
ସିଡ୍ନୀ: ଏବେ ଅଷ୍ଟ୍ରେଲିଆରେ ପ୍ରବଳ ଗରମ ଅନୁଭୂତ ହେଉଛି। ବିଶେଷ କରି ଭିକ୍ଟୋରିଆ ଷ୍ଟେଟରେ ପ୍ରବଳରୁ ଅତି ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ମଣିଷ ତ ମଣିଷ, ପଶୁ ପକ୍ଷୀମାନେ ଏହି ପ୍ରବଳ ଖରା ଯୋଗୁ ଡହଳ ବିକଳ ହେଉଛନ୍ତି। ତେବେ ଏହି ପରି ଶୋଷିଲା ଥିବା ଏକ ‘କୋଆଲା’ ପ୍ରଜାତିର ଛୋଟ ଭାଲୁକୁ ଜଣେ ମହିଳା ବୋତଲରୁ ପାଣି ପିଆଇ ଦେଉଥିବା ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି।
ସ୍ଥାନୀୟ ମହିଳା ଚାନ୍ତେଲ ଲୋୱେର ମୁରୟା ନଦୀ ପାଖରେ ଏକ କୋଆଲାକୁ ଦେଖିଥିଲେ। ସେ ପାଣି ପାଇବାକୁ ଡହଳ ବିକଳ ହେଉଥିଲା। ଏହି ସମୟରେ ମହିଳା ଜଣଙ୍କ ତାକୁ ବୋତଲରେ ପାଣି ଦେବାରୁ ସେ ଭୟଭୀତ ନ ହୋଇ ଏଥିରୁ ପାଣି ପିଇଥିଲା। ଏହି ସମୟରେ ଖରାର ପ୍ରକୋପ ୪୪ ଡିଗ୍ରୀ ଥିଲା ବୋଲି ସେ କହିଛନ୍ତି। ଏହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି।
‘କୋଆଲା’ ଅଷ୍ଟ୍ରେଲିଆରେ ଦେଖାଯାଉଥିବା ଏକ ସ୍ୱତନ୍ତ୍ର ତଥା ବିରଳ ପ୍ରଜାତିର ତୃଣଭୋଜୀ ଭାଲୁ। ଏହି କ୍ଷୁଦ୍ରକାୟ ଜୀବ ଗଛ ଉପରେ ବାସ କରନ୍ତି ଏବଂ ପତ୍ର ଖାଇ ବଞ୍ଚନ୍ତି।
from Odisha Reporter http://bit.ly/2AqUrns
No comments:
Post a Comment