ଜନ୍ମମାଟି ଅଭିମୁଖେ ସହିଦ୍‌ଙ୍କ ପର୍ଥିବ ଶରୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ଜନ୍ମମାଟି ଅଭିମୁଖେ ସହିଦ୍‌ଙ୍କ ପର୍ଥିବ ଶରୀର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାନ୍ଦୁଛି ଜନ୍ମମାଟି ଓ କାନ୍ଦୁଛି ପରିବାର। ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଦୁଇ ଓଡ଼ିଆ ବୀର ଯବାନ ପ୍ରସନ୍ନ ସାହୁ ଓ ମନୋଜ କୁମାର ବେହେରାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ସେମାନଙ୍କ ମରଶରୀର ପହଞ୍ଚିବା ପରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଆତ୍ମୀୟ ଓ ପ୍ରିୟଜନ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ୍‌, ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସାଂସଦ ପ୍ରସନ୍ନ ପାଟଶାଣୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ପାର୍ଥିବ ମରଶରୀରକୁ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କ ଜନ୍ମମାଟିକୁ ନିଆଯାଉଛି। ଏହି ଖବର ପ୍ରକାଶ ପାଇବା ପରେ ଦୁଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପ୍ରିୟଜନ, ବନ୍ଧୁବାନ୍ଧବ ଓ ରାଜନେତାମାନେ ଚାତକ ପକ୍ଷୀଟି ପରି ସହିଦଙ୍କ ପାର୍ଥିବ ଶରୀର ପହଞ୍ଚିବାକୁ ଅନାଇ ରହିଛନ୍ତି।

ସହିଦ ପ୍ରସନ୍ନ କୁମାର ସାହୁଙ୍କ ମରଶରୀରକୁ ଜଗତସିଂହପୁର ନାଉଗାଁ ପରିଶିଖର ଗାଁକୁ ନିଆଯିବା ବେଳେ ସହିଦ ମନୋଜ କୁମାର ବେହେରାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟି କଟକ ନିଆଳିର ରତନପୁର ଗାଁକୁ ନିଆଯାଉଛି। ଯେଉଁଠି ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ଶେଷ ବିଦାୟ ଦିଆଯିବ।

ତା’ପୂର୍ବରୁ ଭୁବନେଶ୍ୱର ବିମାନ ବିନ୍ଦରରେ ସିଆର୍‌ପିଏଫ୍‌ ପକ୍ଷରୁ ସ୍ୱତନ୍ତ୍ର ସମ୍ମାନ ବ୍ୟବସ୍ଥା କରାଯାଇଥିଲା।

ଅନ୍ୟପକ୍ଷରେ ସହିଦଙ୍କ ପରିବାର ପାଇଁ ରାଜ୍ୟ ସରକାର ଅନୁକମ୍ପା ରାଶି ବଢ଼ାଇଛନ୍ତି। ସହିଦ୍‌ ଦୁଇ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଯିବ। ଏହାଛଡ଼ା ସେମାନଙ୍କ ପିଲାମାନଙ୍କ ପଢ଼ିବା ଖର୍ଚ୍ଚ ସରକାର ବହନ କରିବେ। ଦୁଇ ସହିଦ୍‌ଙ୍କ ଗାଁକୁ ମଡେଲ ପଞ୍ଚାୟତ ଭାବେ ଘୋଷଣା କରାଯିବ। ସେମାନେ ପଢ଼ୁଥିବା ସ୍କୁଲକୁ ସହିଦଙ୍କ ନାଁରେ ନାମିତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।



from Odisha Reporter http://bit.ly/2EeYZiZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages