ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସିଟି ସ୍କାନ୍‌ ରିପୋର୍ଟ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସିଟି ସ୍କାନ୍‌ ରିପୋର୍ଟ ଭାଇରାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଶୀର୍ଷକ ପଢ଼ି ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଟିମ୍‌ ଇଣ୍ଡିଆର ଅଲ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଏମିତି କ’ଣ ହେଲା ଯେ, ତାଙ୍କ ସିଟି ସ୍କାନ୍‌ ଫଟୋ ଭାଇରାଲ ହେଲା। ପ୍ରକୃତ କଥା ସେମିତି କିଛି ଗୁରୁତର ନୁହଁ।

ଏ ବିଷୟରେ ଆପଣମାନେ ବି ଅବଗତ ଥିବେ। କାରଣ କଥାଟା ସୋଶାଲ ମିଡିଆରେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ଆଉ ଯେଉଁ ସିଟି ସ୍କାନ୍‌ ରିପୋର୍ଟ କଥା କୁହାଯାଉଛି ତା’ର ଫଟୋ କପି ବି ସୋଶାଲ୍‌ ମିଡିଆରେ ଦେଖିଥିବେ। ଯେଉଁ ଫଟୋରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅତି ବ୍ୟଙ୍ଗାତ୍ମକ ଭାବେ ପେଶ କରାଯାଇଛି। ତାଙ୍କ ମସ୍ତିଷ୍କରେ ଯୌନ ସମ୍ଭୋଗର ପ୍ରତିଚ୍ଛବି ରହିଛି। ଯାହାକୁ ପ୍ରକାଶ କରିବା ଅଶୋଭନୀୟ।

କଥା ହେଉଛି ‘କଫି ୱିଇଥ୍‌ କରନ’ କାର୍ଯ୍ୟକ୍ରମରେ ମହିଳାଙ୍କ ସମ୍ପର୍କରେ ଅତି ନିମ୍ନମାନର ମନ୍ତବ୍ୟ ଦେବା ପାଣ୍ଡ୍ୟାଙ୍କୁ ମହଙ୍ଗା ପଡ଼ିଛି। ପ୍ରଥମେ ତାଙ୍କୁ ଟିମ୍‌ ଇଣ୍ଡିଆରୁ ନିଲମ୍ବିତ କରାଗଲା। ପରେ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତର ଅଧାରୁ ସ୍ୱଦେଶ ଫେରାଇ ଅଣାଯାଇଛି। ଏବେ ସେ ଯାବତୀୟ ସମାଲୋଚନାର ଶିକାର ହେଉଛନ୍ତି। ଯିଏ ଯେମିତି ପାରିଲା ତାଙ୍କୁ ଥଟ୍ଟା, ପରିହାସ କରୁଛି। ଏନେଇ ସୋଶାଲ ମିଡିଆରେ ବିଭିନ୍ନ ପ୍ରକାର ଫଟୋ ଭାଇରାଲ ହେଉଛି। ଯାହା ହାସ୍ୟରୋଳ ସୃଷ୍ଟି କରିଛି। ମହିଳାଙ୍କ ବିରୋଧରେ ପଦିଏ କହିଲେ କେତେ ହଟହଟା ହେବାକୁ ପଡ଼େ ଏବେ ପାଣ୍ଡ୍ୟାଙ୍କ ସହିତ ଅନ୍ୟମାନେ ବି ଠିକ୍‌ ବୁଝିପାରୁଥିବେ।



from Odisha Reporter http://bit.ly/2svOmld

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages