ମହଙ୍ଗା ପଡ଼ିଲା ମନ୍ତବ୍ୟ, ସିଦ୍ଧୁ କ୍ଲିନ୍‌ ବୋଲ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ମହଙ୍ଗା ପଡ଼ିଲା ମନ୍ତବ୍ୟ, ସିଦ୍ଧୁ କ୍ଲିନ୍‌ ବୋଲ୍ଡ

ନୂଆଦିଲ୍ଲୀ: ସମ୍ବେଦନଶୀଳ ଆତଙ୍କବାଦ ପ୍ରସଙ୍ଗକୁ ନେଇ ସୋଶାଲ ମିଡିଆରେ ତମ୍ବିତୋଫାନ ପରେ ଏବେ ତାଙ୍କର ଦ୍ୱିତୀୟ ଇନିଂସ୍‌ କୁହାଯାଉଥିବା ‘ଦି କପିଲ ଶର୍ମା ଶୋ’ରୁ ନଭଜୋତ ସିଂହ ସିଦ୍ଧୁ ବାଦ୍‌ ପଡ଼ିବେ ବୋଲି ଜଣାପଡ଼ିଛି। ଖୁବ୍‌ଶୀଘ୍ର ଏଥିନେଇ ଅଫିସିଆଲ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ସିଦ୍ଧୁ ଗତକାଲି ତାଙ୍କ ବୟାନରେ କହିଥିଲେ, “ହିଂସା ସବୁ ସମୟରେ ନିନ୍ଦନୀୟ, ଦୋଷୀ ଦଣ୍ଡ ପାଇବା ଉଚିତ। କିନ୍ତୁ, କିଛି ଲୋକଙ୍କ ପାଇଁ ଗୋଟିଏ ଦେଶ ଏବଂ ଅନ୍ୟ ଜଣେ ବ୍ୟକ୍ତିକୁ କିଭଳି ଦାୟୀ କରାଯାଇପାରିବ?” ସେ ଏହାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା ଜରୁରୀ ବୋଲି କହିଥିଲେ। ଆଉ କେତେଦିନ ଧରି ଯବାନଙ୍କୁ ହରାଇବା ଏବଂ ରକ୍ତପାତ ଚାଲିବ ବୋଲି ସେ ପ୍ରଶ୍ନ କରିଥିଲେ। ପୂର୍ବରୁ କର୍ତ୍ତାରପୁର ପ୍ରସଙ୍ଗ ହେଉ ବା ପାକିସ୍ତାନର ସେନାଧ୍ୟକ୍ଷଙ୍କୁ ଆଲିଙ୍ଗନ କରିବା ହେଉ, ଭାରତରେ ତାଙ୍କୁ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି।

ଏବେ ଏକସଙ୍ଗେ ଏତେ ଯବାନଙ୍କ ଜୀବନ ଯିବାପରେ ସାରା ଦେଶରେ ଆକ୍ରୋଶର ନିଆଁ ଜଳୁଛି। ଏବେ ଯୁଦ୍ଧ ବା ସେଭଳି କିଛି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତେ ଦାବି କରୁଛନ୍ତି। କିନ୍ତୁ ଏଭଳି ଏକ ସ୍ଥିତିରେ ପାକିସ୍ତାନ ସହ ଆଲୋଚନା କଥା ଉଠାଇ ସେ ସମସ୍ତଙ୍କ ରୋଷର ଶିକାର ହୋଇଛନ୍ତି।

ତେବେ ତାଙ୍କ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେ ଏହି ପ୍ରସଙ୍ଗରେ ଯବାନ ଏବଂ ସରକାରଙ୍କ ସହିତ ଅଛନ୍ତି ବୋଲି କହିଥିଲେ। ସିଦ୍ଧୁଙ୍କ ମନ୍ତବ୍ୟ ଠିକ୍‌ ଓଲଟା ହୋଇଥିବାରୁ ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2IhBIRC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages