ଜଗି ମଙ୍ଗତ ପଣ୍ଡା ବିଧାନସଭାରେ ହାଜର ହେବା ପ୍ରସଙ୍ଗରେ ନିଜେ ତାରା କହିଲେ ଦୁର୍ଭାଗ୍ୟଜନକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଜଗି ମଙ୍ଗତ ପଣ୍ଡା ବିଧାନସଭାରେ ହାଜର ହେବା ପ୍ରସଙ୍ଗରେ ନିଜେ ତାରା କହିଲେ ଦୁର୍ଭାଗ୍ୟଜନକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):‘ଓଟିଭି’ ବିରୋଧରେ ଆସିଥିବା ସ୍ୱାଧିକାର ଭଙ୍ଗ ନୋଟିସ ବାବଦରେ ଆଜି ଓଟିଭିର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ବିଧାନସଭା ସ୍ୱାଧିକାର କମିଟି ଆଗରେ ହାଜର ହୋଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହି  ପ୍ରସଙ୍ଗରେ ନିନ୍ଦା କରିଛନ୍ତି  ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି। ସେ କହିଛନ୍ତି ଗୃହରେ ଆଣିଥିବା ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ପ୍ରତ୍ୟାହାର କରିଥିଲି।

ପ୍ରତ୍ୟାହାର ପରେ ବି ଜଗି ମଙ୍ଗତଙ୍କୁ ସମନ କରିବା ଦୁର୍ଭାଗ୍ୟଜନକ। ପ୍ରତ୍ୟାହାର ନେଇ ବିଧାନସଭା ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲି। ବିଧାନସଭା ଧାରା-୧୪ ଅନୁସାରେ ପ୍ରତ୍ୟାହାର ପାଇଁ କହିଥିଲି। ପ୍ରତ୍ୟାହାର ପରେ ବି ଜଗି ମଙ୍ଗତଙ୍କୁ ସମନ କରିବା ଦୁର୍ଭାଗ୍ୟଜନକ। ସେହି ଦିନ ସବୁ କ୍ଷୀର କ୍ଷୀର-ପାଣି ପାଣି ଅଲଗା ହୋଇଯିବ। ରାଜ୍ୟ ସରକାର କେବେ ବି ଉଦ୍ୟୋଗୀଙ୍କୁ ସମର୍ଥନ ଦେଇନାହାନ୍ତି।

ଆଗାମୀ ଦିନରେ ଏହା ଭଲ ପ୍ରଭାବ ପକାଇବ ନାହିଁ ବୋଲି ତାରା କହିଛନ୍ତି। ସେପଟେ ଜଗି କହିଛନ୍ତି, ଓଟିଭିକୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି। ଜଣେ ମହିଳା ଉଦ୍ୟୋଗପତି ଭାବେ ରାଜ୍ୟରେ ଗତ ୨୨ ବର୍ଷ ଧରି ମୁଁ କାର୍ଯ୍ୟ କରିଆସୁଛି। ରାଜ୍ୟରେ ୨୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିପାରିଛି। ଜଣେ ମହିଳା ଉଦ୍ୟୋଗପତି ଭାବେ ଏବେ ଆମକୁ ହଇରାଣ କରାଯାଉଥିବା ମୁଁ ଅନୁଭବ କରୁଛି ବୋଲି ସେ କହିଛନ୍ତି।



from Odisha Reporter http://bit.ly/2FTacYr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages