ମୁଡ୍‌ ଖରାପ ଅଛି କି! କରନ୍ତୁ ଏହି ସବୁ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ମୁଡ୍‌ ଖରାପ ଅଛି କି! କରନ୍ତୁ ଏହି ସବୁ କାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌):ସକାଳୁ ଉଠିବା ପରେ ଯଦି କିଛି କାରଣ ପାଇଁ ପରିବାରରେ କାହା ସହ ଆପଣଙ୍କର ଝଗଡ଼ା ହୋଇଯାଏ, ତେବେ ପୂରା ଦିନ ଆପଣଙ୍କ ପାଇଁ ପ୍ରାୟତଃ ଖରାପରେ କଟିଥାଏ।  ଏହି କାରଣରୁ ଆପଣଙ୍କୁ ମୁଡ୍‌ ଅଫ୍‌ ହୋଇଯାଏ ଏବଂ କଥାକେ ଆପଣ ଅନ୍ୟ ଉପରେ ବିରକ୍ତ ହୋଇଥା’ନ୍ତି। କେବଳ ଘରେ ନୁହେଁ, ଅଫିସ୍‌ରେ ମଧ୍ୟ ସହକର୍ମୀଙ୍କ ସହ ଆପଣଙ୍କର ବଚସା ହୁଏ। ଯେଉଁଥିପାଇଁ ଆପଣ ଅନ୍ୟମାନଙ୍କ ଆକ୍ରୋଶର ଶିକାର ହେବା ସହ ସେମାନଙ୍କ ପାଖରେ ଆପଣ ଅପ୍ରିୟ ମଧ୍ୟ ହୋଇ ପଡ଼ନ୍ତି।

କୌଣସି ଦିନ ଯଦି ଆପଣଙ୍କ ସହିତ ଏମିତି କିଛି ହେଉଛି ବା ହୋଇଛି, ତେବେ ପ୍ରତିକାର ପାଇଁ କିଛି ସହଜ ଉପାୟ ଅବଲମ୍ବନ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ମୁଡ୍ ଠିକ୍ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଆସନ୍ତୁ ଜାଣିବା, କୌଣସି କଥାକୁ ନେଇ ଆପଣଙ୍କର ମୁଡ୍‌ ଅଫ୍‌ ହୋଇଗଲେ, ସ୍ୱାଭାବିକ ମାନସିକ ଅବସ୍ଥାକୁ ଫେରିବା ପାଇଁ କେଉଁ ଉପାୟ ସବୁ ଆପଣାଇବେ।
କଥା ଧରନ୍ତୁ ନାହିଁ
ଯଦି ଅଫିସ୍‌ରେ ଆପଣଙ୍କ ବସ୍ କିଛି କହିଲେ କିମ୍ବା କୌଣସି ସହକର୍ମୀ ଆପଣଙ୍କୁ ଭଲ ବ୍ୟବହାର କଲେ ନାହିଁ, ତେବେ ଏହି କଥା ମନରେ ଧରି ରଖନ୍ତୁ ନାହିଁ। ଯେ କୌଣସି ପରିସ୍ଥିତି ହେଉ ନା କାହିଁକି, ସେଥିପ୍ରତି ଆଦୌ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।

ନିଜକୁ ଦୋଷ ଦିଅନ୍ତୁ ନାହିଁ
ଅନେକ ସମୟରେ ଦେଖାଯାଏ, ସମସ୍ୟା ଆସିଲେ କେତେକ ବ୍ୟକ୍ତି ନିଜକୁ ଦୋଷ ଦେବା ଆରମ୍ଭ କରନ୍ତି। ଯଦି ଆପଣ ମଧ୍ୟ ଏପରି କରୁଛନ୍ତି, ତେବେ ଏହା ନିହାତି ଭାବେ ଭୁଲ୍। ନିଜକୁ ଦୋଷ ଦେବା ବଦଳରେ ଥଣ୍ଡା ମୁଣ୍ଡରେ ଚିନ୍ତା କରନ୍ତୁ, ଏପରି ସମସ୍ୟା ହେବାର କାରଣ କ’ଣ।

ସକାରାତ୍ମକ ବ୍ୟବହାର ପ୍ରଦର୍ଶନ କରନ୍ତୁ
କୌଣସି ବି ପରିସ୍ଥିତି ଆସୁ ନା କାହିଁକି, ଅନ୍ୟମାନଙ୍କୁ ସବୁବେଳେ ସକାରାତ୍ମକ ବ୍ୟବହାର ପ୍ରଦର୍ଶନ କରନ୍ତୁ। ଯଦି ଆପଣଙ୍କ ମନ ଭଲ ନାହିଁ, ତେବେ ନିଜ ନିକଟତର ବନ୍ଧୁଙ୍କୁ ଭେଟନ୍ତୁ। କିଛି ସମୟ ବାହାରେ ବୁଲିବାକୁ ଯାଆନ୍ତୁ। ଯେଉଁ କାମ ଆପଣଙ୍କୁ ଖୁସି ଦେଉଛି, ସେଭଳି କିଛି କାମ କରନ୍ତୁ।

ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ
ଯଦି ଆପଣଙ୍କ ମୁଡ୍ ଖରାପ ଅଛି, ତେବେ କୌଣସି ବି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। କାରଣ ସେହି ସମୟରେ ଆପଣଙ୍କର ନିଷ୍ପତ୍ତି ନେବା କ୍ଷମତା କମ୍ ହୋଇଯାଇଥାଏ। କେଉଁଟା ଠିକ୍ କେଉଁଟା ଭୂଲ୍, ଆପଣଙ୍କ ମସ୍ତିଷ୍କ ଠିକ୍ କରିପାରି ନ ଥାଏ।



from Odisha Reporter http://bit.ly/2RLiveB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages