
କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସହରରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏପରିକି ମୁରବିମାନଙ୍କୁ ଡାକି ଘଟଣାର ସମାଧାନ ପାଇଁ ଉଦ୍ୟମ ଚାଲିଛି।
କେନ୍ଦ୍ରାପଡ଼ା ସହର ସରକାରୀ ହାଇସ୍କୁଲ ପଡ଼ିଆରେ ଗୋଟିଏ ଗୋଷ୍ଠୀ ସଭା କରିବାର ଥିଲା। ଏନେଇ ଆଜି ସକାଳେ ଘୋଷଣା କରାଯାଇଥିଲା। ଏହା ପରେ ଅନ୍ୟ ଏକ ଗୋଷ୍ଠୀ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲା। ଫଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ତେବେ ସଭା କରିବା ପାଇଁ ସ୍ଥିର କରିଥିବା ଗୋଷ୍ଠୀର କର୍ମକର୍ତ୍ତାମାନେ ଆଜି ପ୍ୟାରେଡ୍ରେ ଆସୁଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରିବାକୁ ପ୍ରସ୍ତୁତ ହେଉଥିଲା।
କୌଣସି ସୂତ୍ରରୁ ଖବର ପାଇ ପୁଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିବାରୁ ଏକ ବଡ଼ ଧରଣର ଗଣ୍ଡଗୋଳକୁ ଏଡାଇ ଦିଆଯାଇ ପାରିଛି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ସହରରେ ୧୪୪ ଧାରା ଜାରି କରାଯାଇଛି। ୧୪୪ ଧାରା ଜାରି ନେଇ ମାଇକ୍ରେ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ସରକାରୀ ହାଇସ୍କୁଲ ପଡ଼ିରେ ହେବାକୁ ସଭାକୁ ବାତିଲ କରାଯାଇଛି। ଘଟଣାର ସମାଧାନ ପାଇଁ ଦୁଇ ପକ୍ଷରୁ ମୁରବିମାନଙ୍କୁ ଡକାଯାଇଛି। ସେମାନଙ୍କ ଉପସ୍ଥିତିରେ ସମାଧାନର ରାସ୍ତା ବାହାରିବ ବୋଲି କୁହାଯାଉଛି।
from Odisha Reporter http://bit.ly/2WfdLNs
No comments:
Post a Comment