
ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥର ଚାରିଛକ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏକ ପିକ୍ଅପ୍ ଭ୍ୟାନ୍ ବାଇକ୍କୁ ଧକ୍କା ଦେବା ପରେ ଏହି ଅଘଟଣ ଘଟିଛି। ମୃତକ ଜଣଙ୍କ ହେଲେ ଗଣେଶ ବେହେରା। ତାଙ୍କ ଘର ଗୁଣ୍ଡରିବିଡ଼ ଗାଁରେ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ତାଙ୍କ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ତା ରାଜପଥ ଅବରୋଧ କରିଛନ୍ତି। ଖବର ପାଇ ପୁରୁଣାକଟକ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।
from Odisha Reporter http://bit.ly/2SSMIFF
No comments:
Post a Comment