ପ୍ରତିଶୋଧ ନେବାକୁ ପ୍ରସନ୍ନଙ୍କ ଘର ଜାଳି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ପ୍ରତିଶୋଧ ନେବାକୁ ପ୍ରସନ୍ନଙ୍କ ଘର ଜାଳି ଦେଲେ

house

ତେଲକୋଇ (ଚିନ୍ମୟ କୁମାର ସାହୁ): ପ୍ରତିଶୋଧ ପରାୟଣ ହୋଇ ଜଣେ ବ୍ୟକ୍ତିଙ୍କ ଘର ଜାଳି ଦେଲେ ୮ ରୁ ୧୦ ଜଣ ଯୁବକ। ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାଙ୍କ ବୃଦ୍ଧ ବାପାମା’ ଓ ଦୁଇ ଛୁଆ।

ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସାରୁଆଳୀ ଗାଁରେ। ଗତକାଲି ରାତି ପ୍ରାୟ ତିନିଟା ବେଳେ ଏହି ଘଟଣା ଘଟିଛି।

ଅଭିଯୋଗ ଅନୁସାରେ, ସାରୁଆଳୀ ଗାଁର ଅର୍ଜୁନା ପାତ୍ରଙ୍କ ପୁଅ ପ୍ରସନ୍ନ ଡିମିରିଆ ଗାଁରେ କାମ କରୁଥିଲେ। ସେଠାରେ ଜଣେ ଯୁବକଙ୍କୁ ସେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ଘଟଣା ପରେ ପ୍ରସନ୍ନ ଫେରାର ହୋଇଯାଇଛନ୍ତି। ତାଙ୍କୁ ଖୋଜିବାକୁ ଡିମିରିଆ ଗାଁର ୧୦ଜଣ ଯୁବକ ଗତକାଲି ରାତିରେ ସାରୁଆଳୀ ଆସିଥିଲେ। ତେବେ ସେ ଘରେ ନ ଥିବା ଜାଣି ପ୍ରତିଶୋଧ ପରାୟଣ ହୋଇ ଯୁବକମାନେ ତାଙ୍କ ଘର ଜାଳି ଦେଇଥିଲେ।

890ନିଆଁ ଲାଗିବା ସମୟରେ ଘରେ ପ୍ରସନ୍ନଙ୍କ ବାପାମାଆଙ୍କ ସହ ତାଙ୍କ ଦୁଇ ଛୁଆ ଶୋଇଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ଏ ଘଟଣା ନେଇ ପ୍ରସନ୍ନଙ୍କ ମାଆ ଦୂର ପାତ୍ର ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।

ପ୍ରସନ୍ନଙ୍କ ମା’ କହିଛନ୍ତି,“ଗତକାଲି ରାତିରେ ଆମେ ସମସ୍ତେ ଶୋଇଥିବା ବେଳେ ୮ରୁ ୧୦ ଜଣ ଯୁବକ ଆମ ଘରକୁ ଆସିଥିଲେ। କବାଟ ଖୋଲିବାକୁ ଡାକ ପକାଇଥିଲେ। ମୁଁ କବାଟ ଖୋଲିବାକୁ ମନା କରିଥିଲି। ତା’ପରେ ସେମାନେ ଘରେ ନିଆଁ ଲଗାଇ ଦେଇଥିଲେ। ମୁଁ ସେମାନଙ୍କୁ କ୍ଷମା ମାଗି ଥିଲେ ବି ସେମାନେ ଶୁଣି ନ ଥିଲେ।”



from Odisha Reporter https://ift.tt/2VoWOPp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages