ଇମ୍ରାନ୍‌ ଖାନ୍‌ଙ୍କ ଫଟୋ ହଟାଇବା ପରିତାପର ବିଷୟ: ପିସିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ଇମ୍ରାନ୍‌ ଖାନ୍‌ଙ୍କ ଫଟୋ ହଟାଇବା ପରିତାପର ବିଷୟ: ପିସିବି

ଇସ୍‌ଲାମାବାଦ: ପୁଲୱାମା ଆତଙ୍କବାଦୀ ହମ୍‌ଲା ପରେ ସାରା ଦେଶରେ ପାକିସ୍ତାନ ଉପରେ ପ୍ରତିଶୋଧ ନେବାକୁ ଦାବି ହେଉଛି। ଏହିକ୍ରମରେ ପାକିସ୍ତାନର ଅଧିନାୟକ ଇମ୍ରାନ ଖାନ୍‌ ଓ ଅନ୍ୟ ପାକିସ୍ତାନ କ୍ରିକେଟରଙ୍କ ଫଟୋକୁ ଭାରତ ସରକାର ଏବଂ ବିଭିନ୍ନ ସ୍ଥଂସ୍ଥା ପକ୍ଷରୁ ଲଗାଯାଇଥିବା ସ୍ଥାନରୁ ହଟାଇ ଦିଆଯାଇଛି। ଏହି ଘଟଣାକୁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ‘ପରିତାପର ବିଷୟ’ ବୋଲି କହିଛି।

ପିସିବିର ଏମ୍‌ଡି ୱାସିମ ଖାନ୍‌ କହିଛନ୍ତି, “ରାଜନୀତିକ ବିବାଦ ଦୂର କରିବାକୁ ହେଲେ ଖେଳ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାକୁ ଆମେ ଆଇସିସି ବୈଠକରେ ଉଠାଇବୁ।”

ଆଇସିସିର ଆସନ୍ତା ବୈଠକ ୨୮ ତାରିଖରେ ଦୁବାଇଠାରେ ଅନୁଷ୍ଠିତ ହେବ।

ୱାସିମ କହିଛନ୍ତି,“ଆମେ ସବୁବେଳେ ଭାବୁ ଓ ବିଶ୍ୱାସ କରୁ ଯେ ରାଜନୀତି ଓ ଖେଳ ପରସ୍ପରଠାରୁ ଅଲଗା ରହିବା ଦରକାର। ଇତିହାସ କହୁଛି କ୍ରୀଡ଼ା ବିଶେଷ କରି କ୍ରିକେଟ୍‌ ହିଁ ଦୁଇ ଦେଶ ଓ ଦୁଇ ଦେଶର ଲୋକଙ୍କ ମଧ୍ୟରେ ବ୍ରିଜ୍‌ ସଦୃଶ କାର୍ଯ୍ୟ କରିଥାଏ। ପାକ୍‌ର ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଇମ୍ରାନ୍‌ ଖାନ୍‌ ଓ ଅନ୍ୟ ପ୍ରସିଦ୍ଧ କ୍ରିକେଟରଙ୍କ ଫଟୋକୁ ଖ୍ୟାତନାମା କ୍ଲବ ଏବଂ ଷ୍ଟାଡିୟମରୁ ହଟାଯିବା ନିଶ୍ଚିତ ପରିତାପର ବିଷୟ।”

ପୁଲୱାମା ଆକ୍ରମଣ ପରେ ମୁମ୍ବାଇରେ ଥିବା ପ୍ରସିଦ୍ଧ କ୍ରିକେଟ କ୍ଲବ ଅଫ ଇଣ୍ଡିଆରୁ ଇମ୍ରାନ୍‌ ଖାନ୍‌ଙ୍କ ଫଟୋକୁ ହଟା ଯାଇଥିଲା। ସେହିପରି ମୋହାଲି ଷ୍ଟାଡିୟମରେ ଲାଗିଥିବା ସମସ୍ତ ପାକ୍‌ କ୍ରିକେଟରଙ୍କ ଫଟୋକୁ ପଞ୍ଜାବ କ୍ରିକେଟ ଆସୋସିଏସନ୍‌ ହଟାଇ ଦେଇଥିଲା।



from Odisha Reporter http://bit.ly/2Ioe99I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages