ମୁହଁ ଧୋଇଲାବେଳେ କରନ୍ତୁ ନାହିଁ ଏହି ସବୁ ଭୁଲ୍, ନ ହେଲେ ବୁଢ଼ା ଭଳି ଦିଶିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ମୁହଁ ଧୋଇଲାବେଳେ କରନ୍ତୁ ନାହିଁ ଏହି ସବୁ ଭୁଲ୍, ନ ହେଲେ ବୁଢ଼ା ଭଳି ଦିଶିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ଏଥିପାଇଁ ନାନା ଉପାୟ ମଧ୍ୟ କରନ୍ତି। ହେଲେ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ତ୍ୱଚାକୁ ସବୁବେଳେ ସଫା ରଖିବା ଦରକାର ଏବଂ ସଠିକ୍ ଉପାୟରେ ମୁହଁ ଧୋଇବା ଜରୁରୀ, ଏକଥା କେହି ଜାଣି ନ ଥା’ନ୍ତି।  ଅନେକ ଲୋକ ମୁହଁ ଧୋଇବା ବେଳେ କିଛି ଭୁଲ କରିଥା’ନ୍ତି, ଯେଉଁଥିପାଇଁ ତ୍ୱଚା ଖରାପ ହୋଇପାରେ। କେବଳ ସେତିକି ନୁହେଁ ସମୟ ପୂର୍ବରୁ ବୟସ୍କ ଦେଖାଯିବାର ଭୟ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭୁଲ୍ଗୁଡ଼ିକ କ’ଣ?

  • ସବୁଠାରୁ ବଡ ଭୁଲ୍ ହେଉଛି ରାତିରେ ଶୋଇବା ପୂର୍ବରୁ ଚେହେରା ନ ଧୋଇବା। ଦିନ ସାରାର ଧୂଳି ମଳି ଓ ମେକ୍ ଅପ୍‌ ତ୍ୱଚାରେ ଜମା ହୋଇ ତ୍ୱଚାର ଛିଦ୍ରକୁ ବନ୍ଦ କରିଦେଇଥାଏ। ଫଳରେ ତ୍ୱଚା ଅତ୍ୟଧିକ ଶୁଷ୍କ ହେବା ସହ ଶୀଘ୍ର ଖରାପ ହୋଇଯାଏ। ଏଣୁ ରାତିରେ ଶୋଇବା ଆଗରୁ ମୁହଁ ଧୋଇ ଶୁଅନ୍ତୁ।
  • କିଛି ଲୋକ ସାବୁନରେ ମୁହଁ ଧୋଇଥା’ନ୍ତି। ହେଲେ ଏହା ତ୍ୱଚା ପାଇଁ ବିପଦ। ସାବୁନ୍ ଆମ ତ୍ୱଚାକୁ ଶକ୍ତ କରିବା ସହ କୋମଳତା ନଷ୍ଟ କରିଦିଏ। ତେଣୁ ସାବୁନ ବଦଳରେ ଫେସ୍ ୱାଶ୍‌ ବ୍ୟବହାର କରନ୍ତୁ।
  •  କିଛି ଲୋକ ଗରମ ପାଣିରେ ମୁହଁ ଧୋଇଥା’ନ୍ତି, ଯାହା ତ୍ୱଚା ପାଇଁ  ଆଦୌ ଠିକ୍‌ ନୁହେଁ। ଗରମ ପାଣି ତ୍ୱଚାକୁ ଶୁଷ୍କ କରିଦିଏ। ଫଳରେ ତ୍ୱଚା ଶୀଘ୍ର ଖରାପ ହୋଇଯାଏ। ତେଣୁ ସବୁବେଳେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ।
  • ଅନେକ ଲୋକ ମୁହଁ ଧୋଇଲା ବେଳେ ମୁହଁକୁ ତଳ ଆଡ଼କୁ ଘଷି ଧୂଅନ୍ତି। ଏହା ମଧ୍ୟ ଏକ ଭୁଲ୍ କାମ। ଆପଣ ଫେସ୍‌ୱାଶ୍‌ରେ ମୁହଁ ଧୁଅନ୍ତୁ ବା ସ୍କ୍ରବ୍ କରନ୍ତୁ କିମ୍ବା କ୍ରିମ୍ ଲଗାନ୍ତୁ, ମାଲିସ୍ ପାଇଁ ଆଙ୍ଗୁଠିକୁ ସବୁବେଳେ ଉପର ଆଡ଼କୁ କରିବା ଉଚିତ୍। ତଳ ଆଡକୁ କରି ମାଲିସ୍ କଲେ ତ୍ୱଚା ଖୁବ୍ ଶୀଘ୍ର ବୟସ୍କ ବ୍ୟକ୍ତିଙ୍କ ପ୍ରତି ଝୁଲି ପଡ଼ିବ।
  • ଅନେକ ଲୋକ ସଫା ଓ ସୁନ୍ଦର ଦେଖାଯିବାକୁ ପ୍ରତିଦିନ ଫେସ୍‌ୱାସ୍‌ ଭଳି ସ୍କ୍ରବ ବ୍ୟବହାର କରିଥାନ୍ତି। ହେଲେ ଏହା ତ୍ୱଚା ପାଇଁ ଆଦୌ ଠିକ୍‌ ନୁହେଁ। ସବୁବେଳେ ସ୍କ୍ରବ କରିବା ଦ୍ୱାରା ତ୍ୱଚା ରୁକ୍ଷ ହୋଇଯାଏ ଓ ତ୍ୱଚାର ନମନୀୟତା ନଷ୍ଟ ହୋଇଯାଏ। ଫଳରେ ଚେହେରା ବୟସ ପୂର୍ବରୁ ବୟସ୍କ ପରି ଲାଗେ। ତେଣୁ ସପ୍ତାହରେ ଥରେ ସ୍କ୍ରବ୍ କରନ୍ତୁ।
  • ଅନେକ ଲୋକ ନିଜ ସ୍କିନ୍‌ ଟାଇପ୍‌ ନ ଜାଣି ଫେସ୍‌ୱାଶ୍‌ ବ୍ୟବହାର କରିଥା’ନ୍ତି, ଯାହାକି ପରବର୍ତ୍ତୀ ସମୟରେ ତ୍ୱଚାକୁ ନଷ୍ଟ କରିଦେଇଥାଏ। ତେଣୁ ସବୁବେଳେ ନିଜ ତ୍ୱଚାର ପ୍ରକାର ଜାଣିବା ପରେ ସେହି ହିସାବରେ ଫେସ୍‌ୱାଶ୍‌ ବ୍ୟବହାର କରନ୍ତୁ।


from Odisha Reporter http://bit.ly/2C9ZtVc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages