ପଶ୍ଚାତାପ କରୁଛି କି ପାକିସ୍ତାନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ପଶ୍ଚାତାପ କରୁଛି କି ପାକିସ୍ତାନ !

ମୁମ୍ୱାଇ: ୧୪ ଫେବ୍ରୁଆରୀରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଏହାକୁ କଡ଼ା ସମାଲୋଚନା କରାଯାଉଛି। ବଲିଉଡ୍ ସେଲିବ୍ରିଟି ମଧ୍ୟ ସୋଶାଲ ମିଡିଆରେ ନିଜର ଭିନ୍ନ ଭାବରେ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏପରିକି ଗଜଲ୍‌ ଗାୟକ ଜାବେଦ୍‌ ଅଖତର୍ ଓ ତାଙ୍କ ସ୍ତ୍ରୀ ଶବାନା ଆଜ୍‌ମୀ ମଧ୍ୟ ପାକିସ୍ତାନର କରାଚିରେ ଥିବା ତାଙ୍କର କାର୍ଯ୍ୟକ୍ରମକୁ ବାତିଲ୍‌ କରିଛନ୍ତି। ତେବେ ଦୁହିଁଙ୍କର ଗସ୍ତ ବାତିଲ୍‌ ପରେ ପାକିସ୍ତାନର କଳା ପ୍ରେମୀ ନିରାଶ ହୋଇଥିବା ଜଣାପଡ଼ିଛି।

ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁସାରେ ପାକିସ୍ତାନର ଚଳଚ୍ଚିତ୍ର ସମୀକ୍ଷକ ଓମେର୍‌ ଅଲ୍‌ବି କହିଛନ୍ତି, “ଶବାନା ଓ ଜାବେଦ୍‌ ସାହେବ ଦୁଇଜଣ ଆଗକୁ ବଢୁଥିବା ଲୋକ। ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ସେ ଦୁହେଁ ସର୍ବଦା ଚେଷ୍ଟା କରିଥାନ୍ତି। ପୁଲୱାମା ଆକ୍ରମଣ ପରେ ଶବାନା ଓ ଜାବେଦ୍‌ ପାକିସ୍ତାନକୁ ନ ଆସିବା ନିଷ୍ପତ୍ତି ପାକିସ୍ତାନର କଳା ଓ ସାହିତ୍ୟ ସମୁଦାୟଙ୍କୁ ଆଶ୍ଚର୍ଯ୍ୟ କରିଛି। ଓମେର୍‌ ଅଲ୍‌ବି ଆହୁରି ମଧ୍ୟ କହିଛନ୍ତି, ମୁଁ ତାଙ୍କର ଆଲୋଚନା କରୁନାହିଁ, ମାତ୍ର ପୁଲୱାନା ଘଟଣାରେ ସେ ଯେପରି ମତ ଦେଇଛନ୍ତି, ଏହାକୁ ନେଇ ମୁଁ ବହୁତ ଦୁଃଖିତ।”

ଏପରିକି ପାକିସ୍ତାନର ଆର୍ଟ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ କହିଛି, “ଦୁଇ କଳାକାରଙ୍କର ଏହି ନିଷ୍ପତ୍ତି ପରେ ଆମେ ପଶ୍ଚାତାପ କରୁଛୁ। ଆର୍ଟସ୍‌ କାଉନ୍‌ସିଲ୍‌ର ଅଧ୍ୟକ୍ଷ କହିଛନ୍ତି, ଜାବେଦ୍‌ ଅଖତରଙ୍କ ଟିପ୍ପଣୀ ପାକିସ୍ତାନର ସାହିତ୍ୟକାରଙ୍କ ପାଇଁ ବିଲ୍‌କୁଲ୍‌ ଉଚିତ୍‌ ନୁହେଁ।”

ପୁଲୱାମା ଘଟଣା ପରେ ଶବାନା ଆଜ୍‌ମୀ କହିଥିଲେ, “ମୁଁ ଓ ଜାବେଦ୍‌ ଅଖତର୍‌ ନିଷ୍ପତ୍ତି ନେଇଛୁ ଯେ, କରାଚିରେ ହେହାକୁ ଥିବା କୈଫି ଆଜମ୍‌ବୀଙ୍କ ଜନ୍ମ ଶତାବ୍ଦୀ କାର୍ଯ୍ୟକ୍ରମରେ ଯୋଗ ଦେବୁ ନାହିଁ। ଯେବେ ଦେଶର ଯବାନଙ୍କ ଜୀବନ ବାଜି ଲାଗିଛି, ଏହି ପରିସ୍ଥିତିରେ ପାକିସ୍ତାନ ଓ ଭାରତ ମଧ୍ୟରେ ସାଂସ୍କୃତିକ ଆଦାନ-ପ୍ରଦାନ ହେବା କଷ୍ଟକର ବ୍ୟାପାର। ମୁଁ ସହିଦଙ୍କ ପରିବାର ସହିତ ରହିଛି।”

ଶବାନାଙ୍କ ବ୍ୟତୀତ ଜାବେଦ୍‌ ମଧ୍ୟ ନିଜ ବୟାନ୍‌ରେ କହିଥିଲେ, “ପୁଲୱାନା ଆକ୍ରମଣ ପରେ ପାକିସ୍ତାନ ସହିତ କୌଣସି ପ୍ରକାର ସମ୍ୱନ୍ଧ ରଖିବା ସମ୍ଭବ ନୁହେଁ। ଏ ସବୁ ବର୍ତ୍ତମାନ ସହିବାର ସୀମା ଲଙ୍ଘନ କରିଛି।” ତେବେ ଶବାନା ଓ ଜାବେଦ୍‌ କରାଚି ନ ଯିବାକୁ ନିଷ୍ପତ୍ତି ନେବା ପରେ ଅନେକ ଚର୍ଚ୍ଚା ହେବାରେ ଲାଗିଛି। ପାକିସ୍ତାନର ଡନ୍‌ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ପ୍ରଥମେ ଶବାନା ଆଜ୍‌ମୀଙ୍କୁ ସ୍ୱାଇନ୍‌ ଫ୍ଲୁ ହୋଇଥିବାରୁ ସେ କାର୍ଯ୍ୟକ୍ରମକୁ ଆସିବା ପାଇଁ ତାରିଖ ଘୁଞ୍ଚାଇ ଥିଲେ। କିନ୍ତୁ ବର୍ତ୍ତମାନ ପାକିସ୍ତାନ ଗସ୍ତକୁ ବାତିଲ୍‌ କରିବା ପାକିସ୍ତାନର କଳାପ୍ରେମୀଙ୍କୁ ନିରାଶ କରିଛି।



from Odisha Reporter http://bit.ly/2SEuqfk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages