‘ଚିକେନ୍‌ ପକ୍ସ’ ଦାଗ ଦୂର ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

‘ଚିକେନ୍‌ ପକ୍ସ’ ଦାଗ ଦୂର ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

chiken-pox

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଡ଼ଫୁଟି ବା ‘ଚିକେନ୍‌ ପକ୍ସ’ ଏମିତି ଏକ ରୋଗ ଯାହା ହେବା ଦ୍ୱାରା ଶରୀରର ବିଭିନ୍ନ ସ୍ଥାନରେ ଲାଲ୍‌ ପଡ଼ି ଫଳି ଯିବା ସହ ଖୁବ୍‌ ଯନ୍ତ୍ରଣା ମଧ୍ୟ ହୋଇଥାଏ। ହାଡ଼ଫୁଟି କମିବା ପରେ ଫଳି ଯାଇଥିବା ସ୍ଥାନରେ ଦାଗ ହୋଇଯାଏ। ଅଧିକାଂଶ ସମୟରେ ଏହି ଦାଗ ଦୂର ହୋଇଯାଏ ଓ ବେଳେ ବେଳେ ଦୂର ହୋଇ ନ ଥାଏ। ସାଧାରଣତଃ ଅବହେଳା କାରଣରୁ ଏହି ସବୁ ଦାଗ ରହିଯାଇଥାଏ। ଏହି ଦାଗ ଦୂର ହେବା ପାଇଁ ଭବିଷ୍ୟତରେ ସମସ୍ୟା ବି ହୋଇଥାଏ। ଅନେକ ଏହି ଦାଗ ଦୂର କରିବା ପାଇଁ ବିଭିନ୍ନ କସ୍‌ମେଟିକ୍ସର ବ୍ୟବହାର କରିଥା’ନ୍ତି। ତେବେ ଏଭଳି କସ୍‌ମେଟିକ୍ସର ବ୍ୟବହାର ଯୋଗୁ ଏହାର ସାଇଡ୍‌ ଇଫେକ୍ଟ୍‌ ବି ଦେଖା ଦେଇଥାଏ। ଏଣୁ ହାଡ଼ଫୁଟି ବା ‘ଚିକେନ୍‌ ପକ୍ସ’ ପରେ ଏହାର ଦାଗକୁ ଦୂର କରିବା ପାଇଁ ଆପଣ କିଛି ଘରୋଇ ଉପଚାର ଆପଣାଇ ପାରିବେ।

ଆସନ୍ତୁ ଜାଣିବା, କେଉଁ କେଉଁ ଉପଚାର ଦ୍ୱାରା ‘ଚିକେନ୍‌ ପକ୍ସ’ର ଦାଗକୁ ଦୂର କରାଯାଇ ପାରିବ।

ଲେମ୍ବୁ ରସ: ଲେମ୍ବୁ ରସରେ ଭିଟାମିନ୍‌-ସି ଥାଏ।  ଯାହା ହାଡ଼ଫୁଟି ଦାଗକୁ ହଟାଇବାରେ ସାହାଯ୍ୟ କରେ। ଲେମ୍ବୁ ରସକୁ ନେଇ ଶରୀରର ପ୍ରଭାବିତ ସ୍ଥାନରେ ଲଗାଇ ୧୦ ମିନିଟ୍‌ ଛାଡ଼ି ଦିଅନ୍ତୁ।  ତାପରେ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏମିତି କଲେ ଖୁବ୍‌ କମ୍‌ ଦିନରେ ଦାଗ ଛାଡ଼ିଯିବ।

ମହୁ: ମହୁରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍‌ ତ୍ୱଚାରେ ହୋଇଥିବା ଦାଗକୁ ଦୂର କରି ତ୍ୱଚାରେ ଉଜ୍ଜ୍ୱଳତା ଆଣିଥାଏ।  ଦାଗ ହୋଇଥିବା ସ୍ଥାନରେ ମହୁ ଲଗାଇ ୫ ମିନିଟ୍‌ ଛାଡ଼ି ଦିଅନ୍ତୁ। ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।  ଏହି ପ୍ରକ୍ରିୟାକୁ ପ୍ରତିଦିନ ଥରେ ଲେଖାଏ କରିବା ଦ୍ୱାରା  ଦାଗ ଛାଡ଼ି ଯାଇଥାଏ।

ଭିଟାମିନ୍‌-ଇ ତେଲ: ଭିଟାମିନ୍‌-ଇ ତେଲରେ ଥିବା ପ୍ରାକୃତିକ ଆଣ୍ଟି ଅକ୍ସିଡାଣ୍ଟ୍‌ ତ୍ୱଚାର ଦାଗ ଗୁଡିକୁ ଛଡ଼ାଇ ଦେଇଥାଏ। ପ୍ରତିଦିନ ଭିଟାମିନ୍‌-ଇ ଅଏଲ୍‌କୁ ପ୍ରଭାବିତ ଅଂଶ ଲଗାନ୍ତୁ। ଦାଗ ଛାଡ଼ିଯିବ।



from Odisha Reporter http://bit.ly/2B0wNyv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages