ଘରର ମାସିକ ବିଜୁଳି ବିଲ୍‌ ୨୩ କୋଟି ଟଙ୍କା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ଘରର ମାସିକ ବିଜୁଳି ବିଲ୍‌ ୨୩ କୋଟି ଟଙ୍କା !

ଲକ୍ଷ୍ନୌ: ଘରେ ଏସି, ଫ୍ରିଜ୍‌, ହିଟର୍‌ ଓ ୱାଶିଂମେସିନ୍‌ ଲଗାଇଲେ ମଧ୍ୟ ମାସକୁ କେତେ ଟଙ୍କାର ବିଦ୍ୟୁତ ବିଲ୍‌ ଆସିବ? କ’ଣ କେବେ କୌଣସି ଘରର ମାସିକ ବିଦ୍ୟୁତ ବିଲ୍‌ ୨୩ କୋଟି ହୋଇଥିବ ବୋଲି ଆପଣ ଚିନ୍ତା କରିପାରୁଛନ୍ତି? କିନ୍ତୁ ଏଭଳି ଏକ ବିଲ୍‌ ଉତ୍ତର ପ୍ରଦେଶର କନୌଜରେ ରହୁଥିବା ଅବଦୁଲ ବସିତଙ୍କ ଘରେ ପହଞ୍ଚିଛି। ବିଦ୍ୟୁତ୍‌ ବିଲ୍‌ ବାବଦକୁ ତାଙ୍କୁ ୨୩ କୋଟି ୬୭ ଲକ୍ଷ ୭୧ ହଜାର ୫୨୪ ଟଙ୍କା ପୈଠ କରିବାକୁ ବିଲ୍‌ରେ କୁହାଯାଇଛି। ଏଭଳି ବିଲ୍‌ ଦେଖି ବସିତ୍‌ ଏକ ପ୍ରକାରର ଜଳକା ହୋଇଯାଇଛନ୍ତି।

ବସିତ କହିଛନ୍ତି,“ ଏହି ଘଟଣା ପରେ ମୋତେ ଲାଗୁଛି, ସମଗ୍ର ଉତ୍ତର ପ୍ରଦେଶର ବିଦ୍ୟୁତ୍‌ ବିଲ୍‌ ମୋ ପାଖକୁ ଚାଲି ଆସିଛି। ଯଦି ମୁଁ ଜୀବନ ସାରା ରୋଜଗାର କରିବି, ତା’ହେଲେ ଏତେ ଟଙ୍କା କେବେ ବି ଦେଇ ପାରିବି ନାହିଁ।”

ଏଭଳି ଅଦ୍ଭୁତ ଓ ଅବାସ୍ତବ ବିଲ୍ ସମ୍ପର୍କରେ ବିଜୁଳି ବିଭାଗ ଛାନଭିନ୍‌ କରୁଥିବା ଜଣାପଡ଼ିଛି।



from Odisha Reporter http://bit.ly/2R9rmT4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages