ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଅଭିଯୁକ୍ତ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଅଭିଯୁକ୍ତ ଗିରଫ

rape

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଗୋଟିଏ ପରେ ଗୋଟିଏ ଛାତ୍ରୀ ଗର୍ଭବତୀ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। କନ୍ଧମାଳ, ଯାଜପୁର ଓ ଢେଙ୍କାନାଳ ପରେ ଆଜି କଳାହାଣ୍ଡି ଜିଲ୍ଲାରୁ ଏଭଳି ଏକ ଅଭିଯୋଗ ଆସିଛି।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳରୁ ଏ ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଛନ୍ତି। ତାଙ୍କର ଏ ଅବସ୍ଥା କରିଥିବା ଯୁବକଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି। ତାଙ୍କ ନାଁ ସୁଗ୍ରୀବ ଜାଲ। ସେ ବିବାହିତ ବୋଲି ଜଣାପଡ଼ିଛି।

ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଧର୍ମଗଡ଼ ଡିଏସ୍‌ପି ଏସ୍‌.ଏନ୍ ଶତପଥୀ କହିଛନ୍ତି,“ନାବାଳିକାଙ୍କ ବୟସ ୧୩ ବର୍ଷ। ତାଙ୍କୁ ଯିଏ ଦୁର୍ଷ୍କମ କରିଛି ସେ ବିବାହିତ। ତା ନାଁ ସୁଗ୍ରୀବ ଜାଲ। ସେ ବି ସେହି ଗାଁର। ଦିନେ ଘରେ ତାଙ୍କ ପତ୍ନୀ ନ ଥିବା ବେଳେ ସେ ଏ ଝିଅକୁ ଦୁଷ୍କର୍ମ କରିଥିଲା। ତା’ପରେ ଆଉ ଥରେ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ନାବାଳିକାର ବୟାନ ରେକର୍ଡ କରାଯିବା ସହିତ ତାଙ୍କର ଡାକ୍ତରୀ ମାଇନା କରାଯାଇଛି।”

ଡିଏସ୍‌ପି ଆହୁରି କହିଛନ୍ତି, ଦୁଷ୍କର୍ମ ସଂପର୍କରେ ନାବାଳିକା ଜଣଙ୍କ ଘରେ କିଛି କହି ନଥିଲେ। ପରେ ତାଙ୍କର କିଛି ଶାରୀରିକ ସମସ୍ୟା ଦେଖାଯାଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷା ପରେ ଜଣାପଡ଼ିଲା ଯେ ସେ ଗର୍ଭବତୀ ଅଛନ୍ତି।

କିଛି ଦିନ ତଳେ ପ୍ରଥମେ କନ୍ଧମାଳ ଜିଲ୍ଲାରୁ ଜଣେ ସେବାଶ୍ରମ ଛାତ୍ରୀ କନ୍ୟା ସନ୍ତାନ ପ୍ରସବ କରିବା ଘଟଣା ସାମ୍ନାକୁ ଆସିଥିଲା। ସେ ବି ଦୁଷ୍କର୍ମର ଶିକାର ହୋଇଥିଲେ। ତାଙ୍କ କନ୍ୟା ସନ୍ତାନର ମୃତ୍ୟୁ ଘଟିଛି। ତା’ପରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଥାନା ଅଞ୍ଚଳରେ ଜଣେ ନାବାଳିକା କନ୍ୟା ସନ୍ତାନ ପ୍ରସବ କରିଥିବା ଖବର ଆସିଥିଲା। ଏହା ପରେ ଗତକାଲି ଢେଙ୍କାନାଳରୁ ଏମିତି ଏକ ଖବର ଆସିଥିଲା। ଏଠାରେ ଜଣେ ସେବାଶ୍ରମ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି।



from Odisha Reporter http://bit.ly/2ATFKJL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages