ଭାରତରେ ଲଞ୍ଚ୍‌ ହେଲା Honor 10 Lite: ଜାଣିଛନ୍ତି ଦାମ୍‌ କେତେ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ଭାରତରେ ଲଞ୍ଚ୍‌ ହେଲା Honor 10 Lite: ଜାଣିଛନ୍ତି ଦାମ୍‌ କେତେ ?

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଚାଇନା ଭିତ୍ତିକ ମୋବାଇଲ କମ୍ପାନୀ ହୁଆୱେର ସବବ୍ରାଣ୍ଡ ଅନର୍‌ ଏହାର ଏକ ନୂଆ ଫୋନ୍‌ Honor 10 Liteକୁ ଭାରତୀୟ ବଜାରରେ ପ୍ରବେଶ କରଛି। ଏହି ସ୍ମାର୍ଟଫୋନ୍‌କୁ କେବଳ ଇ-କମର୍ସ ୱେବସାଇଟ୍‌ ଫ୍ଲିପ୍‌କାର୍ଟ ଓ Hi Honor ୱେବ୍‌ସାଇଟ୍‌ରୁ କିଣିପାରିବେ।୪ଜିବି ରାମ୍‌ ଓ ୬୪ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ କ୍ୟାପାସିଟି ବିଶିଷ୍ଟ ଏହି ଫୋନ୍‌ର ବଜାର ମୂଲ୍ୟ ୧୩ ହଜାର ୯୯୯ଟଙ୍କା ରହିଛି। ସେହିପରି ଏହାର ୬ଜିବି ରାମ୍‌ ୬୪ଜିବି ମୋମୋରି ଭ୍ୟାରିଆଣ୍ଟ ଆପଣଙ୍କୁ ୧୭ ହଜାର୯୯୯ ଟଙ୍କାରେ ମିଳିବ।

Honor 10 Liteରେ ୬.୨୧ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ  ଦିଆଯାଇଛି। ଏଥିରେ Kirin 710 ପ୍ରୋସେସର ଦିଆଯାଇଛି। ଏଥିରେ ୱାଟରଡ୍ରପ୍‌ ନଚ୍‌ ଫାସିଲିଟି ରହିଛି। ଯାହା କି ଆଜିକାଲିର ଟ୍ରେଣ୍ଡ ହୋଇଯାଇଛି। କମ୍ପାନୀ ଏହି ଫୋନ୍‌ରେ ଜିଓ ୟୁଜର୍ସଙ୍କୁ ୨,୨୦୦ଟଙ୍କାର କ୍ୟାସ୍‌ବ୍ୟାକ୍ ମଧ୍ୟ ଦେଉଛି। Hnor 10 Liteର ବିକ୍ରି ଜାନୁୟାରୀ ୨୦ ଦିନ ୧୨ଟାରୁ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।

ଫଟୋଗ୍ରାଫି ପାଇଁ ଏହି ଫୋନ୍‌ରେ ୨୩ ମେଗା ପିକ୍ସେଲ୍‌ ଓ ୨ ମେଗାପିକ୍ସେଲ୍‌ର ଡୁଆଲ ରିୟର କ୍ୟାମେରା ରହିଛି। ସେଲଫି ପାଇଁ ଏଥିରେ ୨୪ ମେଗାପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ସୁବିଧା ରହିଛି। ରିୟର କ୍ୟାମେରାରେ ଏଲ୍‌ଇଡି ଫ୍ଲାସ୍‌ ମଧ୍ୟ ରହିଛି। କମ୍ପାନୀ ଅନୁଯାୟୀ ଏହାର କ୍ୟାମେରାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମର୍ଥିତ ଫିଚର ଦିଆଯାଇଛି। ଏହାର ଫ୍ରଣ୍ଟ କ୍ୟାମେରା ୮ ପ୍ରକାରର ସିନ୍‌କୁ ଡିଟେକ୍ଟ କରିପାରିବ। ରିୟର କ୍ୟାମେରାରେ ମଧ୍ୟ AI ଫିଚର ରହିଛି ବୋଲି କମ୍ପାନୀ ପ୍ରକାଶ କରିଛି।

 



from Odisha Reporter http://bit.ly/2Ftslfw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages