ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଭାରତ ଓ ସାଉଦି ଏକାଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଭାରତ ଓ ସାଉଦି ଏକାଠି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ଆତଙ୍କବାଦକୁ ସବୁ ସ୍ତରରେ ଦମନ କରାଯିବା ନେଇ ରାଜି ହୋଇଥିବା ଏକ ମିଳିତ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି। ଆତଙ୍କବାଦକୁ କୌଣସି ଉପାୟରେ ମଧ୍ୟ ସମର୍ଥନ ଯୋଗାଉଥିବା ଦେଶ ଉପରେ ଚାପ ପକାଇବା ପାଇଁ ଉଭୟ ରାଷ୍ଟ୍ର ରାଜି ହୋଇଥିବା ନେଇ ସଲମାନଙ୍କ ସହିତ ବୈଠକ ପରେ ମୋଦି କହିଛନ୍ତି।

ଗତ ସପ୍ତାହରେ ପୁଲ୍‌ୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଆତଙ୍କବାଦର ଅନ୍ୟ ଏକ ବର୍ବର କାଣ୍ଡ ବୋଲି କହିବା ସହିତ ମୋଦି କହିଥିଲେ ଆମେ ଏହି ଆହ୍ୱାନକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ, ଆତଙ୍କବାଦର ସମର୍ଥନ କରୁଥିବା ଦେଶଙ୍କ ଉପରେ ଚାପ ପକାଇବାର ଆବଶ୍ୟକତା ରହିଛି ବୋଲି ମୋଦି କହିଥିଲେ।

ଅନ୍ୟପକ୍ଷରେ ସାଉଦି ପ୍ରିନ୍ସ କହିଥିଲେ, “ଉଗ୍ରବାଦ ଏବଂ ଆତଙ୍କବାଦ ଆମ ସମସ୍ତଙ୍କର ପ୍ରମୁଖ ସମସ୍ୟା। ଗୁଇନ୍ଦା ତଥ୍ୟ ଯୋଗାଡ଼ ସମେତ ଅନ୍ୟ ପ୍ରସଙ୍ଗରେ ଆମେ ଆପଣଙ୍କୁ ଯଥା ସମ୍ଭବ ସହଯୋଗ କରିବୁ। ପରପିଢ଼ିଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ଆମକୁ କାମ କରିବାକୁ ହେବ।”

ମଙ୍ଗଳବାର ସକାଳେ ନୂଆଦିଲ୍ଲୀ ପହଞ୍ଚିଥିବା ସାଉଦି ପ୍ରିନ୍ସ ୨ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହିତ ମଧ୍ୟ ଆଲୋଚନା କରିସାରିଛନ୍ତି। ବାଣିଜ୍ୟ ଏବଂ ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ନିବେଶ ଏହି ଆଲୋଚନାର ପ୍ରମୁଖ ପ୍ରସଙ୍ଗ ଥିଲା।



from Odisha Reporter https://ift.tt/2Xe4OVt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages