ନୂଆବର୍ଷ ନା ଫୁଆବର୍ଷ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ନୂଆବର୍ଷ ନା ଫୁଆବର୍ଷ!

ଭୁବନେଶ୍ୱର (ଜଗମୋହନ ମହାରଣା): “ତୁମମାନଙ୍କ ପାଇଁ ସିନା ନୂଆ ବର୍ଷ, ଆମ ପାଇଁ ନୂଆବର୍ଷ ନା ଫୁଆବର୍ଷ। ଗଲା କାଲି ଯେମିତି ଚୁଲି ଜଳିବାର ଚିନ୍ତା ଥିଲା ଆଜିବି ଠିକ୍ ସେମିତି। ତୁମପାଇଁ ସିନା ଛୁଟି ଭଲ, ଆମକୁ ଛୁଟି ଟି ବିପଦ। ତମମାନଙ୍କ ଦରମା ସିନା କଟିବନି ହେଲେ ଆମକୁ ମଜୁରି ମିଳିବନି। ତମେମାନେ ସିନା କ୍ଷୀରି ପୁରି ଖାଇବ ହେଲେ ଆମପାଇଁ କାଲି ରାତିର ସେଇ ବାସି ତୋରାଣି ହିଁ ଶୋଷ ମେଣ୍ଟାଇବ।

“ତୁମ ମାନଙ୍କ ପାଇଁ ନୂଆବର୍ଷ ଟି ହେଇଥାଇ ପାରେ ଭଲ। ତୁମେମାନେ ସବୁ ସୁଖ କର। ଆମେ ତ ଏଠି ଛିଡ଼ାହେଇଚୁ ଆମ ଦୁଃଖ ପାଇଁ। ଘରେ ସ୍ତ୍ରୀ ଚାହିଁଥିବ। ପିଲାମାନେ ବି କେତେ ଆଶାରେ ଚାହିଁଥିବେ ମାଛ କି ମାଂସ ତରକାରୀ ହେବ ବୋଲି।”

ନୂଆ ବର୍ଷର ପହିଲି ସକାଳଟି ଏମାନଙ୍କ ପାଇଁ ଏମିତି। ଦିନ ଦି’ଟା ବାଜିଲାଣି। ହେଲେ ଏଯାଏଁ ହାତରେ କାମ ନାହିଁ। ଜୟଦେବ ବିହାର ବସ୍ ଷ୍ଟପ୍ ପାଖରେ ଦିନ ୨ଟା ବେଳକୁ ଛିଡ଼ା ହୋଇଥିଲେ ଚାରି ପାଞ୍ଚ ଜଣ ଦିନ ମଜୁରିଆ। ଉପରୋକ୍ତ କଥା ସବୁ ତାଙ୍କ ମରମ ବେଦନା।

ତାଙ୍କ ପାଖରେ ଯାଇ ଛିଡ଼ା ହେଲା ବେଳକୁ ବେଢ଼ି ଆସିଲେ। ତାଙ୍କ ଭିତରୁ ରାଜୁ ସ୍ୱାଇଁ ନାମକ ଜଣେ ମଜୁରିଆ କହିଲେ, “ବାବୁ କି କାମ ହବ କୁହ? ଗାଡ଼ିରୁ ମାଲ୍ ଅନ୍‌ଲୋଡ୍ ହବ ନା ବାଲି ସିମେଣ୍ଟ୍ ହେବ ନା ବାଡ଼ିରୁ ଘାସ ବଛା ହବ? ଯାହା କହିବ କରିବୁ।

ତାଙ୍କ ଉତ୍ସୁକତା ଓ ବ୍ୟଗ୍ରତା ବତେଇ ଦେଉଥିଲା କାମଟି ତାଙ୍କ ପାଇଁ କେତେ ଜରୁରୀ। ଦିନକୁ ମଜୁରି ୩୫୦ ନହଲେ ୪୦୦। ନୂଆ ବର୍ଷର ପହିଲି ଦିନଟି ସରିବାକୁ ବସୁଥିବା ବେଳେ ତାଙ୍କ ଭିତରେ ମନ ମରି ମରି ଯାଉଥାଏ। କାମ ନମିଳିବାର ଆଶଙ୍କା ଆଉ ଘରକୁ ଫେରିଲା ବେଳେ ଛୁଆଙ୍କ ପାଇଁ ଟିକେ ଭଲ ମନ୍ଦ ନେଇ ହେବ କି ନହେବ, ସେଇ ସଂଶୟ ଭିତରେ ଚାହିଁ ରହିଥାଆନ୍ତି ତାଙ୍କପରି ଅନ୍ୟମାନେ।

ଗତକାଲି ରାତିରେ ଢୋଢା ବାଣଫୁଟା। ଛକ ଛକରେ ଗୋଛା ଗୋଛା ଫୁଲ ତୋଡ଼ା। ମିଠା ଦୋକାନରେ ମର୍ସିଡିଜ୍, ଅଡି ଓ ଏସୟୁଭି କାରମାନଙ୍କର ଭିଡ଼। ଆଉ ବଡ଼ ବଡ଼ ହୋଟେଲ୍ ଓ କ୍ଲବରେ ମଦ ପିଇ ନାଚୁଥିବା ବଡ଼ବଡ଼ିଆଙ୍କ ମସ୍ତି ସହିତ ନୂଆବର୍ଷର ପ୍ରଥମ ଦିନରେ କାମ ନ ପାଇଥିବା ଦିନ ମଜୁରିଆଙ୍କ ହତାଶିଆ କଥା ଓ ଚାହାଣିକୁ ତୁଳନା କରି ଭାବପ୍ରବଣ ହେବା ଏକ ପ୍ରକାର ପିଲାଳିଆମୀ ବୋଲି କୁହାଯାଇପାରେ। କିନ୍ତୁ ଏ ନିଷ୍ଠୁର ବାସ୍ତବତାକୁ ହଜମ କରିବା କଣ ସହଜ?



from Odisha Reporter http://bit.ly/2SCmS8I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages