
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୪ ଜାନୁଆରୀରେ ମକର ସଂକ୍ରାନ୍ତି। ଏହି ଦିନ ସୂର୍ଯ୍ୟ ମକରରେ ରହିଥାନ୍ତି। ଗୁରୁ ଗ୍ରହ ବିଚ୍ଛା ରାଶିରେ ରହିଥାନ୍ତି ଓ ଶନି ଗ୍ରହ ଧନୁରେ ଚଳନ କରିଥାନ୍ତି। ରାହୁ ଓ କେତୁ ମକରରେ ବିଚରଣ କରନ୍ତି। ଏହି ସମୟରେ ସୂର୍ଯ୍ୟ ତାଙ୍କ ପୁତ୍ର ଶନି ଗ୍ରହ ସହିତ ଏକ ମାସ ପର୍ଯ୍ୟନ୍ତ ମକର ରାଶିରେ ରହିଥାନ୍ତି। ଏହି ଦିନ ଦାନର ବିଶେଷତ୍ତ୍ୱ ରହିଛି। ଆପଣ ଏହି ଦିନ ପବିତ୍ର ନଦୀରେ ସ୍ନାନ କରି ଦାନ କରନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଦିନ ରାଶି ଅନୁସାରେ ଦାନ କଲେ, ଦୁଃଖକଷ୍ଟ ନାଶ ହେବା ସହିତ ସୁଖ ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଆସନ୍ତୁ ଜାଣିବା ରାଶି ଅନୁସାରେ, ଏହି ଦିନ କଣ ଦାନ କରିବା ଉଚିତ୍।
ମେଷ: ଏହି ରାଶିର ମୁଖ୍ୟ ଗ୍ରହ ମଙ୍ଗଳ। ଏହି ଦିନ ଗହମ ଓ ଗୁଡ଼ ଦାନ କରନ୍ତୁ। ଗରିବଙ୍କୁ ଅନ୍ନ ଓ ବସ୍ତ୍ର ଦାନ କରନ୍ତୁ। ଏହା ସହିତ ଗୋମାତାଙ୍କୁ ରୁଟି ଓ ଗୁଡ଼ ଦାନ କରନ୍ତୁ।
ବୃଷ: ଏହି ରାଶିର ମୁଖ୍ୟ ଗ୍ରହ ଶୁକ୍ର। ଏହି ରାଶିର ବ୍ୟକ୍ତି ଗରିବଙ୍କୁ ଅନ୍ଧ ବ୍ୟକ୍ତିଙ୍କୁ ଅନ୍ନ ଦାନ କରନ୍ତୁ। ଚାଉଳ ଓ ଚିନି ଦାନ କରନ୍ତୁ। ନିଜ ସାମର୍ଥ୍ୟ ଅନୁସାରେ ଷ୍ଟିଲ୍ କିମ୍ୱା ଚାନ୍ଦିର ଗ୍ଲାସ୍ ମନ୍ଦିରକୁ ଦାନ କରନ୍ତୁ।
ମିଥୁନ: ଏହି ରାଶିର ମୁଖ୍ୟ ଗ୍ରହ ବୁଧ। ଏହି ରାଶିର ବ୍ୟକ୍ତି ମକର ସଂକ୍ରାନ୍ତିରେ ବସ୍ତ୍ର ଦାନ କରନ୍ତୁ। ଗୋମାତାଙ୍କୁ ପାଳଙ୍ଗ ଶାଗ ଖାଇବାକୁ ଦିଅନ୍ତୁ। ମୁଗ ଡାଲି ଦାନ କରନ୍ତୁ। ଏହା ସହିତ ସାମର୍ଥ୍ୟ ଅନୁସାରେ, ମାତାଙ୍କୁ ଚାନ୍ଦି ଆଭୂଷଣ ଦାନ କରନ୍ତୁ।
କର୍କଟ: ଏହି ରାଶିର ମୁଖ୍ୟ ଗ୍ରହ ଚନ୍ଦ୍ରମା। ଏହି ରାଶିର ବ୍ୟକ୍ତି ମକର ସଂକ୍ରାନ୍ତିରେ ଚାଉଳ ଓ ଚିନି ଦାନ କରନ୍ତୁ। ଗାଇକୁ ଅଟା ଖାଇବାକୁ ଦିଅନ୍ତୁ। ତମ୍ୱା ପାତ୍ର ମନ୍ଦିରକୁ ଦାନ କରନ୍ତୁ। ଏହା ସହିତ ମନ୍ଦିରକୁ ଏକ ଚାନ୍ଦିର ଚନ୍ଦ୍ରମା ଦାନ କରନ୍ତୁ।
ସିଂହ: ଏହି ରାଶିର ମୁଖ୍ୟ ଗ୍ରହ ସୂର୍ଯ୍ୟ। ଏହି ରାଶିର ବ୍ୟକ୍ତି ମକର ସଂକ୍ରାନ୍ତିରେ ଗହମ ଓ ଗୁଡ଼ ଦାନ କରନ୍ତୁ। ଏକ ତମ୍ୱା ପାତ୍ର ମନ୍ଦିରକୁ ଦାନ କରନ୍ତୁ। ଏହା ସହିତ କିଛି ଧାର୍ମିକ ପୁସ୍ତକ ବାଣ୍ଟନ୍ତୁ। ଯଦି ଆପଣ ଶିକ୍ଷାରେ ଉନ୍ନତି ପାଇବାକୁ ଚାହୁଁଛନ୍ତି, ତେବେ ଗରିବ ପିଲାଙ୍କୁ ପୁସ୍ତକ ଓ କଲମ ବିତରଣ କରନ୍ତୁ।
କନ୍ୟା: ଏହି ରାଶିର ମୁଖ୍ୟ ଗ୍ରହ ବୁଧ। ଏହି ରାଶିର ବ୍ୟକ୍ତି ମକର ସଂକ୍ରାନ୍ତିରେ ମୁଗ ଦାନ କରନ୍ତୁ। କୌଣସି ଦେବୀ ମା’ଙ୍କ ମନ୍ଦିରରେ କର୍ପୂର ଦାନ କରନ୍ତୁ। ଗରିବଙ୍କୁ ଅନ୍ନବସ୍ତ୍ର ଦାନ କରନ୍ତୁ।
ତୁଳା: ଏହି ରାଶିର ମୁଖ୍ୟ ଗ୍ରହ ଶୁକ୍ର। ଏହି ରାଶିର ବ୍ୟକ୍ତି ସଂକ୍ରାନ୍ତିରେ ସୁଗନ୍ଧିତ ଅଗରବତୀ ମନ୍ଦିରକୁ ଦାନ କରନ୍ତୁ। ଏହା ସହିତ ମା’ ଲକ୍ଷ୍ମୀଙ୍କର ପୁସ୍ତକ ମନ୍ଦିରରେ ବାଣ୍ଟନ୍ତୁ।
ବିଚ୍ଛା: ଏହି ରାଶିର ମୁଖ୍ୟ ଗ୍ରହ ମଙ୍ଗଳ। ଗୁରୁ ଗ୍ରହ ଏହି ରାଶିର ମିତ୍ର ହୋଇଥାନ୍ତି। ଯଦି ଆପଣ ମକର ସଂକ୍ରାନ୍ତିରେ ତମ୍ୱା ପାତ୍ର ଦାନ କରିବେ, ତେବେ ଆପଣଙ୍କ ଯଶ ଓ ପ୍ରତିଷ୍ଠା ବୃଦ୍ଧି ପାଇଥାଏ।
ଧନୁ: ଏହି ରାଶିର ମୁଖ୍ୟ ଗ୍ରହ ବୃହସ୍ପତି। ଏହି ରାଶିର ବ୍ୟକ୍ତି ହଳଦିଆ ବସ୍ତ୍ର ଦାନ କରନ୍ତୁ। ଚଣା ଡାଲି ଓ ହଳଦୀ ଦାନ କରନ୍ତୁ। ଏହା ସହିତ ଧାର୍ମିକ ପୁସ୍ତକ ଦାନ କରନ୍ତୁ।
ମକର: ଏହି ରାଶିର ମୁଖ୍ୟ ଗ୍ରହ ଶନି। ତେଣୁ ମକର ସଂକ୍ରାନ୍ତିରେ ଏହି ରାସିର ବ୍ୟକ୍ତି କଳା ରାଶି ଓ ତେଲ ଦାନ କରନ୍ତୁ। ଏହା ସହିତ ହନୁମାନଙ୍କ ମନ୍ଦିରରେ ଲାଲ୍ ବସ୍ତ୍ର ଚଢ଼ାନ୍ତୁ ଓ ଗରିବଙ୍କୁ ଖାଇବାକୁ ଦିଅନ୍ତୁ।
କୁମ୍ଭ: ଏହି ରାଶିର ମୁଖ୍ୟ ଗ୍ରହ ଶନି। ଏହି ରାଶିର ବ୍ୟକ୍ତି ମକର ସଂକ୍ରାନ୍ତିରେ ଶନିଙ୍କ ମନ୍ଦିରରେ ଲୁହାର ପାତ୍ର ଦାନ କରନ୍ତୁ ଏବଂ ଗରିବଙ୍କୁ ଅନ୍ନବସ୍ତ୍ର ଦାନ କରନ୍ତୁ।
ମୀନ: ଏହି ରାଶିର ମୁଖ୍ୟ ଗ୍ରହ ଗୁରୁ। ଏହି ରାଶିର ବ୍ୟକ୍ତି ମକର ସଂକ୍ରାନ୍ତିରେ ପୁସ୍ତକ ଦାନ କରନ୍ତୁ। ଏହା ସହିତ ଗରିବ ପିଲାଙ୍କୁ କଲମ ବିତରଣ କରନ୍ତୁ ଏବଂ ଚଣା ଡ଼ାଲି ଦାନ କରନ୍ତୁ।
from Odisha Reporter http://bit.ly/2H9XiXE
No comments:
Post a Comment