ଏବେ କୋହଲା ପାଗ, ୧୯ରୁ ବଢ଼ିବ ଦିନର ତାପମାତ୍ରା, କୁହୁଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ଏବେ କୋହଲା ପାଗ, ୧୯ରୁ ବଢ଼ିବ ଦିନର ତାପମାତ୍ରା, କୁହୁଡ଼ି

ଭୁବନେଶ୍ୱର: ଶୁକ୍ରବାର ରାତିରୁ ରାଜ୍ୟର ପାଗ ବଦଳି ଯାଇଛି। ଶନିବାର ଭୋରରୁ ବିଭିନ୍ନ ସ୍ଥାନରେ ବର୍ଷା ପବନ ହେବା ସହ ଦିନ ବେଳା ମଧ୍ୟ ପାରଦ ହ୍ରାସ ପାଇଛି। ଏଭଳି ପାଗ ୧୯ ତାରିଖ ଯାଏ ଲାଗି ରହିବ। ୧୯ ତାରିଖରୁ ଦିନର ତାପମାତ୍ରା ବୃଦ୍ଧି ପାଇବ। ରାଜ୍ୟରେ ଖରାଟିଆ ପାଗ ଫେବୃଆରୀ ୨୩ ଯାଏ ଲାଗି ରହିବାର ସମ୍ଭାବନା ରହିଛି।

ଏହି ସମୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ମଧ୍ୟ ଛୁଇଁପାରେ। ଆଜି ଏଭଳି ସୂଚନା ଦେଇଛି ସୋଆ ବିଶ୍ୱବିଦ୍ୟାଳୟର ପାଣିପାଗ ବିଜ୍ଞାନ କେନ୍ଦ୍ର(ସିଇସି)।

ସିଇସି ପକ୍ଷରୁ ଜାରି ବୁଲେଟିନ୍‌ ଅନୁଯାୟୀ, ଫେବୃଆରୀ ୧୭ରୁ ଆକାଶ ପୂରା ପରିଷ୍କାର ହୋଇଯିବ। ଏହି କାରଣରୁ ରାତି ବେଳେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ।

ବର୍ତ୍ତମାନ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଦ୍ରୁତ ଗତିରେ ପଶ୍ଚିମରୁ ପୂର୍ବକୁ ଗତି କରୁଛି। ଏହାର ପ୍ରଭାବରେ ଆଜି ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ତେବେ ଏବେଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର କୌଣସି ଆଶଙ୍କା ନାହିଁ। ସେହିପରି ଫେବୃଆରୀ ୧୯ରୁ ଉପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ିର ମଧ୍ୟ ଆଶଙ୍କା ରହିଥିବା ସିଇସି ପକ୍ଷରୁ ଆକଳନ କରାଯାଇଛି।



from Odisha Reporter http://bit.ly/2V1spqw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages