
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବିଜେପିର କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଗସ୍ତରେ ଘନ ଘନ ଆସି ଚାଷୀ ଓ କୃଷି ସମସ୍ୟାକୁ ନେଇ ନବୀନ ପଟ୍ଟନାୟକଙ୍କ ସରକାରକୁ ଟାର୍ଗେଟ କରୁଥିବା ବେଳେ ଏବେ ଓବିସି କାର୍ଡ ଖେଳିଛନ୍ତି। ଆଜି କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ୍ ଯାଦବ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜିରେ ଦଳର ପଛୁଆ ବର୍ଗ ମହାସମ୍ମିଳନୀରେ ଯୋଗଦେଇ ଓବିସି କାର୍ଡ ଖେଳିବା ସହ ନବୀନ ପଟ୍ଟନାୟକ ଏହି ବର୍ଗର ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଥିବା ଅଭିଯୋଗ କରିଛନ୍ତି।
ଧମେନ୍ଦ୍ର ପ୍ରଧାନ କହିଛନ୍ତି, “୧୯ ବର୍ଷର ଶାସନ ପରେ ବି ନବୀନ ବାବୁ ଓବିସି ପିଲାଙ୍କୁ ଆରକ୍ଷଣ ନଦେଇ ଦିନରେ ଲଣ୍ଠନ ଦେଖାଉଛନ୍ତି। ଆଜି ସାରା ଦେଶରେ ଓବିସି ବର୍ଗର ପିଲାମାନେ ପାଠପଢ଼ା ଓ ଚାକିରିରେ ସଂରକ୍ଷଣ ପାଉଥିବା ବେଳେ ଓଡିଶାରେ କାହିଁକି ଏହି ସଂରକ୍ଷଣ ପାଉନାହାନ୍ତି ? ଓବିସି ବନ୍ଧୁମାନଙ୍କର କୌଳିକ ବୃତ୍ତି ଚାଷ ସହ ଜଡ଼ିତ। ମୁଖ୍ୟମନ୍ତ୍ରୀ ଏବେ ଚାରିଆଡ଼େ ଦେଢ଼ ମିନିଟର ଭାଷଣ ଦେଉଛନ୍ତି। ଭାଷଣ ନଦେଇ ଭିଡିଓରେ ରେକର୍ଡିଂ ଶୁଣାଉଛନ୍ତି। ଗୋଟିଏ କଥା ପଚାରୁଛନ୍ତି ‘ଆପଣ ମାନେ ଖୁସି ତ। ମୁଁ ବହୁତ ଖୁସି।’ ଅପର ଲାବ, ଇନ୍ଦ୍ର କେନାଲ, ଲୋୟର ସୁକତେଲ ପ୍ରକଳ୍ପ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଆରମ୍ଭ ହୋଇଥିଲା। ହେଲେ ବଲାଙ୍ଗୀର ଜିଲ୍ଲାରେ ପାଣି ମାଡ଼ିନାହିଁ। ପିଇବା ପାଣି ପାଇପରେ ଆସୁନାହିଁ। ୧୯ ବର୍ଷ ଶାସନ ରହିବା ପରେ ଯିଏ ପାଣି ମୁନ୍ଦେ ପିଇବାକୁ ଦେଇପାରେ ନାହିଁ, ଜମିକୁ ପାଣି ଦେଇପାରେ ନାହିଁ। ସେ କହେ ମୁଁ ସରକାର ଚଲେଇଛି, ଆପଣମାନେ ଖୁସିରେ ଅଛନ୍ତି ନା ନାହିଁ। ଖୁସିରେ ଏ ଅଛି ତାହା ଆଗାମୀ ନିର୍ବାଚନରେ ଜଣାପଡ଼ିବ। ଓଡିଶାର ଲୋକେ ଏହାର ହିସାବ ଦେବେ।”
ସେ ଆହୁରି କହିଛନ୍ତି, “ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ କୃଷକଙ୍କ ଆୟକୁ ବଢ଼ାଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୧୫୫୦ରୁ ବଢ଼ାଇ ୧୭୫୦ ଟଙ୍କା କରିଛନ୍ତି। ମାତ୍ର ଏ ଅଞ୍ଚଳର ଧାନ ଏମଏସପିଠାରୁ କମ ମୂଲ୍ୟରେ ବିକ୍ରି ହେଉଛି। ମାତ୍ର ନବୀନ ବାବୁ ମିଲ ମାଲିକମାନଙ୍କ ପାଖରେ ନିଜର ବିବେକକୁ ବନ୍ଧା ପକାଇବାରୁ ତାଙ୍କ ବିଧାୟକ ଓ ସାଂସଦ ହାତ ଗୁଞ୍ଜା ନେଇକି ଚାଷୀମାନଙ୍କ ପଇସାକୁ ଲୁଟ କଲେ।”
ଏହାସହ ପିସି କାରବାର, ଡାକ୍ତର ସମସ୍ୟା ଓ ଓବିସି ପିଲାଙ୍କୁ କେନ୍ଦ୍ର ଦେଉଥିବା ସୁଯୋଗ କଥା ଉଠାଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି, “ବଲାଙ୍ଗୀର ଜିଲ୍ଲାରେ ଅଧାରୁ ଅଧିକ ଅଂଚଳରେ ଡାକ୍ତର ନାହାନ୍ତି। ଜିଲ୍ଲାରେ କାମର ସୁଯୋଗ ନପାଇ ଯୁବକମାନେ ରାଜ୍ୟ ବାହାରକୁ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏ ସରକାର ରୋଜଗାର ଦେଇପାରୁନାହିଁ, ହେଲେ କହୁଛି ଆପଣ ଖୁସି ଅଛନ୍ତି ତ। ବିନା ପିସିରେ କୌଣସି ସରକାରୀ କାମ ହେଉନାହିଁ। ପିସି ନପାଇଲେ ସରକାରୀ କାମ ଗାଁକୁ ଆସୁନାହିଁ। ଓଡ଼ିଶାର ଲୋକ ଆଜି ପିସିରେ ପେସି ହୋଇଗଲେଣି।”
ନରେନ୍ଦ୍ର ମୋଦିଙ୍କ ସରକାର କେହି ଓବିସି କମିଶନ ଗଠନ କଲେ। ମୁଁ ପେଟ୍ରୋଲ ବିଭାଗ ଦାୟିତ୍ୱ ନେବା ପରେ ଏସସି/ଏସସଟି ବର୍ଗଙ୍କ ପରି ଓବିସି ବର୍ଗର ଲୋକମାନଙ୍କୁ ମଧ୍ୟ ୨୭ ପ୍ରତିଶତ ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରରଣରେ ସଂରକ୍ଷଣ ବ୍ୟବସ୍ଥା ହୋଇଛି। ପଛୁଆ ବର୍ଗର ପିଲା ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବାରୁ ଆଜି ଏହା ସମ୍ଭବ ହୋଇପାରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ମୋଦି ସରକାର ଓବିସି କମିଶନ ବନେଇଲେ। ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରଣରେ ସଂରକ୍ଷଣ ଦେଲେ। ତାହା ହେଲେ ଓଡିଶା ସରକାର ଓବିସି ବର୍ଗର ପିଲାମାନଙ୍କୁ ପାଠ ପଢେଇବାରେ କାହିଁକି ଆରକ୍ଷଣ ଦେବ ନାହିଁ, ତାହାର ଜବାବ ମାଗିବା ଦରକାର ବୋଲି ପ୍ରଧାନ କହିଛନ୍ତି।
ସ୍ଥାନୀୟ ସାଂସଦଙ୍କୁ ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି, ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲ କଥାକୁ ଉଠାଇବାକୁ ଯାଇଛନ୍ତି ନା ମିଶେଲ ମାମାର ରାତିଅଧିଆ ଭୋଜି ଖାଇବାକୁ ଯାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
ସେହିପରି ପଛୁଆ ବର୍ଗ ଭୋଟରଙ୍କୁ ଫୋକସ କରି ନିର୍ବାଚନୀ ମନ୍ତ୍ର ଫୁଙ୍କିଛନ୍ତି କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ। ପଛୁଆ ବର୍ଗ ସମ୍ମିଳନୀରେ ସିଧାସଳଖ ନିଶାନା କରିଛନ୍ତି ରାମକ୍ରିପାଲ୍। କହିଛନ୍ତି, “ଏଠାରେ ପିସି ବିନା କୌଣସି କାମ ହେଉନଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପିସି ବାବୁ’ ପାଲଟିଛନ୍ତି। ୧୯ ବର୍ଷ ହେଲା ଚାଷବାସ ଉପରେ ନିର୍ଭର କରୁଥିବା ପଛୁଆ ବର୍ଗଙ୍କ କୌଣସି ବିକାଶ ହୋଇନଥିବାବେଳେ ପଛୁଆ ବର୍ଗର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ସୁଯୋଗ ଦେବା ଦରକାର।
from Odisha Reporter http://bit.ly/2SWLpsU
No comments:
Post a Comment