍ତିତ୍ୱ ବିଷୟରେ ବିଗତ ୨୫ ବର୍ଷରୁ ଅଧିକ ସମୟ ଧରି ସେ ଗବେଷଣା କରୁଛନ୍ତି। ଏହି ବିଷୟକୁ ନେଇ ବୈଜ୍ଞାନିକ ଅଂଶୁ ଖୋସଲା ପଞ୍ଜାବର ଲବ୍‌ଲି ପ୍ରୋଫେସନାଲ୍‌ ୟୁନିଭରସିଟିରେ ହେଉଥିବା ୧୦୬ତମ ସାଇନସ୍‌ କଂଗ୍ରେସ୍‌ରେ ନିଜର ଏକ ରିସର୍ଚ୍ଚ ପେପର୍‌ ମଧ୍ୟ ପରିବେଷଣ କରିଛନ୍ତି।
ସେ କହିଛନ୍ତି, “ଭଗବାନ ବ୍ରହ୍ମା ବ୍ରହ୍ମାଣ୍ଡର ସବୁଠାରୁ ମହାନ୍‌ ବୈଜ୍ଞାନିକ। ସେ ଡାଇନୋସର୍‌ଙ୍କ ବିଷୟରେ ଜାଣି ବେଦରେ ଏହି ବିଷୟରେ ଭଲ ଭାବରେ ଉଲ୍ଲେଖ କରିଛନ୍ତି। ଏପରି କୌଣସି ବିଷୟ ନାହିଁ, ଯେଉଁ ବିଷୟରେ ସୃଷ୍ଟିର ରଚୟିତା ଭଗବାନ ବ୍ରହ୍ମା ଜାଣି ନ ଥିଲେ। ବ୍ରହ୍ମାଙ୍କୁ ଡାଇନୋସରର ଅସ୍ତିତ୍ୱ ବିଷୟରେ ସବୁ କିଛି ଜଣାଥିଲା। ଡାଇନୋସରଙ୍କ ବିକାଶ ପାଇଁ ଭାରତ ସବୁଠାରୁ ଉପଯୁକ୍ତ ସ୍ଥାନ ଥିଲା।“

ସେ ଆହୁରି ମଧ୍ୟ ତାଙ୍କ ଗବେଷଣା ପେପର୍‌ରେ ଉଲ୍ଲେଖ କରିଛନ୍ତି ଯେ, ‘ରାଜାସୋରସ’ ନାମକ ଡାଇନୋସୋର ଉତ୍ପତ୍ତି ଭାରତରେ ହୋଇଥିଲା।
ଅଂଶୁ ଖୋସଲା ଦାବି କରିଛନ୍ତି ଯେ, ସେ ଓ ତାଙ୍କର ଟିମ୍‌ ଗୁଜରାଟର ଖେଡ଼ା ଜିଲ୍ଲାରେ ଭାରତୀୟ ଡାଇନୋସରର ଅବଶେଷ ଖୋଜି ବାହାର କରିଛନ୍ତି।

ଏହାପରେ ଏହି ଡାଇନୋସର ଅବଶେଷର ନାମ ‘ରାଜାସୋରସ୍‌ ନର୍ମଦା ଏନ୍‌ସିସ୍‌’ ନାମରେ ନାମିତ କରାଯାଇଛି। ସେ ଦାବି କରିଛନ୍ତି ଯେ, ଆମେରିକୀୟ ଓ ବ୍ରିଟିଶର୍ସ ଆମର ବେଦରୁ ‘ଡାଇନୋସର୍‌’ କନ୍‌ସେପ୍ଟ୍‌ ନେଇ ଚାଲି ଯାଇଛନ୍ତି। ‘ଡାଇନୋସୋର୍‌’ଙ୍କ ପ୍ରଜାତି ପାଖାପାଖି ୬.୫ କୋଟି ବର୍ଷ ପୂର୍ବେ ବିଲୁପ୍ତ ହୋଇଯାଇଛି। କିନ୍ତୁ ବେଦ ଲେଖିବା ସମୟରେ ଭଗବାନ ବ୍ରହ୍ମା ନିଜର ଶକ୍ତି ବଳରେ ଏହି ବିଷୟରେ ଜାଣିପାରିଥିଲେ।

ଦୁନିଆରେ ହୁଏତ ଲୋକେ ଏହି କଥାକୁ ବିଶ୍ୱାସ କରିବେ ନାହିଁ। କିନ୍ତୁ ଏହା ସତ ଯେ, ସମସ୍ତ ଜିନିଷ ଏବଂ ‘ଡାଇନୋସୋର୍‌’ କଥା ବେଦରେ ଉଲ୍ଲେଖ ରହିଛି।
ଆହୁରି ମଧ୍ୟ ‘ଡାଇନୋସର’ ଶବ୍ଦର ଉତ୍ପତ୍ତି ସଂସ୍କୃତ ଶବ୍ଦ ‘ଡିନୋ’ରୁ ହୋଇଛି। ଯାହାର ଅର୍ଥ ‘ଭୟାନକ’ ଅଟେ। ପରେ ଏହି ଶବ୍ଦ ‘ଡାୟନ୍‌’ ଓ ‘ସୋର୍‌’ରେ ପରିବର୍ତ୍ତିତ ହୋଇଥିଲା। ‘ସର୍‌’ ଶବ୍ଦ ସଂସ୍କୃତ ଶବ୍ଦ ‘ଅସୁର’ରୁ ଆସିଛି।



from Odisha Reporter http://bit.ly/2F9ppEF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages