‘ପ୍ୟୁମା’ର ବ୍ରାଣ୍ଡ ଆମ୍ବାସାଡର ହେଲେ ମ୍ୟାରିକମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

‘ପ୍ୟୁମା’ର ବ୍ରାଣ୍ଡ ଆମ୍ବାସାଡର ହେଲେ ମ୍ୟାରିକମ୍‌

ନୂଆଦିଲ୍ଲୀ: ମହିଳା ବର୍ଗ ବକ୍ସିଂରେ ୬ଥରର ବିଶ୍ୱ ବିଜେତା ଏମ୍‌ସି ମ୍ୟାରିକମ୍‌ ବିଶ୍ୱସ୍ତରୀୟ ସ୍ପୋର୍ଟୱେର କମ୍ପାନୀ ‘ପ୍ୟୁମା’ର ବ୍ରାଣ୍ଡ ଆମ୍ବାସାଡର ବନିଛନ୍ତି। ତାଙ୍କୁ ପ୍ୟୁମା ପକ୍ଷରୁ ୨ ବର୍ଷ ପାଇଁ ଚୁକ୍ତିବଦ୍ଧ କରାଯାଇଛି।

“ଜଣେ ଚାମ୍ପିୟନ ବକ୍ସର ଓ ସୁପର ମମ୍‌” ଭାବେ ପରିଚିତ ମ୍ୟାରିକମ୍‌ ଭାରତରେ ଥିବା କୋଟି କୋଟି ମହିଳାଙ୍କ ଆଦର୍ଶ। ସେ ପ୍ୟୁମାର ବ୍ରାଣ୍ଡ ଆମ୍ବାସାଡର ହୋଇ ଦେଶର ସମସ୍ତ ମହିଳାଙ୍କୁ ଉଚିତ ମାର୍ଗଦର୍ଶନ କରାଇପାରିବେ” ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତାଙ୍କୁ ପ୍ୟୁମାର ଭାରତୀୟ ବ୍ରାଣ୍ଡ ଆମ୍ବାସାଡର କରାଯାଇଛି।

ମ୍ୟାରିକମ୍‌ ବିଶ୍ୱର ପ୍ରଥମ ମହିଳା ଯିଏ ୬ ଥର ବିଶ୍ୱ ଚାମ୍ପିୟନ ହେବାର ରେକର୍ଡ କରିଛନ୍ତି।

ପ୍ୟୁମାର ଭାରତୀୟ ଏମ୍‌ଡି ଅଭିଷେକ ଗାଙ୍ଗୁଲି କହିଛନ୍ତି, “ଆମେ ମ୍ୟାରିକମ୍‌କୁ ସ୍ୱାଗତ କରିବାକୁ ବେଶ ଉତ୍ସାହିତ ରହିଛୁ। ସେ ଆମର ମହିଳା ଗ୍ରାହକଙ୍କ ପାଇଁ ପ୍ରସ୍ତୁତ ସାମଗ୍ରୀ ଗୁଡ଼ିକୁ ଆହୁରି ଉଚ୍ଚସ୍ତରକୁ ନେଇପାରିବେ।”



from Odisha Reporter http://bit.ly/2GPEfAc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages