ଭୟଙ୍କର: ଜୈଶର ଆତ୍ମଘାତୀ ହମ୍‌ଲାରେ ୪୦ ଯବାନ ସହିଦ, ୨ ବ୍ୟକ୍ତି ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ଭୟଙ୍କର: ଜୈଶର ଆତ୍ମଘାତୀ ହମ୍‌ଲାରେ ୪୦ ଯବାନ ସହିଦ, ୨ ବ୍ୟକ୍ତି ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆଜି ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ପକ୍ଷରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଶତାବ୍ଦୀର ସବୁଠାରୁ ବଡ଼ ଓ ଭୟଙ୍କର ଆତ୍ମଘାତୀ ଆକ୍ରମଣ କରିଛନ୍ତି। ସିଆରପିଏଫ୍‌ ଯବାନଙ୍କ କନଭୟକୁ ଟାର୍ଗେଟ କରି ହୋଇଥିବା ଏହି ଆତ୍ମଘାତୀ ହମ୍‌ଲାରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି।

ସେହିପରି ରୋଡ୍‌ ଅପରେଟିଂ ଟିମ୍‌ର ଦୁଇ ଜଣ ବ୍ୟକ୍ତି ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏଥିସହ ଅନ୍ୟ ୪୦ରୁ ଅଧିକ ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଏବେ ବି ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଆଜି ଅପରାହ୍ଣ ପ୍ରାୟ ୩.୩୦ରେ ୭୮ଟି ଗାଡ଼ିରେ ୨୫ଶହରୁ ଅଧିକ ଯବାନ ଶ୍ରୀନଗରରୁ ଜମ୍ମୁ ଯାଉଥିଲେ। ଏମାନେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥର ଅବନ୍ତୀପୁରା ସ୍ଥିତ ଗୁଣ୍ଡିପୋରା ଅତିକ୍ରମ କରୁଥିବା ବେଳେ ଏକ ବିସ୍ଫୋରକ ଖଚିତ ସ୍କର୍ପିଓ କନଭୟର ଗୋଟିଏ ବସ୍‌କୁ ଧକ୍କା ଦେଇଥିଲା।

ଫଳରେ ବସ୍‌ଟି ଛିନଛତର ହୋଇଯାଇଥିଲା। ଏଥିରେ ୪୦ ଜଣ ଯବାନ ଥିଲେ। ସେହିପରି ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ଏହା ପଛରେ ଆସୁଥିବା ଆଉ ଏକ ବସ୍‌ଟି ମଧ୍ୟ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲା।



from Odisha Reporter http://bit.ly/2EaoamH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages