କୁମ୍ଭରେ ୩ୟ ସାହି ସ୍ନାନ: ପବିତ୍ର ବୁଡ଼ ପକାଇଲେ ୨ କୋଟି ଶ୍ରଦ୍ଧାଳୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

କୁମ୍ଭରେ ୩ୟ ସାହି ସ୍ନାନ: ପବିତ୍ର ବୁଡ଼ ପକାଇଲେ ୨ କୋଟି ଶ୍ରଦ୍ଧାଳୁ

snana

ପ୍ରୟାଗରାଜ: ସଙ୍ଗମ ସହରରେ ଚାଲିଛି ଆସ୍ଥାର ମହାପର୍ବ ‘କୁମ୍ଭ’। ଆଜି ହେଉଛି ବସନ୍ତ ପଞ୍ଚମୀ। ଆଉ ଏହି ବସନ୍ତ ପଞ୍ଚମୀ ବା ଶ୍ରୀ ପଞ୍ଚମୀ ତିଥିରେ କୁମ୍ଭ ମେଳାରେ ତୃତୀୟ ସାହି ସ୍ନାନ ବା ଶେଷ ସ୍ନାନ ଅନୁଷ୍ଠିତ ହୋଇଛି। ଏହି ତୃତୀୟ ବା ଶେଷ ସାହି ସ୍ନାନରେ ପାଖାପାଖି ୨ କୋଟିରୁ ଅଧିକ ଲୋକେ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି।

କୁମ୍ଭ ମେଳାର ଅଧିକାରୀ ବିଜୟ କିରନ୍‌ ଆନନ୍ଦ କହିଛନ୍ତି କି, ରବିବାର ବସନ୍ତ ପଞ୍ଚମୀ ଅବସରରେ ସମାଜର ସବୁ ବର୍ଗର ୨କୋଟିରୁ ଅଧିକ ଲୋକ ଏଠାରେ ବୁଡ଼ ପକାଇଛନ୍ତି। ତେଣୁ ସୁରକ୍ଷା ବ୍ୟବସ୍ଥା ବି କଡ଼ା କଡ଼ି କରାଯାଇଛି।

ଅଖିଳ ଭାରତୀୟ କଳା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରି କହିଛନ୍ତି, କୁମ୍ଭ ମେଳାରେ ତିନି ସାହି ସ୍ନାନ ବା ତିନି ପର୍ବ ସ୍ନାନ ରହିଥାଏ। କୁମ୍ଭ ମେଳା ଜାନୁଆରୀ ୧୫କୁ ମକର ସଂକ୍ରାନ୍ତି ଦିନ ଆରମ୍ଭ ହୋଇଥିଲା । ପ୍ରଥମ ସାହି ସ୍ନାନ ସେଇ ଦିନ ଆରମ୍ଭ ହୋଇଥିଲା। ଦ୍ୱିତୀୟ ସାହି ସ୍ନାନ ଫେବୃଆରୀ ୪ବା  ମୌନୀ ଅମାବାସ୍ୟା ଦିନ ଥିଲା। ତୃତୀୟ ସାହି ସ୍ନାନ ଆଜି ତଥା ପଞ୍ଚମୀରେ ସାହି ସ୍ନାନ ଶେଷ ହୋଇଛି।

ସୂଚନା ଅନୁଯାୟୀ ବସନ୍ତ ପଞ୍ଚମୀରେ ଶ୍ରଦ୍ଧାଳୁ ତିନି ଥର ବୁଡ଼ ପକାଇଲେ ଗଙ୍ଗା ଯମୁନା, ସରସ୍ୱତୀଙ୍କର ଆଶିର୍ବାଦ ମିଳିଥାଏ। ଏଥିପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ଏହାର ଖୁବ୍‌ ମହତ୍ୱ ରହିଛି।



from Odisha Reporter http://bit.ly/2DnevaR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages