
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପୁଲୱାମା ଆକ୍ରମଣରେ ଭାରତ ତା’ର ବୀରପୁତ୍ରମାନଙ୍କୁ ହରାଇବା ଘଟଣାରେ ସାରା ଦେଶରେ ଖେଳିଯାଇଛି ଶୋକାକୁଳ ପରିବେଶ। ବଲିଉଡ୍ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନେକ ବଲିଉଡ କଳାକାର ଟ୍ୱିଟ୍ କରି ଘଟଣାର ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାକୁ ବିରୋଧ କରି ଗତକାଲି ବଲିଉଡର ମହାନାୟକ ଅମିତାଭ ବଚ୍ଚନ, କ୍ରିକେଟର ବିରେନ୍ଦ୍ର ସେହୱାଗ, ଭିଭିଏସ୍ ଲକ୍ଷ୍ମଣ, ହରଭଜନ ସିଂହ ଓ ସୁରେଶ ରୈନା ଶୁଟିଂ ବନ୍ଦ କରିଛନ୍ତି।
ପୁଲୱାମା ଆକ୍ରମଣରେ ଭାରତୀୟ ସିଆରପିଏଫ୍ ଜବାନ୍ ମାନଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣାର ୨୪ଟି ଚଳଚ୍ଚିତ୍ର ସଂଗଠନ ଗୋରେଗାଓଁସ୍ଥିତ ଫିଲ୍ମସିଟିରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ସଂଗଠନମାନଙ୍କରେ ଫେଡେରେଶନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲାଇଜ୍(FWICE) ଓ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଡାଇରେକ୍ଟର୍ସ ଆସୋସିଏଶନ୍(IFTDA) ସାମିଲ ଅଛି।
Nothing we can do will be enough, but the least I can do is offer to take complete care of the education of the children of our brave CRPF jawans martyred in #Pulwama in my Sehwag International School @SehwagSchool , Jhajjar. Saubhagya hoga
pic.twitter.com/lpRcJSmwUh
— Virender Sehwag (@virendersehwag) February 16, 2019
ସୂଚନା ମୁତାବକ ଅମିତାଭଙ୍କ ସହ ବୀରେନ୍ଦ୍ ସେହୱାଗ, ହରଭଜନ ସିଂହ, ସୁରେଶ ରୈନା ଓ ଭିଭିଏସ୍ ଲକ୍ଷ୍ମଣଙ୍କ ସହ ଅନ୍ୟ କିଛି ଲୋକ ଫିଲ୍ମସିଟିରେ ଏକ ବିଜ୍ଞାପନର ଶୁଟିଂ ପାଇଁ ଏକତ୍ରିତ ହୋଇଥିଲେ। ହେଲେ ପୁଲୱାମା ଘଟଣାକୁ ବିରୋଧ କରି ସେମାନେ କିଛି ସମୟ ଶୁଟିଂ ବନ୍ଦ କରି ବିରୋଧ ପ୍ରଦର୍ଶନ କରିଥିଲେ।
ସେହୱାଗ କହିଛନ୍ତି, ‘ଆମେ ଯାହା ବି କହିବୁ କିମ୍ବା କରିବୁ ତାହା ସୈନିକ ଓ ତାଙ୍କ ଯୋଗଦାନ୍ ପାଇଁ ବୋଧହୁଏ କମ୍ ହିଁ ହେବ। ଆମେ କେବଳ ତାଙ୍କର ଧନ୍ୟବାଦ ହିଁ କରିପାରିବୁ ଓ ସେମାନଙ୍କ ସାହାଯ୍ୟ ପାଇଁ ଯାହା ବି କରିହେବ ସେସବୁ କରିବା ଆବଶ୍ୟକ। ଆମେ ସମସ୍ତେ ବହୁତ ଦୁଃଖୀ, ହେଲେ ଆମେ ଆଗାମୀ ଦିନରେ ସମସ୍ତଙ୍କ ପାଇଁ ଏକ ଭଲ ସମୟର ଆଶା କରୁଛୁ।’ ସେହିପରି ଅନ୍ୟ ଖେଳାଳିମାନେ ମଧ୍ୟ ଉକ୍ତ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସହିଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ବିରୋଧ ପ୍ରଦର୍ଶନରେ ଫିଲ୍ମ ନିର୍ମାତା ମୁକେଶ ଛାବରା, ଅଭିନେତ୍ରୀ ଇଶା କୋଫିକର୍ ଓ ନିୟା ଶର୍ମା ପ୍ରଭୃତି ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ମଧ୍ୟ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା।
Unbearable pain. #StandWithForces pic.twitter.com/9tiYcwb39P
— Virender Sehwag (@virendersehwag) February 15, 2019
from Odisha Reporter http://bit.ly/2tp7BNI
No comments:
Post a Comment