ଷ୍ଟାଟର୍‌ରେ ପରଷନ୍ତୁ ‘ସୁଇଟ୍‌ କର୍ନ ସୁପ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ଷ୍ଟାଟର୍‌ରେ ପରଷନ୍ତୁ ‘ସୁଇଟ୍‌ କର୍ନ ସୁପ୍’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜି ଆମେ ଆପଣଙ୍କୁ ଘରେ ଏକ  ଷ୍ଟାଟର୍‌ ‘ସୁଇଟ୍ କର୍ନ୍ ସୁପ୍‌’ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍ ଦେବୁ।

ଆବଶ୍ୟକ ସାମଗ୍ରୀ: ସୁଇଟ୍‌ କର୍ନ(ମକା), ଲୁଣ, ଭେଜିଟେବଲ ଷ୍ଟଫ୍‌, ପିଆଜ ସଣ୍ଢା, ଗୋଲମରିଚ ଗୁଣ୍ଡ, ହ୍ବାଇଟ୍‌ ସସ୍‌।


ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସ୍ୱିଟ୍‌ କର୍ନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡିଂ କରି ନିଅନ୍ତୁ। ଧ୍ୟାନ ରଖନ୍ତୁ ଏହାକୁ ସମ୍ପୂର୍ଣ୍ଣ ଚିକ୍କଣ ନ କରି ଟିକେ ଖଦଡ଼ କରି ଗ୍ରାଇଣ୍ଡିଂ କରନ୍ତୁ। ବର୍ତ୍ତମାନ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ଭେଜିଟେବଲ ଷ୍ଟଫ୍‌ ପକାନ୍ତୁ ଓ ଟିକେ ଗରମ କରନ୍ତୁ। ଏହାପରେ ଏଥିରେ ଗ୍ରାଇଣ୍ଡିଂ ହୋଇଥିବା କର୍ନ, ଛୋଟ ଛୋଟ କଟା ପିଆଜ ସଣ୍ଢା ଓ ହ୍ୱାଇଟ୍‌ ସସ୍‌ ପକାନ୍ତୁ। ଏବେ ଏହାକୁ କିଛି ସମୟ କମ୍‌ ଆଞ୍ଚରେ ଫୁଟାନ୍ତୁ। ମଝିରେ ମଝିରେ ଏହାକୁ ଗୋଲାନ୍ତୁ ନଚେତ୍‌ ତଳ ଲାଗିଯାଇପାରେ। ସୁପ୍‌ ବହଳିଆ ହୋଇ ଆସିଲେ ସେଥିରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ସୁଇଟ୍‌ କର୍ନ ସୁପ୍। ଏହା ଉପରେ ବଜାରରେ ମିଳୁଥିବା ଓରେଗାନୋ ଅଳ୍ପ ଛିଞ୍ଚି ଗରମା ଗରମ ପରଷନ୍ତୁ।



from Odisha Reporter http://bit.ly/2Rc7TG4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages