ଗ୍ଲାମର୍ ଅଭିନେତ୍ରୀ ଶ୍ୱେତା ମଲ୍ଲିକ ଏବେ ମାତା ମାହେଶ୍ୱରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଗ୍ଲାମର୍ ଅଭିନେତ୍ରୀ ଶ୍ୱେତା ମଲ୍ଲିକ ଏବେ ମାତା ମାହେଶ୍ୱରୀ

ଜୟପୁର (ଓଡ଼ିଶା ରିପୋର୍ଟର): ଦିନେ ଗ୍ଲାମର ଦୁନିଆରେ ଶର୍ଟ ଡ୍ରେସ୍‌ ପିନ୍ଧି ରାଜ କରୁଥିଲେ। ନିଜର ଚାହାଣୀରେ ଯୁବପିଢ଼ିଙ୍କ ନିଦ ହଜାଇ ଦେଉଥିଲେ। ଗୋଟିଏ ପରେ ଗୋଟିଏ ହିଟ୍‌ ଆଲ୍‌ବମ୍‌ରେ ଅଭିନୟ କରିଥିବା ଶ୍ୱେତା ମଲ୍ଲିକ ଗ୍ଲାମର ଦୁନିଆଠାରୁ ଦୂରେଇ ଯାଇ ମାତା ବନିଛନ୍ତି। ଶର୍ଟ ଡ୍ରେସ୍‌ ପରିବର୍ତ୍ତେ ସେ ଏବେ ପାରମ୍ପରିକ ଶାଢ଼ି ପରିଧାନ କରୁଛନ୍ତି। ନିଜର ନାଁ ବଦଳାଇ ମାତା ମାହେଶ୍ୱରୀ ରଖିଛନ୍ତି। ବିଶ୍ୱ ମଙ୍ଗଳ କାମନା କରି ସେ ଏବେ ମହାଯଜ୍ଞ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୨୭ଟି ଯଜ୍ଞ କଲେଣି। ଆଗକୁ ନେପାଳରେ ଯଜ୍ଞ ହେବାର ରହିଛି ବୋଲି ସେ କହିଛନ୍ତି।

ଶ୍ୱେତା ମଲ୍ଲିକ୍‌ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ପରିଚିତ ଅଭିନେତ୍ରୀ। ସେ ୭ଟି ଓଡ଼ିଆ, ୨ଟି ବଙ୍ଗଳା ଓ ଗୋଟିଏ ତେଲଗୁ ଫିଲ୍ମରେ ଅଭିନୟ କରିଛନ୍ତି। ଏହାଛଡ଼ା ଅନେକ ହିଟ୍‌ ଆଲ୍‌ବମ୍‌ରେ ଅଭିନୟ ମଧ୍ୟ କରିଛନ୍ତି। ନିଜର ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ। ୨୦୦୦ ମସିହାରୁ ଗ୍ଲାମର ଜଗତର ଲାଇଟ୍‌, କ୍ୟାମେରା ଓ ଆକ୍‌ସନ୍‌ ଠାରୁ ଦୂରେଇ ଯାଇଛନ୍ତି। ଏବେ ସେ ମାତା ବନି ଯାଇଛନ୍ତି। ଆଉ ତାଙ୍କୁ ଯୋଗିନୀ ବେଶରେ ଦେଖିବାକୁ ମିଳୁଛି।

ଜୟପୁର ସଦରଥାନା ଅନ୍ତର୍ଗତ ସଉରାଗୁଡ଼ା ସ୍ଥିତ ଶିରିଡ଼ି ସାଇ ମନ୍ଦିର ନିକଟରେ ଏକ ବିଶ୍ୱଶାନ୍ତି ମହାଯଜ୍ଞ ହେଉଛି। ଏଥିରେ ପଦ୍ମ ଆସନରେ ବସି ପୂଜାରେ ଭାଗ ନେଇଛନ୍ତି ମାତା ମାହେଶ୍ୱରୀ। ତାଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଏପରିକି କେତେକ ଭକ୍ତ ତାଙ୍କଠାରୁ ଆଶୀର୍ବାଦ ନେଉଛନ୍ତି। ସେପଟେ ଅଭିନୟରୁ ଆଧ୍ୟାତ୍ମିକ ଜୀବନକୁ ଆସି ବେଶ୍ ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି ମାତା ମାହେଶ୍ୱରୀ। ତାଙ୍କ ସହ ଏହି ମହାଯଜ୍ଞରେ ସାମିଲ ହୋଇଛନ୍ତି ‘ସମ୍ରାଟ କ୍ୟାସେଟ’ କମ୍ପାନୀର ମାଲିକ ବିଶ୍ୱମ୍ବର ସାବତ।



from Odisha Reporter http://bit.ly/2VXYSz7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages