ଲାଲୁ ଯାଦବ ଓ ପରିବାରକୁ ସିବିଆଇ-ଇଡି ମାମଲାରେ ନିୟମିତ ଜାମିନ୍‌, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଲାଲୁ ଯାଦବ ଓ ପରିବାରକୁ ସିବିଆଇ-ଇଡି ମାମଲାରେ ନିୟମିତ ଜାମିନ୍‌, କିନ୍ତୁ…

ପାଟନା: ବହୁ ଚର୍ଚ୍ଚିତ ଆଇଆରସିଟିସି ଦୁର୍ନୀତି ଘଟଣାରେ ଛନ୍ଦି ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ଆଶ୍ୱସ୍ତ ମିଳିଛି। ଏହି ଦୁର୍ନୀତି ଘଟଣାରେ ସିବିଆଇ ଓ ଇଡି ତଦନ୍ତ କରୁଥିବା ବେଳେ ଆଜି ଦିଲ୍ଲୀର ପଟିଆଲା ହାଉସ୍‌କୋର୍ଟ ଲାଲୁ, ତାଙ୍କ ପୁଅ ତେଜସ୍ୱୀ ଯାଦବ ଓ ପତ୍ନୀ ରାବ୍ରୀ ଦେବୀଙ୍କୁ ନିୟମିତ ଜାମିନ୍‌ ପ୍ରଦାନ କରିଛନ୍ତି।

ସ୍ପେଶାଲ ଜଜ୍‌ ଅରୁଣ ଭରଦ୍ୱାଜ ସମସ୍ତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ବ୍ୟକ୍ତିଗତ ବଣ୍ଡ ଓ ସମାନ ପରିମାଣର ସ୍ୟୁରିଟି ସହ ଏମାନଙ୍କୁ ନିୟମିତ ଜାମିନ୍‌ ଦେଇଛନ୍ତି।

କୋର୍ଟ ଜାନୁଆରୀ ୧୯ରେ ସମସ୍ତଙ୍କୁ ଆଭ୍ୟନ୍ତରୀଣ ଜାମିନ୍‌ ପ୍ରଦାନ କରିଥିଲେ। ଯାହାର ମିଆଦି ଆଜି ଶେଷ ହୋଇଥିଲା।
ଲାଲୁ ରେଳମନ୍ତ୍ରୀ ଥିବା ବେଳେ ଘରୋଇ ଫର୍ମାଠାରୁ ଟଙ୍କା ନେଇ ସେମାନଙ୍କୁ ରେଲୱେର ହୋଟେଲ ଦାୟିତ୍ୱ ଦେଇଥିବା ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ ଆଜିର ଜାମିନ୍‌ ପରେ ମଧ୍ୟ ଲାଲୁ ଜେଲରୁ ବାହାରିପାରିବେ ନାହିଁ। କାରଣ ଏକାଧିକ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜେଲଦଣ୍ଡ ମିଳିଛି। ତେଣୁ ସେ ପୂର୍ବପରି ଜେଲ୍‌ରେ ରହିବେ।



from Odisha Reporter http://bit.ly/2RS3N6h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages