‘କଶ୍ମୀରରେ ଓଡ଼ିଆଙ୍କ ସୁରକ୍ଷା ନେଇ ପଦକ୍ଷେପ ନିଆଯିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

‘କଶ୍ମୀରରେ ଓଡ଼ିଆଙ୍କ ସୁରକ୍ଷା ନେଇ ପଦକ୍ଷେପ ନିଆଯିବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମ୍ମୁ-କଶ୍ମୀର ପୁଲଓ୍ୱାମାରେ ଆତଙ୍କୀ ଆକ୍ରମଣରେ ୪୦ ଜଣ ଯବାନ ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଛନ୍ତି। ଏହାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଆତଙ୍କବାଦୀଙ୍କୁ ନିପାତ ପାଇଁ ଜମ୍ମୁ-କଶ୍ମୀରରେ ସେନା ତତ୍ପର ହୋଇଉଠିଛି।

ତେବେ କାଶ୍ମୀରରେ ରହୁଥିବା ଓଡ଼ିଆଙ୍କ ସୁରକ୍ଷା ନେଇ ରାଜ୍ୟ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ପୁଲିସ ଡିଜି ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଦରକାର ପଡ଼ିଲେ ଏନେଇ କାଶ୍ମୀର ଡିଜିପିଙ୍କ ସହ କଥା ହେବେ ବୋଲି ସେ କହିଛନ୍ତି। ସେହିପରି ଓଡ଼ିଶାରେ ରହୁଥିବା କଶ୍ମୀରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦିଆଯିବ ବୋଲି ଡିଜିପି ପ୍ରକାଶ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମିତି କିଛି ପରିସ୍ଥିତି ସୃଷ୍ଟି ହୋଇନଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଗୁରୁବାର ଜମ୍ମୁ-ଶ୍ରୀନଗର ରାଜପଥରେ ଆତ୍ମଘାତୀ ଆତଙ୍କବାଦୀ ହମ୍‌ଲା ହୋଇଥିଲା। ଏଥିରେ ସିଆର୍‌ପିଏଫ୍ ଯବାନଙ୍କୁ ନେଇ ଯାଉଥିବା ବସ୍‌କୁ ଟାର୍ଗେଟ୍ କରାଯାଇଥିଲା। ଏଥିରେ ୪୦ ଜଣ ସହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ନିଜକୁ ଦାୟୀ କରିଛି। ଅପରପକ୍ଷରେ ଏ ଘଟଣା ପରେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ପୋଷଣ କରିଛି ଭାରତ।



from Odisha Reporter https://odishareporter.in/odisha/dgp-says-odias-in-kashmir-and-kashmiris-in-odisha-will-be-protected-341594

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages