ପାକିସ୍ତାନୀ କଳାକାରଙ୍କ ସମେତ ସିଦ୍ଧୁଙ୍କୁ ବ୍ୟାନ୍‌ କଲା IFTDA - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ପାକିସ୍ତାନୀ କଳାକାରଙ୍କ ସମେତ ସିଦ୍ଧୁଙ୍କୁ ବ୍ୟାନ୍‌ କଲା IFTDA

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତର ୪୦ ଜଣ CRPF ଯବାନମାନଙ୍କୁ ହରାଇବା ଘଟଣାରେ ସାରା ଦେଶରେ ଖେଳିଯାଇଛି ଶୋକାକୁଳ ପରିବେଶ। ବଲିଉଡ୍‌ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନେକ ବଲିଉଡ କଳାକାର ଟ୍ୱିଟ୍‌ କରି ଘଟଣାର ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାକୁ ବିରୋଧ କରି ଗତକାଲି ବଲିଉଡର୨୪ଟି ଫିଲ୍ମ ସଂଗଠନ ଗୋରେଗାଓଁସ୍ଥିତ ଫିଲ୍ମସିଟିରେ ବିରୋଧ ପ୍ରଦର୍ଶନ କରିଛି। ଏହି ସଂଗଠନମାନଙ୍କରେ ଫେଡ୍ରେଶନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲାଇଜ୍(FWICE) ଓ ଇଣ୍ଡିଆନ୍‌ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଡାଇରେକ୍ଟର୍ସ ଆସୋସିଏଶନ୍(IFTDA) ସାମିଲ ଅଛି।

ଫେଡେରେଶନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲାଇଜ୍(FWICE)ର ଅଧକ୍ଷ ବିଏନ୍‌ ତିୱାରୀ କହିଛନ୍ତି ଯେ, ସମସ୍ତ ଫିଲ୍ମ ସଂଗଠନ, ହିନ୍ଦୀ ଫିଲ୍ମରେ କାମ କରୁଥିବା ସମସ୍ତ ପାକିସ୍ତାନୀ କଳାକାରଙ୍କ ବହିଷ୍କାର କରିଛନ୍ତି। ଏଥିସହ ଇଣ୍ଡିଆନ୍‌ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଡାଇରେକ୍ଟର୍ସ ଆସୋସିଏଶନ୍(IFTDA)ର ଅଧ୍ୟକ୍ଷ ଅଶୋକ ପଣ୍ଟିତ ମଧ୍ୟ ଏହି କଥା କହିବା ସହ ଭାରତର କୌଣସି ମ୍ୟୁଜିକ୍‌ କମ୍ପାନୀ ପାକିସ୍ତାନୀ ଗାୟକଙ୍କ ସହ କାମ କରିବ ନାହିଁ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫିଲ୍ମ ସଂଗଠନ ନବଜୋତ୍‌ ସିଂହ ସିଦ୍ଧୁଙ୍କୁ ମଧ୍ୟ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି।

ଉଲ୍ଲେଖଯୋଗ୍ୟ ଯେ, ନବଯୋତ୍‌ ସିଂ ସିଦ୍ଧୁ ପୁଲୱାମା ହମଲାର ନିନ୍ଦା କରିବା ସହ ନିଜ ବୟାନରେ କହିଥିଲେ, ‘କିଛି ଲୋକଙ୍କ ଏଭଳି କାର୍ଯ୍ୟାକଳାପ ପାଇଁ କ’ଣ ଆମେ ପୂରା ଦେଶକୁ ଦୋଷୀ ବୋଲି କହିପାରିବା ?’ ସିଦ୍ଧୁଙ୍କ ଏହି ବୟାନ ଶୋସାଲ ମିଡିଆରେ ବିବାଦର ଝଡ଼ ସୃଷ୍ଟି କରିଦେଇଥିଲା। ଭିନ୍ନ ଭିନ୍ନ ବର୍ଗର ଅନେକ ଲୋକ ସିଦ୍ଧୁଙ୍କ ଏଭଳି ବୟାନକୁ ସମାଲୋଚନା କରିଥିଲେ। ଏପରିକି ସିଦ୍ଧୁଙ୍କ ବିରୋଧରେ ଦେଶବ୍ୟାପି ପ୍ରତିବାଦ ମଧ୍ୟ କରାଯାଇଥିଲା।



from Odisha Reporter http://bit.ly/2Gzd1OO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages