ZEE TVରେ ପ୍ରସାରିତ ସିରିଏଲ୍‌ ‘ରାଜା ବେଟା’ ଲିଡ୍‌ରେ ଓଡ଼ିଆ ଝିଅ ସମ୍ଭାବନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ZEE TVରେ ପ୍ରସାରିତ ସିରିଏଲ୍‌ ‘ରାଜା ବେଟା’ ଲିଡ୍‌ରେ ଓଡ଼ିଆ ଝିଅ ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଯୁବପିଢି ଗ୍ଲାମର ଓ ଅଭିନୟ କ୍ଷେତ୍ରରେ ବେସ୍‌ ପାରଦର୍ଶିତା ଲାଭ କରୁଛନ୍ତି। ଜାତୀୟସ୍ତରରେ ଅଭିନୟ କରି ଅନେକ ଓଡ଼ିଆ ଝିଅ ଓ ପୁଅ ଏବେ ନାଁ କମେଇବାରେ ଲାଗିଛନ୍ତି। ଓଡ଼ିଆ କଳାକାରମାନେ ଖାଲି ଓଡ଼ିଆ ଭାଷା ଭିତ୍ତିକ କାର୍ଯ୍ୟକ୍ରମରେ ସୀମିତ ନ ରହି ହୀନ୍ଦି ଫିଲ୍ମ ଏବଂ ସିରିଏଲ୍‌ରେ କାମ କରି ନାଁ କମେଇଲେଣି।

ନିକଟରେ ଏହି ତାଲିକାରେ ସମ୍ଭାବନା ମହାନ୍ତିଙ୍କ ନାଁ ଯୋଡି ହୋଇଯାଇଛି। ସମ୍ଭାବନା ହେଉଛନ୍ତି ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କ ଝିଅ। ସମ୍ଭାବନା ଏବେ ZEE TVରେ ପ୍ରସାରିତ ହେଉଥିବା ସିରିଏଲ୍‌ ‘ରାଜା ବେଟା’ରେ ଅଭିନୟ କରୁଛନ୍ତି। ସିରିଏଲ୍‌ରେ ତାଙ୍କ ଚରିତ୍ରର ନାଁ ରହିଛି ‘ପୁରଭା’। ତାଙ୍କ ବିପକ୍ଷରେ ରାହୁଲ ସୁଧୀର ରହିଛନ୍ତି। ଏହି ଧାରାବାହିକରେ କେମିତ ଗୋଟେ ପୁଅ ସମସ୍ତ ପରିସ୍ଥିତିକୁ ସମ୍ଭାଳି ପରିବାରକୁ ଖୁସିରେ ରଖିବାକୁ ଚାହୁଁଛି ତାହା ଦର୍ଶାଯାଇଛି।

ସୂଚନା ଅନୁଯାୟୀ, ସମ୍ଭାବନା ‘ମୁଁ ରାଜା ତୁ ରାଣୀ’ ଫିଲ୍ମରେ ମାଧ୍ୟମରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସୁପରଷ୍ଟାର ଅରିନ୍ଦମ ରାୟ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ।

କେବଳ ସମ୍ଭାବନା ନୁହଁନ୍ତି ପୂର୍ବରୁ ଓଡ଼ିଆ ଝିଅ ପ୍ରକୃତି ମିଶ୍ରଙ୍କୁ ‘ଆଣ୍ଡ ଟିଭି’ରେ ପ୍ରସାରିତ ହେଉଥିବା ସିରିଏଲ୍‌ ‘ବେଟି ବିଜ୍‌ନେସ୍‌ୱାଲି’ରେ ଦେଖିବାକୁ ମିଳିଥିଲା। ନିକଟରେ ରୋହିତ୍‌ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ରେ ମଧ୍ୟ ଜଣେ ଓଡ଼ିଆ ଝିଅ ସୁପ୍ରିୟା ରାୟଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ।



from Odisha Reporter http://bit.ly/2SYmaCV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages