ସଙ୍କଟରେ କର୍ଣ୍ଣାଟକାର ଜେଡିଏସ୍‌-କଂଗ୍ରେସ ସରକାର, ସମର୍ଥନ ପ୍ରତ୍ୟାହାର କଲେ ୨ ସ୍ୱାଧୀନ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ସଙ୍କଟରେ କର୍ଣ୍ଣାଟକାର ଜେଡିଏସ୍‌-କଂଗ୍ରେସ ସରକାର, ସମର୍ଥନ ପ୍ରତ୍ୟାହାର କଲେ ୨ ସ୍ୱାଧୀନ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଏକାଠି ହୋଇ ସରକାର ଗଠନ କରିଥିବା କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ଉପରେ ଏବେ କଳା ବାଦଲ ଘୋଟାଇ ଆସିଛି। କେଉଁ ମୁହୂର୍ତ୍ତରେ ବି ସରକାର ଭୁଶୁଡ଼ି ପଡ଼ିବ, ସେକଥା କେହି ପାରିବେ ନାହିଁ। ଗତକାଲି ରାଜ୍ୟର ୧୩ ଜଣ କଂଗ୍ରେସ ଓ ଜେଡିଏସ୍‌ ବିଧାୟକ ବିଜେପିରେ ଯୋଗଦେବାକୁ ଚର୍ଚ୍ଚା ହେଉଥିବା ବେଳେ ଆଜି ପୂର୍ବରୁ ସରକାରଙ୍କୁ ସମର୍ଥନ କରୁଥିବା ଦୁଇ ଜଣ ସ୍ୱାଧୀନ ବିଧାୟକ ନିଜର ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି।

ସ୍ୱାଧୀନ ବିଧାୟକ ଏଚ୍‌ ନାଗେଶ ଓ ଆର୍‌ ଶଙ୍କର ସମର୍ଥନ ପ୍ରତ୍ୟାହାର କରିବା ପରେ ଏବେ କର୍ଣ୍ଣାଟକାରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ତେବେ ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ସରକାର ଭାଙ୍ଗିବ ନାହିଁ ବୋଲି ଦୃଢ଼ୋକ୍ତି କରିଛନ୍ତି। ସେ କହିଛନ୍ତି, “ ଆମ ପାଖରେ ୧୧୮ ଜଣ ବିଧାୟକଙ୍କ ସମର୍ଥନ ଥିଲା। ଏବେ ଏହା ୧୧୬କୁ ଆସିଛି। ରାଜ୍ୟରେ ସରକାର ଗଠନ ପାଇଁ ୧୧୩ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ତେଣୁ ଆମର ସରକାର ଭାଙ୍ଗିବ ନାହିଁ।”

ଅନ୍ୟପକ୍ଷରେ ବିଜେପି ପାଖରେ ପୂର୍ବରୁ ୧୦୪ ଜଣ ବିଧାୟକ ଥିଲେ। ଏବେ ସରକାରରେ ହଟଚମଟରୁ ଫାଇଦା ଉଠାଇ ଦଳ ସରକାର ଗଠନ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ବିଜେପି ବିଧାୟକମାନେ ଗୁରୁଗ୍ରାମରେ ଡେରା ପକାଇ ରହିଛନ୍ତି।

ଗତକାଲି ୫ ଜଣ କଂଗ୍ରେସ ବିଧାୟକ ବିଜେପି ଯୋଗାଯୋଗରେ ଥିବା କୁହାଯାଉଥିଲା। ଏବେ ଉଭୟ କଂଗ୍ରେସ ଓ ଜେଡିଏସ୍‌ର ୧୩ ଜଣ ବିଧାୟକ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏହି ବିଧାୟକମାନଙ୍କୁ ବିଜେପି ପ୍ରଲୋଭିତ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ ଅଭିଯୋଗ କରିଛି।



from Odisha Reporter http://bit.ly/2HdMYOr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages