ଅଶାନ୍ତିର ମାର୍ଗ ଛାଡ଼ିଲେ ନକ୍ସଲନେତ୍ରୀ ଶାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ଅଶାନ୍ତିର ମାର୍ଗ ଛାଡ଼ିଲେ ନକ୍ସଲନେତ୍ରୀ ଶାନ୍ତି

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପୁଲିସ୍‌ ଓ ବିଏସ୍‌ଏଫ୍‌ ନିକଟରେ ଜଣେ ହାର୍ଡକୋର ମହିଳା ନକ୍ସଲ ନେତ୍ରୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ହେଉଛି ଦେବେ ମାଢ଼ି ଓରଫ୍ ଶାନ୍ତି। ସେ ବହୁ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ।

ଶାନ୍ତି କାଲିମେଳା ଦଲମର ଏସିଏମ୍‌ କ୍ୟାଡର ନକ୍ସଲନେତ୍ରୀ ଥିଲେ। ଗତ ୨୦୦୮ରୁ ୨୦୧୧ ମସିହା ପର୍ଯ୍ୟନ୍ତ ସେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ନକ୍ସଲଙ୍କ ଅନେକ ବଡ଼ ବଡ଼ ହିଂସାକାଣ୍ଡରେ ଶାନ୍ତି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ମାଥିଲି ଥାନା ଅଞ୍ଚଳରେ ଅନେକ ନିରୀହ ଲୋକଙ୍କୁ ହତ୍ୟା, କାଲିମେଳା ବିଛିନ୍ନାଞ୍ଚଳରେ ଅନେକ ହିଂସାକାଣ୍ଡ ଘଟଣାରେ ସେ ସାମିଲ ଥିଲେ।

ତେବେ ନକ୍ସଲ ନିଜ ଆଦର୍ଶରୁ ବିଚ୍ୟୁତ୍ ହୋଇ ହିଂସାଭିମୁଖୀ ହେଉଥିବାରୁ ସେ ବାଧ୍ୟ ହୋଇ ସଙ୍ଗଠନ ଛାଡ଼ିଥିବା ଆତ୍ମସମର୍ପଣ ବେଳେ କହିଛନ୍ତି।

ଶାନ୍ତିକୁ ଧରିବା ପାଇଁ ପୁଲିସ୍‌ ପୂର୍ବରୁ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖିଥିଲା। ଆତ୍ମସମର୍ପଣ ପରେ ଶାନ୍ତିଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ ମୁଖ୍ୟସ୍ରୋତରେ ସେ ସାମିଲ ହେବା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସ୍‌ପି କହିଛନ୍ତି ।



from Odisha Reporter http://bit.ly/2D8rcYh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages