
ନନ୍ଦୁରବର: ନର୍ମଦା ନଦୀରେ ଆଜି ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୩୬ ଜଣଙ୍କୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଏକାଧିକ ଲୋକ ନିଖୋଜ ରହିଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲା ଦେଇ ପ୍ରବାହିତ ନର୍ମଦା ନଦୀରେ ଏଭଳି ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ୬୦ ଜଣ ଲୋକ ଏକ ଡଙ୍ଗାରେ ପବିତ୍ର ମକର ସଂକ୍ରାନ୍ତି ପାଇଁ ନଦୀରେ ପାରମ୍ପରିକ ପୂଜାର୍ଚ୍ଚନା କରିବାକୁ ଯାଉଥିଲେ। ହେଲେ ମଝି ନଈରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଡଙ୍ଗାରେ ନଦୀ କୂଳରେ ରହୁଥିବା ଆଦିବାସୀମାନେ ରହିଥିଲେ।
ଡଙ୍ଗା ବୁଡ଼ି ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସେତେବେଳକୁ ୬ ଜଣଙ୍କ ଜୀବନ ଚାଲି ଯାଇଥିଲା। ୩୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କିନ୍ତୁ ଏବେ ବି ୧୮ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।
from Odisha Reporter http://bit.ly/2FBeeUr
No comments:
Post a Comment