
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୧୮୯୭ ମସିହା ଜାନୁୟାରୀ ୨୩ରେ ଓଡ଼ିଶାର କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଆଜି ତାଙ୍କର ୧୨୨ତମ ଜନ୍ମ ଜୟନ୍ତୀ। ପିଲାଦିନେ ନେତାଜୀ ଜଣେ ମେଧାବୀ ଛାତ୍ର ଥିଲେ ଏବଂ କ୍ରାନ୍ତିକାରୀ ବିଚାରଧାରାରେ ଅନୁପ୍ରାଣିତ ହୋଇଥିଲେ। ତେବେ ଏହି ବିପ୍ଳବୀ ନାୟକଙ୍କ ମୃତ୍ୟୁ ଯେମିତି ରହସ୍ୟମୟ ତାଙ୍କ ଲଭ୍ଷ୍ଟୋରୀ ମଧ୍ୟ ସେମିତି ରହସ୍ୟମୟ। ଯାହାଙ୍କ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି।
ପିଲାଦିନେ ନେତାଜୀ ଦେଖିବାକୁ ସୁନ୍ଦର ଥିଲେ। ତାଙ୍କ ଆକର୍ଷଣୀୟ ଚେହେରା ଓ ବଳିଷ୍ଠ ବ୍ୟକ୍ତିତ୍ୱ ଯୁବତୀମାନଙ୍କୁ ବେଶ୍ ଆକର୍ଷିତ କରୁଥିଲା। ସୁନ୍ଦର ଚେହେରା ସହ ତାଙ୍କର ବିପ୍ଳବୀ ଚିନ୍ତାଧାରା ତାଙ୍କୁ ଅନ୍ୟ ମାନଙ୍କଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର କରି ରଖୁଥିଲା। ଝିଅ ମାନଙ୍କ ଫେବ୍ରାଇଟ୍ ଥିବା ନେତାଜୀ ଜଣେ ବିଦେଶିନୀଙ୍କ ପ୍ରେମରେ ପଡିଯାଇଥିଲେ। ଉକ୍ତ ମହିଳାଙ୍କୁ ସେ ଲୁଚିକି ବିବାହ କରିଥିବା ମଧ୍ୟ ଚର୍ଚ୍ଚା ହୁଏ।
କେମିତି ଆରମ୍ଭ ହେଲା ଏହି ପ୍ରେମ କାହାଣୀ
ଏହି ପ୍ରେମ କାହାଣୀର ଆରମ୍ଭ ହେଲା ସେ ସମୟର ଅଷ୍ଟ୍ରିଆ ରାଜଧାନୀ ଭିଏନାରେ। ୧୯୩୪ମସିହାରେ ସୁଭାଷ ବୋଷ ଚିକିତ୍ସା ପାଇଁ ଭିଏନାରେ ପହଞ୍ଚିଥିଲେ। ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଜେଲ୍ରେ ବନ୍ଦି ହୋଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତେଣୁ ଚିକିତ୍ସା ପାଇଁ ତାଙ୍କୁ ବିଦେଶ ପଠା ଯାଇଥିଲା। ଆନ୍ଦୋଳନ ମଝିରୁ ସେ ବିଦେଶ ଯିବାର ସୁଯୋଗ ପାଇଥିଲେ। ଏହି ସମୟରେ ସେ ବିଦେଶରେ ଥିବା ଭାରତୀୟଙ୍କୁ ଏହି ଆନ୍ଦୋଳନ ପାଇଁ ଏକତ୍ରିତ କରିବା କଥା ଚିନ୍ତାକଲେ। ୟୁରୋପରେ ରହୁଥିବା ଭାରତୀୟ ଛାତ୍ରଙ୍କୁ ଏହି ଆନ୍ଦୋଳନରେ ସାମିଲ କରିବା ପାଇଁ ଚିନ୍ତା କଲେ ସୁବାଷ ।
ଏହି ସମୟରେ ତାଙ୍କୁ ‘ଦ ଇଣ୍ଡିଆନ୍ ଷ୍ଟ୍ରଗଲ୍’ ନାମକ ଏକ ପୁସ୍ତକ ଲେଖିବାର ସୁଯୋଗ ମିଳିଲା। ଏଥିପାଇଁ ତାଙ୍କୁ ଜଣେ ସହଯୋଗୀଙ୍କର ଆବଶ୍ୟକ ପଡୁଥିଲା । ଯିଏ ଇଂଲିଶ୍ ଟାଇପ୍ କରିବାରେ ତାଙ୍କୁ ସହଯୋଗ କରିଥାନ୍ତେ। ଏହି ସମୟରେ ଏମିଲି ସ୍କେଙ୍କଲ୍ ନାମ୍ନୀ ଜଣେ ମହିଳାଙ୍କ ସହ ଭେଟ କରାଇଥିଲା। ସେତେବେଳେ ଏମିଲି ୨୩ବର୍ଷର ଥିଲେ ଏବଂ ସୁଭାଷ ଚନ୍ଦ ବୋଷ ୩୭ବର୍ଷର। ନିଜଠୁ ୧୪ବର୍ଷ ସାନ ସହଯୋଗୀଙ୍କ ସହ କାମ କରୁ କରୁଚ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ ସୁବାଷ। ପରେ ଏହି ସମ୍ପର୍କ ବିବାହ ବନ୍ଧନର ରୂପ ନେଇଥିଲା। କୁହାଯାଏ ସୁଭାଷ ଚନ୍ଦ୍ର ବୋଷ ଏବଂ ଏମିଲି ଲୁଚି କରି ବିବାହ ମଧ୍ୟ କରିଥିଲେ।
ବାଧକ ସାଜିଥିଲେ ପ୍ରେମିକାର ବାପା
ଏହି ସମ୍ପର୍କର ପ୍ରଥମେ ସୁଭାଷ ଚନ୍ଦ୍ର ବୋଷଙ୍କ ତରଫରୁ ଆରମ୍ଭ ହୋଇଥିଲା। ପ୍ରଥମେ ସେ ଏମିଲିଙ୍କୁ ତାଙ୍କ ମନ କଥା କହିଥିଲେ। ଏମିଲି ମଧ୍ୟ ତାଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ। କିନ୍ତୁ ଯେତେବେଳ ଏମିଲି ତାଙ୍କ ଘରେ ନିଜ ପ୍ରେମ ସମ୍ପର୍କ ବିଷୟରେ ଜଣାଇଲେ ତାଙ୍କ ବାପା ଏହାକୁ ବିରୋଧ କରିଥିଲେ।
ଏହାପରେ ସେମାନେ ଲୁଚିକି ବିବାହ କରିଥିବା ଶୁଣିବାକୁ ମିଳେ। ୨୯ନଭେମ୍ବର ୧୯୪୨ରେ ଉଭୟଙ୍କର ଝିଅଟିଏ ଜନ୍ମ ହୋଥିଲା। ଯାହା ନାଁ ରଖାଗଲା ଅନୀତା। ଝିଅର ଜନ୍ମ ପରେ ସୁଭାଷ ଚନ୍ଦ୍ର ବୋଷ ଭାଇ ଶରତ ଚନ୍ଦ୍ର ବୋଷଙ୍କୁ ତାଙ୍କ ବିବାହ ଏବଂ ପିଲା ସମ୍ପର୍କରେ ଏକ ଚିଠି ମାଧ୍ୟମରେ ଜଣାଇଥିଲେ।
ଝିଅ ଜନ୍ମର କିଛି ମାସ ପରେ ଅର୍ଥାତ୍ ୧୯୪୩ ମସିହା ୮ଜାନୁୟାରୀରେ ସୁଭାଷ ଚନ୍ଦ୍ର ବୋଷ ଜର୍ମନୀରୁ ଜାପାନ ପଳାଇଥିଲେ। ଆଉ ସେଦିନ ତାଙ୍କ ଝିଅ ଅନୀତା ଏବଂ ପତ୍ନୀ ଏମିଲିଙ୍କ ସହ ଶେଷଥର ପାଇଁ ଭେଟ ହୋଇଥିଲା। ୧୯୪୫ ମସିହାରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ସୁଭାଷଙ୍କ ମୃତ୍ୟୁ ହୋଇଥିବା କୁହାଯାଏ। ଯାହା ଆଜି ପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଛି। ଏମିଲିଙ୍କ ମୃତ୍ୟୁ ୧୯୯୬ମସିହାରେ ହୋଇଥିଲା । କୁହାଯାଏ ମୃତ୍ୟୁ ପର୍ଯ୍ୟନ୍ତ ଏମିଲି ତାଙ୍କ ବିବାହର ଗୋପନୀୟତାକୁ ସେମିତି ବଜାୟ ରଖିବାକୁ ଚାହିଁଥିଲେ।
from Odisha Reporter http://bit.ly/2WfdqKG
No comments:
Post a Comment