
ହାମିଲଟନ୍: ନ୍ୟୁଜିଲ୍ୟାଣ୍ଡ ଟି୨୦ ସିରିଜ୍ର ଶେଷ ମ୍ୟାଚ୍ରେ ଗ୍ରାଉଣ୍ଡରେ ଯେତିକି ସରଗରମ୍ ମାହୋଲ ଥିଲା ଷ୍ଟୁଡିଓରେ ମଧ୍ୟ ପରିବେଶ ସେତିକି ରଙ୍ଗୀନ ଥିଲା। ଏହି ସିରିଜ୍ କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଇତିହାସ ରଚିବା ପାଇଁ ଭାରତ ପାଇଁ ଅନନ୍ୟ ସୁଯୋଗ ହୋଇଥିବାରୁ ସମସ୍ତେ ଉତ୍ସୁକତାର ସହିତ ଆଜିର ଏହି ମ୍ୟାଚ୍କୁ ଅପେକ୍ଷା କରି ରହିଥିଲେ। ଷ୍ଟୁଡିଓରେ ୩ କ୍ରିକେଟ୍ ଷ୍ଟାର ଗୌତମ ଗମ୍ଭୀର, ହରଭଜନ୍ ସିଂହ ଏବଂ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ବେଶ୍ ଉତ୍ସାହିତ ଥିବା ନଜର ଆସିଥିଲେ।
ଗମ୍ଭୀର ଖେଳପଡ଼ିଆରେ ଏବଂ ଟ୍ୱିଟର ଦୁନିଆରେ ରୀତିମତ ଗମ୍ଭୀର ରହୁଥିଲେ ମଧ୍ୟ ଷ୍ଟାର ସ୍ପୋର୍ଟସର ମ୍ୟାଚ୍ ସମୟର କାର୍ଯ୍ୟକ୍ରମରେ ମଉଜିଆ ଅବତାରରେ ଥିଲେ। ବର୍ତ୍ତମାନ ଟି୨୦ ସିରିଜ୍ରେ ଏହି ୩ ସାଥୀ କମେଣ୍ଟ୍ରି ଦାୟିତ୍ୱରେ ଅଛନ୍ତି।
ତେବେ ମ୍ୟାଚ୍ ପୂର୍ବରୁ ସେମାନେ ଏହି ମୁହୂର୍ତ୍ତକୁ ମଜାଦାର କରିବା ପାଇଁ ପ୍ରସିଦ୍ଧ ହକ୍କା ଡ୍ୟାନ୍ସ କରିଥିଲେ। ସେମାନେ ଏହି ସମୟରେ ଗୋଡ଼ ବାଡ଼େଇ ଏବଂ ନାରା ଦେଇ ନାଚିଥିଲେ। ଦେଖନ୍ତୁ ଏହି ମଜାଦାର ସମୟର ଭିଡିଓ।
BREAKING NEWS
Gautam is no more Gambhir!
Watch here to know why and stay tuned for more such fun moments with @jatinsapru, @GautamGambhir @harbhajan_singh and @VVSLaxman281 on #NerolacCricketLIVE, today, 8 AM onwards on Star Sports. pic.twitter.com/kOCBCyPcoe
— Star Sports (@StarSportsIndia) February 10, 2019
from Odisha Reporter http://bit.ly/2DvcjOO
BREAKING NEWS 
No comments:
Post a Comment