ସେଦିନ ଜୟା ରାଗିଗଲେ, ଚାପୁଡ଼ା ଖାଇଥାନ୍ତେ ଶାହାରୁଖ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ସେଦିନ ଜୟା ରାଗିଗଲେ, ଚାପୁଡ଼ା ଖାଇଥାନ୍ତେ ଶାହାରୁଖ୍‌ !

saharukhh

ମୁମ୍ବାଇ(ଓଡ଼ିଶା ରିପୋର୍ଟର): କିଙ୍ଗ୍‌ ଖାନ୍ ଶାହାରୁଖ୍‌ ଓ ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନ ଫିଲ୍ମ ‘କଭି ଖୁସି କଭି ଗମ୍‌ରେ’ ଏକାଠି କାମ କରି ସାରିଛନ୍ତି। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଖୁବ୍‌ ନିବିଡ଼। କିନ୍ତୁ ଜାଣିଛନ୍ତି, ଥରେ ଶାହାରୁଖ୍‌ଙ୍କ ଉପରେ ଫିଡ଼ିକି ଯାଇଥିଲେ ଜୟା । ପରିସ୍ଥିତି ଏମିତି ହୋଇଥିଲା ଯେ, ଶେଷରେ ଶାହାରୁଖ୍‌ ଜୟାଙ୍କ ହାତରୁ ଚାପୁଡା ଖାଇଥାନ୍ତେ !

ଆପଣ ଭାବୁଥିବେ, ଏମିତି କ’ଣ କହିଲେ ଯେ, କିଙ୍ଗ୍‌ ଖାନ୍‌ଙ୍କ ଉପରେ ଫିଡିକି ଗଲେ ଜୟା।

ବାସ୍ତବରେ ଐଶ୍ୱର୍ଯ୍ୟାଙ୍କୁ ନେଇ କିଛି ବିବାଦୀୟ କଥା କହିଥିବାରୁ ଜୟା ତାଙ୍କ ଉପରେ ରାଗି ଯାଇଥିଲେ। ଆଉ ରାଗିବେନି କେମିତି କହିଲେ, ଯେତେହେଲେ ଐସ୍‌ ତାଙ୍କ ବୋହୂ ଯେ ।

ଦିନଥିଲା, ଶାହାରୁଖ୍‌ ଖାନ୍‌ ଓ ଐଶ୍ୱର୍ଯ୍ୟା ରାୟଙ୍କ ଯୋଡ଼ି ବଲିଉଡ୍‌ର ସବୁଠୁ ହିଟ୍‌ ଯୋଡ଼ି ଥିଲା। ଦୁହେଁ ଦେବ୍‌ଦାସ, ଜୋଶ୍‌, ମହୋବତେଁ ଓ ହମ୍‌ ତୁମ୍‌ହାରେ ହୈ ସନମ୍‌ରେ ଏକାଠି କାମ କରିଛନ୍ତି। କିନ୍ତୁ ଥରେ ଶାହାରୁଖ୍‌ ଓ ସଲ୍‌ମାନ୍‌ଙ୍କ ଝଗଡ଼ା ବେଳେ ଐଶ୍ୱର୍ଯ୍ୟାଙ୍କୁ ଖରାପ୍‌ କମେଣ୍ଟ୍‌ କରିଦେଇଥିଲେ କିଙ୍ଗ୍‌ ଖାନ୍‌। ଯାହା ଶୁଣିବା ପରେ ଐଶ୍ୱର୍ଯ୍ୟାଙ୍କ ଶାଶୂ ଜୟା ବଚ୍ଚନ ନିଆଁବାଣ ହୋଇଯାଇଥିଲେ। ଏମିତି କି ସେ ଶାହାରୁଖ୍‌ଙ୍କୁ ଚାପୁଡ଼ା ମାରିବା କଥା ବି କହିଦେଇଥିଲେ।

ସଲ୍‌ମାନ୍‌ ଓ ଶାହାରୁଖ୍‌ଙ୍କ ଏହି ଝଗଡ଼ା ପରେ ପିପୁଲ୍ସ ମାଗାଜିନ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଜୟା ଶାହାରୁଖଙ୍କ ପ୍ରତି ନିଜ ରାଗ ଜାହିର୍‌ କରିଥିଲେ। କହିଥିଲେ, ‘‘ଯଦି ଶାହାରୁଖ୍‌ ତାଙ୍କ ଘରେ ଥାଆନ୍ତେ ତେବେ ମୁଁ ତାଙ୍କୁ ଚାପୁଡ଼ା ମାରିଦେଇଥାନ୍ତି। ମୁଁ ତାଙ୍କ ସହ ଏହି ବିଷୟରେ ଖୁବ୍‌ ଶୀଘ୍ର କଥା ହେବି। ମୁଁ ତାଙ୍କୁ ସେମିତି ଚାପୁଡ଼ା ମାରିଥାନ୍ତି ଯେମିତି ମୋ ପୁଅକୁ ମାରେ। ମୋର ଶାହାରୁଖ୍‌ଙ୍କ ସହ ସମ୍ପର୍କ ଖୁବ୍‌ ନିବିଡ଼।’’

ଜୟା ଶାହାରୁଖ୍‌ଙ୍କ ଫିଲ୍ମ ‘ହାପି ନ୍ୟୁଇୟର’ ବିଷୟରେ ବି କମେଣ୍ଟ୍‌ କରିଥିଲେ। ସେ କହିଥିଲେ, ଏହି ଫିଲ୍ ଖୁବ୍‌ ଫାଲ୍‌ତୁ। ଯଦି ଏହି ଫିଲ୍ମରେ ତାଙ୍କ ପୁଅ ଅଭିଷେକ ନ ଥାନ୍ତେ ତେବେ ସେ ଏହି ଫିଲ୍ମ କେବେ ବି ଦେଖି ନ ଥାନ୍ତେ। ଶାହାରୁଖ୍‌ ବି ଜୟାଙ୍କ ପ୍ରତି ଉତ୍ତରରେ କମେଣ୍ଟ୍‌ କରି କହିଥିଲେ, ଅମିତାଭ୍‌ ବଚ୍ଚନଙ୍କ ଫିଲ୍ମ ‘ଅମର ଆକବର ଆନ୍ଥୋନୀ’ ବି ଖୁବ୍‌ ବକୱାସ୍‌ ଫିଲ୍ମ। କିନ୍ତୁ ସେହି ଫିଲ୍ମ ଆଜିବି ସବୁଠୁ ଅଧିକ ମନୋରଞ୍ଜନ କରାଇଥିବା ଫିଲ୍ମ ମଧ୍ୟରୁ ଗୋଟିଏ ବୋଲି ଧରାଯାଏ।

 



from Odisha Reporter http://bit.ly/2Bv5aO0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages