ରାଷ୍ଟ୍ରପତି ଦେଖିଲେ ‘ମଣିକର୍ଣ୍ଣିକା’ର ସ୍ପେଶାଲ୍‌ ସ୍କ୍ରିନିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ରାଷ୍ଟ୍ରପତି ଦେଖିଲେ ‘ମଣିକର୍ଣ୍ଣିକା’ର ସ୍ପେଶାଲ୍‌ ସ୍କ୍ରିନିଂ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କ ଫିଲ୍ମ ମଣିକର୍ଣ୍ଣିକା: ଦ’ କୁଇନ୍ ଅଫ୍‌ ଝାନ୍‌ସୀର ସ୍ପେଶାଲ୍‌ ସ୍କ୍ରିନିଂ ସରିଯାଇଛି। ଶୁକ୍ରବାର ଫିଲ୍ମର ଏହି ସ୍ୱତନ୍ତ୍ର ସ୍କ୍ରିନିଂକୁ  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଖିଛନ୍ତି। ରାଷ୍ଟ୍ରପତିଙ୍କ ଟ୍ୱିଟର୍‌ ଆକାଉଣ୍ଟ୍‌ରେ ଏହି ସ୍କ୍ରିନିଂର କିଛି ଫଟୋ ଶେଆର୍‌ କରାଯାଇଛି।

ଏହି ସମୟରେ ଫିଲ୍ମର ଷ୍ଟାର୍‌କାଷ୍ଟ୍‌ ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ ସେନସର୍‌ ବୋର୍ଡର ଅଧ୍ୟକ୍ଷ ପ୍ରସୁନ୍‌ ଯୋଶୀ ଓ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ଉପସ୍ଥିତିରେ ସ୍କ୍ରିନିଂ ସରିଛି ବୋଲି ଜଣାପଡିଛି।

ସ୍କ୍ରିନିଂ ପରେ ରାଷ୍ଟ୍ରପତିଙ୍କ ଅଫିସିଆଲ ଟ୍ୱିଟର୍‌ ଆକାଉଣ୍ଟ୍‌ରେ ଦର୍ଶାଯାଇଛି ଯେ, “ମହାମହିମଙ୍କ ବାସଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ମଣିକର୍ଣ୍ଣିକା ଦେଖିଛନ୍ତି। ଫିଲ୍ମଟି ଦେଖିବା ପରେ ଏହାର କାଷ୍ଟ୍‌ ଓ କ୍ରୁ ମେମ୍ବରଙ୍କୁ ସମ୍ମାନିତ କରାଯାଇଛି। ଏହା ସହିତ ସ୍କ୍ରିନିଂ ସମୟରେ କଙ୍ଗନା କହିଛନ୍ତି, ରାଣୀ ଲକ୍ଷ୍ମୀବାଇ ଆମ ଦେଶର ଜାତୀୟ ହିରୋ। ଏହା ଝାନ୍‌ସୀ ରାଣୀଙ୍କର ପରାକ୍ରମର କାହାଣୀ।”

ଫିଲ୍ମଟି ୨୫ ଜାନୁଆରୀରେ ରିଲିଜ୍‌ ହେବ।  ଏଥିରେ ଅଙ୍କିତା ଲୋଖଣ୍ଡେ, ଅତୁଲ୍‌ କୁଲକର୍ଣ୍ଣୀ, ସୁରେଶ ଓବରଏ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। କଙ୍ଗନା ରଣାୱତ୍‌ ଓ କୃଷ୍‌ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି।

ଅନ୍ୟପକ୍ଷରେ କଙ୍ଗନାଙ୍କର ଏହି ଫିଲ୍ମକୁ କରଣୀ ସେନା ବିରୋଧ କରିଥିବା ଜଣାପଡ଼ିଛି। କରଣୀ ସେନା ଆପତ୍ତି ଉଠାଇଛି ଯେ, ଫିଲ୍ମରେ ଲକ୍ଷ୍ମୀ ବାଈଙ୍କର ବ୍ରିଟିଶ୍‌ ଅଫିସର୍‌ଙ୍କ ସହିତ ଯେଉଁ ସମ୍ପର୍କ ଦର୍ଶାଯାଇଛି ତାହା ଭ୍ରମାତ୍ମକ। କେବଳ ସେତିକି ନୁହେଁ ରାଣୀ ଲକ୍ଷ୍ମୀବାଈଙ୍କୁ ନେଇ ହୋଇଥିବା ଗୀତ ଉପରେ ମଧ୍ୟ ସେନା ଆପତ୍ତି ଉଠାଇଛି।

ଏହି ଗୀତରେ ରାଣୀ ଲକ୍ଷ୍ମୀବାଈ ନୃତ୍ୟ କରୁଥିବା ଦୃଶ୍ୟ ରହିଛି। ଯାହା ସଭ୍ୟତାର ବିରୋଧୀ ବୋଲି ସେନା କହିଛି। ଫିଲ୍ମ ନିର୍ମାତାଙ୍କୁ ପ୍ରଥମେ କରଣୀ ସେନାକୁ ଏହାକୁ ଦେଖାଇବା ପାଇଁ କହିଛି। ଯଦି ଏପରି ନ ହୁଏ, ତେବେ ଫିଲ୍ମ ବିରୋଧରେ ହିଂସା ପ୍ରଦର୍ଶନ କରାଇ ଏହାକୁ ରିଲିଜ୍‌ କରିବାକୁ ଦିଆଯିବ ନାହିଁ ବୋଲି ଧମକ ଦେଇଛି।

କରଣୀ ସେନାର ବିରୋଧ ଓ ଧମକ ଦେବାକୁ ନେଇ କଙ୍ଗନା ରଣାୱତ୍ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, “ସେ କାହାକୁ ଡ଼ରନ୍ତି ନାହିଁ ଏବଂ ଲଢ଼େଇ ନ କରି ସାହସ ହାରିବେ ନାହିଁ। ଚାରିଜଣ ଇତିହାସବିତ୍‌ ମଣିକର୍ଣ୍ଣିକା ଦେଖି ପ୍ରମାଣପତ୍ର ଦେଇ ସାରିଛନ୍ତି। ସେନସର୍‌ ବୋର୍ଡ ମଧ୍ୟ ମଞ୍ଜୁରୀ ଦେଇ ସାରିଛି। ଏହା ପରେ ମଧ୍ୟ କରଣୀ ସେନା ବାରମ୍ୱାର ଆମକୁ ହଇରାଣ କରୁଛି। ସେମାନେ ଜାଣିବା ଦରକାର ଯେ, ମୁଁ ରାଜପୁତ ସମ୍ପ୍ରଦାୟର ଝିଅ, ଯଦି ସେମାନେ ଏ ସବୁ କରିବା ବନ୍ଦ ନ କରିବେ, ତେବେ ମୁଁ ମଧ୍ୟ କଠୋର ହୋଇଯିବି।”

 



from Odisha Reporter http://bit.ly/2ASRUCq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages