
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ଜୟ ଷ୍ଟେସି ଭାରତୀୟ ପୁରୁଷ ହକି ଟିମ୍ର କୋଚ୍ ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।
ଏବେ ଇଣ୍ଡୋନେସିଆରେ ଛୁଟି କାଟୁଥିବା ଷ୍ଟେସି କହିଛନ୍ତି, “ହଁ, ମୁଁ ଆଗ୍ରହୀ। ଛୁଟି କାଟିବା ଅବସରରେ ମୁଁ ଏ ବିଷୟରେ ଚିନ୍ତା କରୁଛି। ମୁଁ ୧୯ ତାରିଖରେ ମେଲବର୍ଣ୍ଣ ଫେରିବି। ତା’ପରେ ମୁଁ ଏ ବିଷୟରେ ଚିନ୍ତା କରିବାକୁ ଆଉ କିଛି ସମୟ ନେବି। ଦେଖାଯାଉ କ’ଣ ହେଉଛି।”
ଜୟ ଷ୍ଟେସି ମିଡ୍ଫିଲ୍ଡର ଥିଲେ। ସେ ଚାରିଟି ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିଥିଲେ। ୧୯୯୨ରେ ଅନୁଷ୍ଠିତ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆ ରୌପ୍ୟ ପଦକ ଜିତିଥିଲା। ଏହି ଟିମ୍ରେ ଷ୍ଟେସି ଥିଲେ। ସେ ମୋଟ ତିନି ଥର ଅଲିମ୍ପିକ୍ସ ପଦକ ଜିତିଥିବା ବେଳେ ଥରେ ଚାମ୍ପିଅନ୍ସ ଟ୍ରଫି ଜିତିବାର ସୌଭାଗ୍ୟ ପାଇଛନ୍ତି।
ଗତବର୍ଷ ଭୁବନେଶ୍ୱରଠାରେ ଅନୁଷ୍ଠିତ ହକି ବିଶ୍ୱକପ୍ରେ ଭାରତ କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହେବା ପରେ ଭାରତୀୟ ହକି ସଂଘ କୋଚ୍ ହରେନ୍ଦ୍ର ସିଂହଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲା ଓ ତାଙ୍କୁ ବାହାର କରି ଦେଇଥିଲା। ତାଙ୍କୁ ପୁଣି ଥରେ ଭାରତୀୟ ଜୁନିଅର ଟିମ୍ର କୋଚ୍ ଦାୟିତ୍ୱ ଦିଆଯାଇଛି।
from Odisha Reporter http://bit.ly/2MdTG5R
No comments:
Post a Comment