ନୂଆ ବର୍ଷରେ ହୃଦୟ ଜିଣିଲେ ମନୋହର ପାରିକର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ନୂଆ ବର୍ଷରେ ହୃଦୟ ଜିଣିଲେ ମନୋହର ପାରିକର

ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ୨୦୧୯ ନବବର୍ଷରେ ସମସ୍ତଙ୍କର ହୃଦୟ ଜିତିଛନ୍ତି। ଦୀର୍ଘ ଏକ ମାସ ହେଲା ଗୁରୁତର ଅସୁସ୍ଥ ଥିବା ପାରିକର ୨୦୧୯ର ପ୍ରଥମ ଦିନରେ ତାଙ୍କ କାର୍ଯ୍ୟାଳୟକୁ ଆସି କାମ ଆରମ୍ଭ କରିଛନ୍ତି।

ନୂଆବର୍ଷରେ କାମ କରିବାର ବିଧି ଥିବାରୁ ଅସୁସ୍ଥ ପାରିକର ନାକରେ ଖାଦ୍ୟ ନଳୀ ଲାଗିଥିବା ଅବସ୍ଥାରେ ଅଫିସ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଦୀର୍ଘ ଏକମାସ ପରେ ରାଜ୍ୟ ସଚିବାଳୟକୁ ଯାଇଥିବା ପାରିକରଙ୍କର ଏଭଳି କାମ କରିବାର ଉତ୍ସାହ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସଚିବାଳୟରେ ଶ୍ରୀ ପାରିକର ପହଞ୍ଚିବା କ୍ଷଣି ତାଙ୍କୁ ମନ୍ତ୍ରୀ, ବିଧାୟକ ଏବଂ ବିଜେପି କର୍ମୀମାନେ ସ୍ୱାଗତ କରିଥିଲେ। ପାରିକର ନାକରେ ଖାଦ୍ୟ ନଳୀ ଲଗାଇ ସିଏମ୍‌ଓକୁ ଦିନ ୧୦.୩୦ରେ ଯାଇଥିବା ବେଳେ ତାଙ୍କ ସହ ଏକ ମେଡିକାଲ ଟିମ୍‌ ମଧ୍ୟ ରହିଥିଲା। ଏହାପୂର୍ବରୁ ୬୩ ବର୍ଷୀୟ ପାରିକର ନାକରେ ଖାଦ୍ୟ ନଳୀ ଲଗାଇ ଏକ ନିର୍ମାଣାଧୀନ ପ୍ରକଳ୍ପର ସମୀକ୍ଷା କରିବାକୁ ସେଠାରେ ପହଞ୍ଚି ଯାଇଥିଲେ।

ଆଜି ସଚିବାଳୟରେ ପାରିକର ପହଞ୍ଚିବା ପରେ ଅନ୍ୟ କର୍ମଚାରୀଙ୍କ ସହ ବିଭିନ୍ନ ବିଭାଗର ଅଗ୍ରଗତିର ସମୀକ୍ଷା କରିଥିଲେ।



from Odisha Reporter http://bit.ly/2SxfDyT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages