
ନୂଆଦିଲ୍ଲୀ: ଦେଶର ଲୋକପାଳ ଗଠନ ପାଇଁ ଦୀର୍ଘ ଦିନରୁ ପ୍ରୟାସ କରାଯାଉଥିଲେ ହେଁ ଏଯାଏ କେବଳ ପ୍ରସ୍ତାବରେ ସବୁ କିଛି ରହିଛି। ଆଜି ସୁପ୍ରିମକୋର୍ଟ ଲୋକପାଳ ଗଠନକୁ ଗୁରୁତ୍ୱର ସହ ନେଇଛନ୍ତି। ଏଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଲୋକପାଳ ସର୍ଚ୍ଚ କମିଟିକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଫେବୃଆରୀ ୨୮ ସୁଦ୍ଧା ଲୋକପାଳ ପ୍ୟାନେଲ ପାଇଁ ନାଁ ଦାଖଲ କରିବାକୁ କହିଛନ୍ତି। ଏହାପରେ ଲୋକପାଳ ଚୟନ ହେବ।
ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନ ପି ଦେଶାଇଙ୍କ ନେତୃତ୍ୱରେ ଗଠିତ କମିଟିକୁ କହିଛନ୍ତି ଯେ, ଆପଣ ତୁରନ୍ତ ନାଁଗୁଡ଼ିକର ସ୍ଥିର କରନ୍ତୁ।
ଏଥିସହ ଏହାର ସୁପାରିସ୍ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ସିଲେକସନ୍ କମିଟି ନିକଟକୁ ପଠାନ୍ତୁ। ସେହିପରି ଲୋକପାଳ ନିଯୁକ୍ତି ନେଇ ହୋଇଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟ ମାର୍ଚ୍ଚ ୭ ତାରିଖରେ କରିବେ ବୋଲି ରୁଲିଂ ଦେଇଛନ୍ତି।
ଅଜିର ଶୁଣାଣି ବେଳେ ଆବେଦନକାରୀ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ “ସୁପ୍ରିମକୋର୍ଟ ଲୋକପାଳ ସର୍ଚ୍ଚ କମିଟି ତାଙ୍କର ସବୁ କାର୍ଯ୍ୟକୁ ସାର୍ବଜନୀନ କରିବା ସହ ପ୍ୟାନେଲରେ ରହିବାକୁ ଥିବା ବ୍ୟକ୍ତିଙ୍କ ନାଁ ସମସ୍ତଙ୍କୁ ଜଣାନ୍ତୁ।
ଏହାପରେ ଏହି ନାଁଗୁଡ଼ିକ ସୁପାରିସ୍ ସିଲେକ୍ସନ କମିଟିକୁ କରାଯିବ।” ଏହାପରେ କୋର୍ଟ କହିଥିଲେ ମାର୍ଚ୍ଚ ୭ରେ ଶୁଣାଣି ବେଳେ ଏହି ନାଁଗୁଡ଼ିକୁ ଆପଣଙ୍କୁ ଦିଆଯିବ।
from Odisha Reporter http://bit.ly/2FxGacv
No comments:
Post a Comment