
ପୁରୀ (ମଧୂସୁଦନ ମିଶ୍ର): ପୁରୀର ବାଙ୍କିମୁହାଣ ନିକଟ ନୂତନ ପାର୍କ ନିକଟରେ ଆଜି କିଛି କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଦଶରୁ ଅଧିକ କାଉ ମରି ପଡ଼ିଥିବାରୁ ପୁଣି ପୁରୀରେ ବାର୍ଡଫ୍ଲୁ ଆଶଙ୍କା ଦେଖା ଦେଇଛି। ତେବେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଥିବା କାଉଗୁଡ଼ିକ ମରି ଯାଇଛନ୍ତି ନା ଏହା ବାର୍ଡଫ୍ଲୁ ଜନିତ ମୃତ୍ୟୁ, ତାହା ସ୍ପଷ୍ଟ ହୋଇନାହିଁ।
ନିକଟରେ ଚିଲିକା ଓ ବାଲୁଖଣ୍ଡ ଅଭୟାରଣ୍ୟ ଥିବାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ରହିଛି। ତେଣୁ ଏହାକୁ ଗୁରୁତ୍ୱର ସହ ନେଇ ନମୂନା ପରୀକ୍ଷା ଜରୁରୀ ହୋଇପଡ଼ିଛି।
ସୂଚନା ଅନୁସାରେ, କିଛି ଦିନ ତଳେ କୃଷ୍ଣପ୍ରସାଦରେ ବାର୍ଡଫ୍ଲୁ ସାଂଘାତିକ ରୂପ ନେଇଥିବା ବେଳେ ପ୍ରଶାସନକୁ ନାକେଦମ୍ ହେବାକୁ ପଡ଼ିଥିଲା। ଏପର୍ଯ୍ୟନ୍ତ ଚିଲିକାର ବିଦେଶାଗତ ପକ୍ଷୀଙ୍କ ପ୍ରତି ବିପଦ ଟଳି ନଥିବା ବେଳେ ପୁରୀ ବେଳାଭୂମିରେ କାଉ ମଡ଼କ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି।
from Odisha Reporter http://bit.ly/2C3oLV7
No comments:
Post a Comment