୧୧ ହଜାର ପରିବାରକୁ ଚାକିରି ଦେଲେ ସିକିମ୍‌ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

୧୧ ହଜାର ପରିବାରକୁ ଚାକିରି ଦେଲେ ସିକିମ୍‌ ସରକାର

jobs

ଗାଙ୍ଗଟକ: ସିକିମ୍‌ ମୁଖ୍ୟମନ୍ତ୍ରୀ ବପନ କୁମାର ଚାମଲିଙ୍ଗ ଏମିତି ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ରାଜ୍ୟର ପ୍ରତ୍ୟେକ ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯିବ। ଶନିବାର ଦିନ ମୁଖ୍ୟମନ୍ତ୍ରୀ ‘ଗୋଟିଏ ପରିବାର, ଗୋଟିଏ ଚାକିରି’ ନାଁରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଯେଉଁ ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କରିନାହାନ୍ତି, ସେମାନେ ଏଥିରୁ ଫାଇଦା ପାଇବେ। ଯୋଜନାର ଶୁଭାରମ୍ଭ ସହ କୃଷି କ୍ଷେତ୍ରରେ ଥିବା ଲୋକଙ୍କ ଋଣ ଛାଡ଼ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ପଲଜୋର ଷ୍ଟାଡିୟମରେ ଆୟୋଜିତ ରୋଜଗାର ମେଳା-୨୦୧୯ ଅବସରରେ ମୁଖ୍ୟମନ୍ତ୍ରୀ ଏହାକୁ ଶୁଭାରମ୍ଭ କରିବା ସହ ରାଜ୍ୟର ୩୨ଟି ବିଧାନସଭା କ୍ଷେତ୍ରର ଦୁଇ ଜଣ ଲୋକଙ୍କୁ ନିଜେ ଅସ୍ଥାୟୀ ନିଯୁକ୍ତି ପତ୍ର ଦେଇଥିଲେ। ଏହି ଅବସରରେ ମୋଟ ୧୧,୭୭୨ ଲୋକଙ୍କ ପାଇଁ ନିଯୁକ୍ତି ପ୍ରମାଣପତ୍ର ଜାରି କରାଯାଇଥିଲା।

ପୂର୍ବରୁ ସରକାର ୨୦,୦୦୦ ଯୁବକଯୁବତୀଙ୍କୁ ଏହି ଯୋଜନାରେ ତୁରନ୍ତ ଚାକିରି ଦେବାକୁ ଘୋଷଣା କରିଥିଲେ। ବାକି ପରିବାରଙ୍କୁ ଶୀଘ୍ର ନିଯୁକ୍ତି ପତ୍ର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ଅସ୍ଥାୟୀ ନିଯୁକ୍ତି ପାଉଥିବା ଯୁବକଯୁବତୀଙ୍କୁ ୫ ବର୍ଷ ପରେ ନିୟମିତ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।



from Odisha Reporter http://bit.ly/2Ch4XOa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages