ପାକିସ୍ତାନ କଳାକାରଙ୍କ ପ୍ରତି କଠୋର ହେଲା ବଲିଉଡ୍‌: ପିଏମ୍‌ଙ୍କୁ ଚିଠି ଲେଖିଲା AICWA - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ପାକିସ୍ତାନ କଳାକାରଙ୍କ ପ୍ରତି କଠୋର ହେଲା ବଲିଉଡ୍‌: ପିଏମ୍‌ଙ୍କୁ ଚିଠି ଲେଖିଲା AICWA

modi

ମୁମ୍ବାଇ: ଭାରତୀୟ ବାୟୁ ସେନାଙ୍କ ଦ୍ୱାରା ବାଲ୍‌କୋଟ୍‌ରେ ଆତଙ୍କୀ ପ୍ରଶିକ୍ଷଣ ଶିବିର ଧ୍ୱଂସ କରାଯିବା ପରେ ପାକିସ୍ତାନ ଖପ୍ପା ହୋଇଯାଇଛି। ଭାରତର କାର୍ଯ୍ୟାନୁଷ୍ଠାନ ଦେଖି ପାକିସ୍ତାନ୍‌ ତରଫରୁ ଅନେକ ବୟାନବାଜି ଜାରି କରାଯାଉଛି। ଯେଉଁଥିରେ ଭାରତ ଠାରୁ ପ୍ରତିଶୋଧ ନେବା କଥା କୁହା ଯାଇଛି। ସେପଟେ
ଭାରତୀୟ ବାୟୁସେନା ଆକ୍ରମଣ ପରେ ପାକିସ୍ତାନ ବଲିଉଡ୍ ସିନେମା ରିଲିଜ୍ ଉପରେ ବି କଟକଣା ଲଗାଇଛି। ପାକିସ୍ତାନରେ ଭାରତୀୟ ସିନେମା ରିଲିଜ୍ କରିବାକୁ ଦିଆଯିବ ନାହିଁ ବୋଲି ଟ୍ୱିଟ୍ ଜରିଆରେ ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫଓ୍ୱାଦ୍ ହୁସେନ ସୂଚନା ଦେଇଛନ୍ତି।

ପଡ଼ୋଶୀ ଦେଶରେ ଏହି ନିୟମ ଲାଗୁ ହେବା ପରେ ଭାରତ ମଧ୍ୟ ଏହାର ଜବାବ ଦେବାକୁ ପ୍ରସ୍ତୁତ ହୋଇଛି। ଏନେଇ ଅଲ୍ ଇଣ୍ଡିଆ ସିନେ କଳାକାର ଆସୋସିଏସନ୍ (AICWA) ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କୌଣସି ପାକିସ୍ତାନୀ କଳାକାରଙ୍କୁ ଭାରତ ସରକାର ଭିସା ନଦେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ଏହାସହ ପାକିସ୍ତାନ ଫିଲ୍ମ ଆସୋସିଏସନ୍ ଏବଂ ମିଡିଆକୁ ମଧ୍ୟ ଭିସା ନଦେବା ପାଇଁ ଚିଠିରେ ଅନୁରୋଧ କରାଯାଇଛି।

ସେଥିରେ ଆହୁରି ଲେଖାଯାଇଛି ଯେ, ଭାରତ ସରକାର ପାକିସ୍ତାନ୍‌ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନ୍ତୁ। ଏହାସହ ଆତଙ୍କବାଦୀମାନଙ୍କୁ ପ୍ରସ୍ରୟ ଦେଉଥିବା ଦେଶ ପାକିସ୍ତାନ ଉପରେ ଶକ୍ତ ପ୍ରତିବନ୍ଧକ ଲଗାନ୍ତୁ। 

ଏହା ପୂର୍ବରୁ ପୁଲ୍‌ୱାମା ଆଟାକ୍‌ ପରେ ବଲିଉଡ୍‌ ବି ପାକିସ୍ତାନ୍‌ କଳାକାରଙ୍କ ପ୍ରତି ଖୁବ୍‌ ଶକ୍ତ ନୀତି ଆପଣେଇଥିଲା। ପାକିସ୍ତାନୀ କଳାକାରଙ୍କ ସହ କାମ କରିବାକୁ ମନା କରିବା ସହ ଅନେକ ଭାରତୀୟ ଫିଲ୍ମକୁ ପାକିସ୍ତାନ୍‌ରେ ରିଲିଜ୍‌ ନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏମିତିକି ସବୁ ପାକିସ୍ତାନ୍‌ କଳାକାର ଭାରତ ଆସିବାକୁ ମଧ୍ୟ ବାସନ୍ଦ କରାଯାଇଛି।

 



from Odisha Reporter https://ift.tt/2GRgzvY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages